୨ରୁ ମୌସୁମୀ ଅଧିବେଶନ

ଭୁବନେଶ୍ୱର, ୨୭ା୬: ଆସନ୍ତା ଜୁଲାଇ ୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏଥର ବି କୋଭିଡ କଟକଣା ଭିତରେ ବଜେଟ ଅଧିବେଶନ ହେବ । ଆସନ୍ତା ୨୯ରୁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଅର୍ଥାତ ତିନିଦିନ ଧରି ସମସ୍ତଙ୍କର କୋଭିଡ ପରୀକ୍ଷା ହେବ । ବିଧାନସଭାର ସମସ୍ତ କର୍ମ·ରୀ, ବିଧାୟକ ଓ ସାମ୍ବାଦିକମନଙ୍କର କୋଭିଡ ଟେଷ୍ଟ ହେବ ବୋଲି ଜଣାପଡ଼ିଛି ।
ପ୍ରଥମ ଦିନରେ ହିଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥôକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଏହି ଅଧିବେଶନ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଧାନସଭା ସଚିବାଳୟ ଦ୍ୱାରା ଶୁକ୍ରବାର ଦିନ ଜାରି ବିଜ୍ଞପ୍ତି ଅନୁଯାୟୀ ଗୃହର ଏହି ଅଧିବେଶନରେ ମୋଟ ୨୪ କାର୍ଯ୍ୟ ଦିବସ ରହିବ ।
ଜୁଲାଇ ୨ ରେ ବଜେଟ ଉପସ୍ଥାପିତ ହେବାକୁ ଥିବାବେଳେ ସରକାରୀ କାର୍ଯ୍ୟଦିବସ ଭାବେ ଜୁଲାଇ ୪ରେ ଆଲୋଚନା ପାଇଁ ନିଆଯିିବ । ୫ ଓ ୬ ତାରିଖରେ ବାର୍ଷିକ ବଜେଟ ଉପରେ ସାଧାରଣ ଅ ।ଲୋଚନା ହେବ । ଗୃହ ୭ ତାରିଖରୁ ୧୨ ତରାରିଖ ଯାଏ ବନ୍ଦ ରହିବ । ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ୧୩ ତାରିଖରେ ଗୃହରେ ଉପସ୍ଥାପିତ ହେବ । କାର୍ଯ୍ୟସୂଚୀ ଅନୁଯାୟୀ ଖର୍ଚ୍ଚଦାବି ଅନୁଦାନ ଉପରେ ଆଲୋଚନା ଜୁଲାଇ ୧୪ରୁ ୨୯ ତାରିଖ ଯାଏ (ରବିବାରକୁ ବାଦ୍ ଦେଇ) ବିଧାନସଭାରେ ଅନୁଷ୍ଠିତ ହେବ । ୩ଠ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଅ ।ଗତ ହେବ । ଅଗଷ୍ଟ ମାସରେ, ଦୁଇଟି ସରକାରୀ କାର୍ଯ୍ୟ ଦିବସ (୧ ଏବଂ ୩ ଅଗଷ୍ଟ) ଏବଂ ଦୁଇଟି ବେସରକାରୀ କାର୍ଯ୍ୟଦିବସ (୨ ଏବଂ ୪ ଅଗଷ୍ଟ) ରହିଛି ।
ସୂଚନାଯୋଗ୍ୟ, ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ୨ଠ୨୨-୨୩ର ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତ୍ତେ ରାଜ୍ୟ ସରକାର ୪ ମାସିଆ କାମଚଳା ବଜେଟ୍ ଉପସ୍ଥାପିତ କରିଥିଲେ । ମାର୍ଚ୍ଚ ୩୦ରେ ରାଜ ସରକାର ୨ ଲକ୍ଷ କୋଟି ଟଙ୍କାର ବଜେଟ ଆଣିଥିଲେ । ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଚାରିମାସ (ଏପ୍ରିଲରୁ ଜୁଲାଇ) ପର୍ଯ୍ୟନ୍ତ ୧.୦୬ ଲକ୍ଷ କୋଟି ଟଙ୍କା ବୟ କରିବାକୁ ଲେଖାନୁଦାନ ଆଗତ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *