ଶୃଙ୍ଖଳିତ ରଥଟଣା ଲାଗି ପୁଲିସର ମକ୍ ଡ୍ରିଲ୍

ପୁରୀ (ବୁ୍ୟରୋ): ଦୁଇ ଦିନ ପରେ ରଥଯାତ୍ରା । ସେଥିଲାଗି ଶ୍ରୀମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ଓ ପୁଲିସ ପ୍ରଶାସନ ତତ୍ପର ହୋଇଉଠିଛି । ଚଳିତବର୍ଷ ଭକ୍ତମୟ ରଥଯାତ୍ରାକୁ ଶୃଙ୍ଖଳିତ ସମାପନ କରିବା ଲାଗି ଉଦ୍ୟମ ଜାରି ରହିଛି । ବିଶେଷ ଭାବେ ରଥଯାତ୍ରାରେ ରଥଟଣା ଏକ ମୁଖ୍ୟ ସମସ୍ୟା । ରଥକୁ ଶୃଙ୍ଖଳିତ ଓ ମାପ ଅନୁସାରେ ନ ଟାଣିଲେ ରଥ ଗଡ଼ିବା ବଡ଼ କଷ୍ଟକର ହୋଇପଡ଼ିଥାଏ । ତେଣୁ ରଥଟଣା କିଭଳି ସୁରୁଖୁରୁରେ ହେବ ସେ ନେଇ ପୁଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୁଲିସ ରିଜର୍ଭ ପଡ଼ିଆଠାରେ ଏକ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ପୁଲିସ ମହାନିଦେ୍ର୍ଦଶକ ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ ଅନୁଷ୍ଠିତ ମକ୍ଡ୍ରିଲରେ ଶହ ଶହ ପୁଲିସ ଅଧିକାରୀ ଯୋଗଦେଇ ତିନୋଟି ଜିପ୍କୁ ରଥ ଭାବେ ଭାବି ଟାଣିଥିଲେ । କେଉଁଭଳି ସ୍ଥିତିରେ ରଥ ଟାଣିଲେ ସିଧାସଳଖ ଓ ଶୀଘ୍ର ଆସି ଗୁଣ୍ଡିଚାମନ୍ଦିର ନିକଟରେ ଲାଗିବ ତାହାକୁ ନେଇ ବିସ୍ତୁତ ଭାବେ ସଚେତନ କରାଯାଇଥିଲା । ତତ୍ସହିତ ରଥଟଣା, ଭିଡ଼ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *