କ୍ରିମିଆ ଆକ୍ରମଣ କଲେ ତୃତୀୟ ବିଶ୍ୱଯୁଦ୍ଧ

ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ରୁଷ୍ର ଚେତାବନୀ
ନୂଆଦିଲ୍ଲୀ (ଏଜେନ୍ସି): ୟୁକ୍ରେନ୍ ଉପରେ ଆକ୍ରମଣ କାରଣରୁ ସମ୍ପ୍ରତି ରୁଷ୍କୁ ଚାରିଆଡୁ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡୁୂଛି । ଏସବୁ ମଧ୍ୟରେ ରୁଷ୍ ପ୍ରତି ଅନେକ ଦେଶ ପ୍ରତ୍ୟକ୍ଷ ବା ପରୋକ୍ଷରେ କଠୋର ଆଭିମୁଖ୍ୟ ମଧ୍ୟ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ନିକଟରେ ଜର୍ମାନୀରେ ଅନୁୂଷ୍ଠିତ ହେଉଥିବା ଜି-୭ ଶିଖର ସମ୍ମିଳନୀରେ ମଧ୍ୟରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏଥିରେ ୟୁକ୍ରେନ୍କୁ ସାମରିକ ସହାୟତା ସହ ଆର୍ଥିକ ଏବଂ ଅନ୍ୟ ସବୁ ସହଯୋଗ ଯୋଗାଇଦେବାକୁ ଜି-୭ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହମତ ହୋଇଥିବା ଜାଣିବାକୁ ମିଳିଛି । ଜି-୭ ଶିଖର ସମ୍ମିଳନୀରୁ ଏପ୍ରକାର ବାର୍ତ୍ତା ବାହାରକୁ ଆସିବା ପରେ ରୁଷ୍ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇପଡିଛି । ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ରୁଷ୍ ଖୋଲା ଚେତାବନୀ ଦେଇ କହିଛି ଯେ, କ୍ରିମିଆ ଉପରେ ଆକ୍ରମଣ ସମ୍ପର୍କରେ ଚିନ୍ତା କରିବା ହିଁ ତୃତୀୟ ବିଶ୍ୱଯୁଦ୍ଧର ଶୁଭାରମ୍ଭ ବୋଲି ବିବେଚନା କରାଯିବ ।
ରୁଷ୍ର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେହଭେଦେଭ କହିଛନ୍ତି, କ୍ରିମିୟା ଉପରେ କୌଣସି ଅତିକ୍ରମଣ ରୁଷ ବିରୁଦ୍ଧରେ ଯୁଦ୍ଧ ଘୋଷଣା ହେବ । ଏହା ତୃତୀୟ ବିଶ୍ୱ ଯୁଦ୍ଧର ମୁଖ୍ୟ କାରଣ ହେବ । ଦିମିତ୍ରି କହିଛନ୍ତି, କ୍ରିମିଆର ରୁଷ୍ର । ଏବଂ ସବୁବେଳେ ରୁଷ୍ର ହୋଇ ରହିବ । କ୍ରିମିୟାକୁ କେହି ଅଧିଗ୍ରହଣ କରିବାକୁ ପ୍ରୟାସ କଲେ ଏହା ସିଧାସଳଖ ରୁଷ ବିରୁଦ୍ଧରେ ଯୁଦ୍ଧ ଘୋଷଣା ବୋଲି ଧରାଯିବ । ପ୍ରକାଶ, ମେଦଭେଦେଭ୍ ସମ୍ପ୍ରତି ରୁଷର ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଅଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *