ସ୍କାନରରେ ଚୀନ୍ର ମୋବାଇଲ୍ କମ୍ପାନୀ

ନୂଆଦିଲ୍ଲୀ(ଏଜେନ୍ସି): ଚୀନ୍ ମୋବାଇଲ କମ୍ପାନୀ ସାଓମି ପରେ ଏବେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି)ର ନଜର ଚୀନ୍ର ଅନ୍ୟ ଏକ ମୋବାଇଲ୍ ଫୋନ୍ ନିର୍ମାଣକାରୀ କମ୍ପାନୀ ଭିଭୋ ଉପରେ ପଡ଼ିଛି । ମଙ୍ଗଳବାର ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଭିଭୋର ପ୍ରାୟ ୪୪ଟି ଷ୍ଟୋର ଉପରେ ଇଡ଼ି ପକ୍ଷରୁ ଏକକାଳୀନ ଅତର୍କିତ ଚଢ଼ଉ କରାଯାଇଛି । ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଝାଡଖଣ୍ଡ, ପଞ୍ଜାବ ଏବଂ ହରିଆଣା ସମେତ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ଥିବା ଭିଭୋ ଷ୍ଟୋର ଏବଂ ଏହାର ଅନ୍ୟ ସହଯୋଗୀ କମ୍ପାନୀ ଉପରେ ଇଡି ଅଧିକାରୀମାନେ ଚଢ଼ଉ କରିଥିବା ସୂଚନା ମିଳିଛି । ଭିଭୋ ଏବଂ ଏହାର ଅନ୍ୟ ଆନୁସଙ୍ଗିକ କମ୍ପାନୀଗୁଡ଼ିକଙ୍କ ବିରୋଧରେ ଅର୍ଥ ହେରଫେର (କୋଟି କୋଟି ଟଙ୍କାର ଟିକସ ଫାଙ୍କିବା) ଅଭିଯୋଗ ଆଧାରରେ ଇଡି ପକ୍ଷରୁ ଏପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି । ଭିଭୋ କମ୍ପାନୀ ବିରୋଧରେ ଅନେକ ଦିନ ପୂର୍ବରୁ ମନି ଲଣ୍ଡରିଂ ଅଭିଯୋଗ ଆସିଥିବା ବେଳେ ସିବିଆଇ ମଧ୍ୟ ଏହି ମାମଲାରେ ଛାନ୍ବିନ୍ କରୁଛି । ଉଲ୍ଲେଖଯୋଗ୍ୟ, ଭିଭୋର ମାଲିକାନା ସତ୍ତ୍ୱ ଓ ଆର୍ଥିକ ଅନିୟମିତତା ସମ୍ପର୍କରେ ସୂଚନା ମିଳିବା ପରେ ଗତ ଏପ୍ରିଲ ମାସରେ ହିଁ କେନ୍ଦ୍ର ସରକାର ତଦନ୍ତ ନିଦେ୍ର୍ଦଶ ଦେଇଥିଲେ । ଫାଇନାନ୍ସିଆଲ ରିପୋର୍ଟିଂ ସମୟରେ ଭିଭୋ ନିଜ ବ୍ୟବସାୟିକ ତଥ୍ୟ ଲୁଚାଇଥିବା ପରେ ଜଣାପଡିଥିଲା । ଇଡି ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ ଭିଭୋ ଏବଂ ଏହାର ଅନ୍ୟ ସହଯୋଗୀ କମ୍ପାନୀଗୁଡ଼ିକ ଦୀର୍ଘ ଦିନ ଧରି ଅର୍ଥ ହେରଫେର କରିଆସୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ତେବେ ଏସମ୍ପର୍କରେ କେତେକ ପ୍ରମାଣ ମିଳିବା ପରେ ଇଡି ପକ୍ଷରୁ ଏହି ଚଢ଼ଉ ଅଭିଯାନ ଆରମ୍ଭ କରାଯାଇଛି । ତେବେ ଚଢ଼ାଉ ଜାରି ରହିଛି ଏବଂ ଆବଶ୍ୟକ ଡକୁ୍ୟମେଣ୍ଟଗୁଡ଼ିକୁ ଯାଞ୍ଚ କରାଯାଉଛି । ଏହି ପରିପ୍ରେକ୍ଷୀରେ, ଗୁରୁଗ୍ରାମସ୍ଥିତ ଏଚ୍ଏସ୍ବିସି ବ୍ୟାଙ୍କରେ ଥିବା ଭିଭୋ ଆକାଉଣ୍ଟକୁ ସିଜ୍ କରିଦିଆଯାଇଛି । କେବଳ ଏହି ଆକାଉଣ୍ଟରେ କମ୍ପାନୀ ପ୍ରାୟ ୨୨ଠ କୋଟି ଟଙ୍କା ଜମା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଜବତ ହୋଇଥିବା କାଗଜପତ୍ରରୁ କମ୍ପାନୀର ବାସ୍ତବିକ ଆୟ ତୁଳନାରେ ଯଥେଷ୍ଟ କମ୍ ଆୟ ଦର୍ଶାଯାଇଥିବା ସ୍ପଷ୍ଟ ହୋଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ସାଓମି, ହୁ୍ୟଆଇ ଭଳି ଚୀନ୍ର ମୋବାଇଲ ନିର୍ମାତା କମ୍ପାନୀଗୁଡ଼ିକ ବିରୋଧରେ ମଧ୍ୟ ଟିକସ ଫାଙ୍କି ଅଭିଯୋଗ ହୋଇଥିଲା ଏବଂ ଏସବୁ କମ୍ପାନୀ ଉପରେ ଇଡ଼ି, ସିବିଆଇ ପକ୍ଷରୁ ଚଢ଼ଉ ମଧ୍ୟ କରାଯାଇଥିଲା । ଗତ ଏପ୍ରିଲରେ ସାଓମି କମ୍ପାନୀ ଉପରେ ଇଡ଼ି ଚଢ଼ଉ କରିଥିବା ବେଳେ ୫୫୫୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯାଇଥିଲା ।
ଭାରତରେ ଚାଇନା ମୋବାଇଲ୍ର ଚାହିଦା ବଢ଼ିବାରେ ଲାଗିଛି । ଭିଭୋ, ଓପୋ, ସାଓମି ଆଦି ଚୀନ୍ କମ୍ପାନୀର ମୋବାଇଲଗୁଡ଼ିକ ଭାରତୀୟଙ୍କ ପ୍ରଥମ ପସନ୍ଦ ପାଲଟିଯାଇଛି । ଫଳରେ ଚୀନ୍ର ଏହି ମୋବାଇଲ କମ୍ପାନୀଗୁଡ଼ିକ ଭାରତରେ ବାର୍ଷିକ କୋଟି କୋଟି ଟଙ୍କାର ବ୍ୟବସାୟ କରୁଥିବା ସତ୍ତ୍ୱେ ନିୟମ ମୁତାବକ ଟିକସ କିନ୍ତୁ ଦାଖଲ କରୁନାହାନ୍ତି । ଫଳରେ ଚୀନ୍ର ଏସବୁ ମୋବାଇଲ୍ କମ୍ପାନିଗୁଡିକ ଉପରେ ଭାରତୀୟ ଆୟକର ବିଭାଗ ଏବଂ ଇଡିର ତୀକ୍ଷ୍ମ ନଜର ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *