ରାଜଭବନ ଘେରିଲା କଂଗ୍ରେସ

ଭୁବନେଶ୍ୱର (ବୁ୍ୟରୋ): ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଭୁବନେଶ୍ୱର ସ୍ଥିତ ଏଡିଏମ ଅଫିସ ନିକଟରୁ ପଦଯାତ୍ରାରେ ଆସି ରାଜଭବନ ଘେରାଉ ଉଦ୍ୟମ କରିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ଆନେ୍ଦାଳନକୁ ଓହ୍ଲାଇଛି । ଏହି ସମୟରେ ରାଜଭବନକୁ ଧସେଇ ପଶିବା ପୂର୍ବରୁ ଶତାଧିକ କଂଗ୍ରେସ ନେତା ଓ କର୍ମୀଙ୍କୁ ଉଠାଇ ନେଇଛି ପୁଲିସ ।
ଦେଶରେ ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ି ଚାଲିଛି । ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍ଟି ଲାଗୁ କରିବା ଫଳରେ ଗରିବ ଏବଂ ମଧ୍ୟମ ଶ୍ରେଣୀକ ଲୋକ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ଆନେ୍ଦାଳନ କରାଯାଇଛି । କେନ୍ଦ୍ର ସରକାରଙ୍କ ଜନ ମାରଣ ନୀତିରେ ରାଜ୍ୟ ଭାଗୁଆଳି ସାଜିଛି ବୋଲି ଦଳ ଅଭିଯୋଗ କରିଛି ।
ସୂଚନାଯୋଗ୍ୟ, ୨୦୧୪ ମସିହାରେ ନରେନ୍ଦ୍ର ମୋଦି ସରକାର ଭାରତବର୍ଷର ଜନସାଧାରଣଙ୍କୁ ଅଚ୍ଛେଦିନର ସ୍ୱପ୍ନ ଦେଖାଇଥିଲେ । କିନ୍ତୁ ଏହି ୮ବର୍ଷ ଭିତରେ ଅଚ୍ଛେଦିନ ପରିବର୍ତ୍ତେ ଭାରତର ଜନସାଧାରଣ ଦୁର୍ବିସହ ଜୀବନ ବିତାଉଛନ୍ତ । ୨୦୧୪ ମସିହାରେ ୧୫.୨ କେଜି ଘରୋଇ ଇନ୍ଧନ ଗ୍ୟାସର ଦାମ ଓଡ଼ିଶାରେ ୪୧୦ ଟଙ୍କା ଥିବାବେଳେ ଆଜି ଏହା ୧୦୮୦ ଟଙ୍କା ପାର ହୋଇ ସାରିଲାଣି । ପେଟ୍ରୋଲ, ଡିଜେଲର ଦାମ ୧୦୦ ଟଙ୍କାକୁ ଅତିକ୍ରମ କରିସାରିଛି । ଲୋକଙ୍କର ସର୍ବନିମ୍ନ ଆବଶ୍ୟକତା ଚୂଡ଼ା, ମୁଢ଼ି, ଗୁଡ଼, ·ଉଳ, ଚୂନା, ପନିର, ଅଟା, ପେନସିଲ, କଟର ଖାତା ଇତ୍ୟାଦି ଉପରେ ମଧ୍ୟ ୫% ଜିଏସଟି ଲଗାଇବାକୁ ଭୂଲିଲେ ନାହିଁ କେନ୍ଦ୍ର ସରକାର । କିନ୍ତୁ ଜନସାଧାଣରଙ୍କୁ ଏଭଳି ମହଙ୍ଗା ମାଡ଼ରୁ ରକ୍ଷା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ଠୋସ ପଦକ୍ଷେପ ନେଉନାହାନ୍ତି । ବିକ୍ଷୋଭ ସମୟରେ ରାଜଭବନ ନିକଟରେ ପୋଲିସ ଓ କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ଏଥିରେ ଉଭୟ ପକ୍ଷରୁ ୧୦ରୁ ଅଧିକ ଆହତ ହୋଇଛନ୍ତି । ଫଳରେ ପୁଲିସ ଶତାଧିକ କଂଗ୍ରେସ ନେତା ଓ କର୍ମୀଙ୍କୁ ଗିରଫ କରିଛି ।
କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ଘେରାଉକୁ ବ୍ଲାକ୍ ଫ୍ରାଇଡେ ବୋଲି ସମ୍ବାଧିତ କରାଯାଇଥିବାବେଳେ ଏଥିରେ ବହୁ ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବ୍ୟତୀତ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନଙ୍କ ସହ ବିଧାୟକ ସନ୍ତୋସ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି ପ୍ରମୁଖ ଘେରାଉର ମଙ୍ଗ ଧରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *