ମହାନଦୀ-ବ୍ରାହ୍ମଣୀ ଜଳ ଦୂଷିତ

ନଦୀ ଜଳ ପ୍ରଦୂଷିତ କରୁଛି ବର୍ଜ୍ୟବସ୍ତୁ
ଭୁବନେଶ୍ୱର, ୧୯ା୭ (ବୁ୍ୟରୋ): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ନିୟମିତ ଭାବେ ରାଜ୍ୟରେ ପ୍ରବାହିତ ମୁଖ୍ୟ ନଦୀଗୁଡ଼ିକର ଜଳର ଗୁଣାତ୍ମକ ମାନକୁ ପରୀକ୍ଷା କରାଯାଉଛି । ୨୦୨୧ ଜାନୁଆରୀଠାରୁ ୨୦୨୨ ଏପ୍ରିଲ୍ ମଧ୍ୟରେ ହୋଇଥିବା ପରୀକ୍ଷଣରେ ମହାନଦୀ ଏବଂ ବ୍ରାହ୍ମଣୀ ନଦୀର ୧୯ ସ୍ଥାନରେ ଜଳରେ ବାଓ-କେମିକାଲ ଅକ୍ସିଜେନ୍ ଡିମାଣ୍ଡ (ବିଓଡି) ଏବଂ ଟୋଟାଲ କୋଲିଫମ (ଟିସି) ନିର୍ଦ୍ଧାରିତ ମାନଠାରୁ ଅଧିକ ରହୁଛି । ସହରାଞ୍ଚଳ ବର୍ଜ୍ୟଜଳ ନିଷ୍କାସନ ତଥା ନଦୀ ଜଳର ଇନ୍ଷ୍ଟିମ୍ ବ୍ୟବହାର ଯୋଗୁ ବିଓଡି ଓ ଟିସି ବାହାରୁଥିବା ପ୍ରଦୂଷଣ ବୋର୍ଡ ପକ୍ଷରୁ ଆକଳନ କରାଯାଇଛି ।
ଏନେଇ ବୋର୍ଡ ଦ୍ୱାରା ସମ୍ପୂକ୍ତ ପୌରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ସହ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୀ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ।
ବିଧାୟକ ଗଣେଶ ରାମ୍ ସିଂ ଖୁଣ୍ଟିଆଙ୍କ ବର୍ଜ୍ୟବସ୍ତୁ ଦ୍ୱାରା ନଦୀ ଜଳ ପ୍ରଦୂଷଣ ପ୍ରଶ୍ନରେ ଉତ୍ତରରେ ଏହା ପ୍ରକାଶ ପାଇଛି । ସୂଚନାଥାଉ କି, ବୋର୍ଡ ଦ୍ୱାରା କରାଯାଉଥିବା ନଦୀ ଜଳ ପରୀକ୍ଷାରୁ ରାଜ୍ୟ ତଥା ରାଜ୍ୟ ବାହାରର ଶିଳ୍ପ ସଂସ୍ଥା ବର୍ଜ୍ୟବସ୍ତୁ ଓ ବର୍ଜ୍ୟ ଜଳ ଯୋଗୁ ନଦୀ ଜଳ ପ୍ରଦୂଷିତ ହେବାର କୌଣସି ପ୍ରମାଣ ମିଳିନାହିଁ । କିନ୍ତୁ ବିଭିନ୍ନ ଶିଳ୍ପ କାରଖାନାରୁ ନିର୍ଗତ ଉଡ଼ନ୍ତା ପାଉଁଶ ଯୋଗୁଁ ସାମ୍ଭାବ୍ୟ ଜଳ, ଜମି ଓ ବାୟୁ ପ୍ରଦୂଷଣ ରୋକିବା ନିମନ୍ତେ ବୋର୍ଡ ପକ୍ଷରୁ ଶିଳ୍ପ ସଂସ୍ଥାଙ୍କୁ ବିଭିନ୍ନ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *