ଶିଞ୍ଜୋ ଆବେ ନିହତ

ଟୋକିଓ, ୮ା୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଆତତାୟୀର ଗୁଳିମାଡରେ ନିହତ ହୋଇଛନ୍ତି । ଶୁକ୍ରବାର ପୂର୍ବାହ୍ଣ ସାଢେ ୧୧ଟାବେଳେ ଜାପାନର ନାରା ପ୍ରଦେଶରେ ଏକ ଛୋଟ ନିର୍ବାଚନୀ ସଭାରେ ସେ ଭାଷଣ ଆରମ୍ଭ କରିବାର ଅଳ୍ପ କେତେ ମିନିଟ୍ ପରେ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ କରାଯାଇଥିଲା । ବିମାନ ଯୋଗେ ହସ୍ପିଟାଲ୍କୁ ନିଆଯିବା ବାଟରେ ୬୭ ବର୍ଷୀୟ ଆବେଙ୍କ ହୃତ୍୍ସ୍ପନ୍ଦନ ବନ୍ଦ ହୋଇଯାଇଥିଲା । ହସ୍ପିଟାଲ୍ରେ ସାଢେ ୪ଘଣ୍ଟା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ହତ୍ୟାକାରୀ ତେତ୍ସୁୟୁ ୟାମାଗାମି (୪୦) ସାମ୍ବାଦିକ ପରିଚୟ ଦେଇ ଶିଞ୍ଜୋ ଆବେଙ୍କ ସଭାରେ ପହଞ୍ଚôଥିଲା । ଆବେଙ୍କ ଅତି ନିକଟକୁ ଯାଇ ସେ ଏକ ହାତ ତିଆରି ବନ୍ଧୁକରୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା । ଗୋଟିଏ ଗୁଳି ଆବେଗଙ୍କ ଛାତିରେ, ଅନ୍ୟଟି ବେକରେ ବାଜିଥିଲା ।
ଜାପାନରେ ଆସନ୍ତା ରବିବାର ହେବ ସଂସଦୀୟ ନିର୍ବାଚନ । ଶିଞ୍ଜୋ ଆବେଙ୍କ ଉପରେ ତାଙ୍କ ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟିକୁ ଜିତାଇବା ଦାୟିତ୍ୱ ଥିଲା । ଦଳର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ସେ ନାରା ସହରକୁ ଆସିଥିଲେ । ତାଙ୍କ ଗସ୍ତକ୍ରମକୁ ଗୁରୁବାର ରାତି ପର୍ଯ୍ୟନ୍ତ ଗୁପ୍ତ ରଖାଯାଇଥିଲା ।
ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି ହତ୍ୟାକାରୀ ୟାମ୍ମାଗାମୀ ୨୦୦୨ ରୁ ୨୦୦୫ ପର୍ଯ୍ୟନ୍ତ ସେଲ୍ଫ ଡିଫେନ୍ସ ଫୋର୍ସରେ କାମ କରିଥିଲା । ତାକୁ ଆବେଙ୍କ ବଡିଗାର୍ଡମାନେ କାବୁ କରିନେଇଥିଲେ ।
ଶିଞ୍ଜୋ ଆବେ ଥିଲେ ଜାପାନର ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ।
ସେ ମଧ୍ୟ ସର୍ବାଧିକକାଳ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ । ୨୦୨୦ରେ ଅସୁସ୍ଥତା କାରଣରୁ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏସିଆ ପାସିଫିକ୍ରେ ଚୀନ୍ର ଉତ୍ପାତ ରୋକିବା ପାଇଁ ଶିଞ୍ଜୋ ଆବେ ୨୦୦୭ରେ ଅଷ୍ଟ୍ରେଲିଆ, ଭାରତ ଓ ଆମେରିକା ସହ କ୍ୱାଡ୍ ଗଠନ କରିଥିଲେ । ସେ ନିହତ ହେବା ପରେ ଏକ ଟାସ୍କଫୋର୍ସ ଗଢି ଦେଶର ସବୁ ବଡ ନେତାଙ୍କ ସୁରକ୍ଷା ବନେ୍ଦାବସ୍ତ ବଢାଇ ଦେଇଛନ୍ତି ।
ଶିଞ୍ଜୋଙ୍କୁ ହତ୍ୟା କରାଯିବା ଘଟଣାରେ ଜାପାନ ଓ ଭାରତ ସମେତ ସମଗ୍ର ବିଶ୍ୱ ସ୍ତବ୍ଧ ହୋଇପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ଏବଂ ବହୁ ରାଷ୍ଟ୍ରମୁଖ୍ୟ ତାଙ୍କ ମୃତୁ୍ୟରୋ ଗଭୀର ଶୋକ ପ୍ରକାଶ କରିଛନ୍ତି । ଭାରତ ସରକାର ଜୁଲାଇ ୯ରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି । ଶିଞ୍ଜୋ ଆବେଙ୍କୁ ଭାରତ ସରକାର ଗତବର୍ଷ ପଦ୍ମ ବିଭୂଷଣରେ ସମ୍ମାନିତ କରିଥିଲେ । ସେ ଥିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ୟତମ ଘନିଷ୍ଠ ବନ୍ଧୁ । ଅପରପକ୍ଷେ ଆବେ ନିହତ ହେବା ଘଟଣାରେ ଚୀନ୍ରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ଏହାର କାରଣ ଚୀନ୍ ବିରୋଧରେ ଆବେ କଠୋର ନୀତି ପ୍ରଣୟନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *