ଭକ୍ତ ଗହଣରେ ଗଡ଼ିଲା ରଥ
ଆସିକା (ଆପ୍ର): ଆସିକା ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ଘୋଷଯାତ୍ରା ସଂପନ୍ନ ହୋଇଛି । ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ଭକ୍ତଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା ଦେଖାଦେଇଥିଲା । ଜଗତର ନାଥ ଶ୍ରୀ ଜଗନ୍ନାଥ ଭାଇ ଭଉଣୀଙ୍କୁ ସାଥିରେ ଧରି ନବଦିନ ବ୍ୟାପୀ ଘୋଷଯାତ୍ରାରେ ବାହାରିଥିଲେ । ପାରମ୍ପରିକ ରୀତିନୀତି ଅନୁଯାୟୀ ଚିନିଶିଳ୍ପ ନୂଆଗାଁରେ ପୂଜାର୍ଚ୍ଚନା ପରେ ତିନି ଠାକୁରଙ୍କୁ ପହଣ୍ଡିରେ ଅଣାଯାଇ ରଥାରୂଢ କରାଯାଇଥିଲା । ସମବାୟ ଚିନିଶିଳ୍ପର ପରିଚାଳନା ନିଦେ୍ର୍ଦଶକ ମନୋରଞ୍ଜନ ନାୟକ ଛେରା ପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ଆଡ଼ପ ମଣ୍ଡପ ନିକଟରେ ରଥ ପହଞ୍ଚôଥିଲା । ଶ୍ରୀ ଜଗନ୍ନାଥ ସଂସ୍ଥାପନ ସୋସାଇଟିର ସାଧାରଣ ସଂପାଦକ ଦିଲ୍ଲୀପ କୁମାର ସ୍ୱାଇଁ, ଉପ-ସଭାପତି ପ୍ରଶାନ୍ତ କୁମାର କର, ଯୁଗ୍ମସମ୍ପାଦକ ଇଂ ଅରୁଣ କୁମାର ପାତ୍ର, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସ୍ୱାଇଁ, ଚିନ୍ିଶିଳ୍ପର ସମ୍ପାଦକ ଆର୍. ଚନ୍ଦ୍ରଶେଖର ରେଡି, ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢୀ, ମୁଖ୍ୟଯନ୍ତ୍ରୀ ବସନ୍ତ କୁମାର ଦାସ, ଏସ୍ଏମ୍ପି ଶ୍ରୀନିବାସ ମହାପାତ୍ର, ଅଧ୍ୟାତ୍ମିକ ପ୍ରେମୀ ରାମ ପ୍ରସାଦ ଶତପଥୀ, ଶ୍ରୀପାଳୀ ସୁନ୍ଦର ଦାସ, କୃଷ୍ଣ ଚନ୍ଦ୍ର ଲେଙ୍କା, ପ୍ରଶାନ୍ତ କୁମାର ଦାସ, ବାଇଧର ନାହାକ, ଅରୁଣ କୁମାର ମହାନ୍ତି ପ୍ରମୂଖ ଘୋଷଯାତ୍ରା ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।
ସେହିଭଳି ଆସିକା ସହରର ସୁନାମ୍ବ ସାହି ସ୍ଥିତ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ତଥା ଆଇନଜୀବୀ ନାରାୟଣ ମୁନିଙ୍କ ସଂଯୋଜନାରେ ଅନୁଷ୍ଠିତ ଘୋଷଯାତ୍ରାରେ ମୁଖ୍ୟ ଅତିଥି ରୂପେ ନଗରପାଳିକା ବିନେତା ସ୍ୱାଇଁ, ସମ୍ମାନିତ ଅତିଥି ରୂପେ ଆସିକା ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ, ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍, ଏନଏସି ଉପାଧ୍ୟକ୍ଷା ଜୟନ୍ତି ବିଷୋୟୀ ଯୋଗଦେଇ ରଥଟଣାର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମନ୍ଦିର ପରିଚାଳନା ପୂଜକ ନିଳମାଧବ ଦାସ, ଉପେନ୍ଦ୍ର ଦାସ, ସୁରେନ୍ଦ୍ର ଦାସ, ନୀଳମାଧବ ପଣ୍ଡା, ରଞ୍ଜି ଦାସ, କାହ୍ନୁ ପଣ୍ଡା ପ୍ରମୂଖ ସହଯୋଗ କରିଥିଲେ । ସେହିପରି ବଜାର ସାହି, ଖମ୍ବେଶ୍ୱରୀପାଟଣା, କାଳଷଣ୍ଢପୁର, ଗହଙ୍ଗୁ, ନଳବଣ୍ଟାରେ ଥିବା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ବିଭିନ୍ନ ଜଗନ୍ନାଥ ମନ୍ଦିର ନିକଟରେ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।