ଆଠଗଡ଼ରୁ ମିଳିଲା ଆଉ ଏକ ହାତୀ କଙ୍କାଳ
ନରସିଂହପୁର, ୨୭ା୬(ଆପ୍ର): ଆଠଗଡ ବନଖଣ୍ଡ ଅଞ୍ଚଳରେ ସିରିଜ୍ ହାତୀ ହତ୍ୟା ମାମଲାର ତଦନ୍ତ କରୁଥିଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ତଦନ୍ତକାରୀ ଦଳକୁ ଆଜି ଆଉ ଏକ ହାତୀ କଙ୍କାଳ ମାଟିତଳୁ ମିଳିଛି । କଟକ ବଡ଼ମ୍ବା ବନାଞ୍ଚଳ ଗୋପପୁର ରେଞ୍ଜ ମଣ୍ଡପ ରିଜର୍ଭ ଜଙ୍ଗଲରୁ ଏହି ହାତୀ କଙ୍କାଳ ଠାବ ହୋଇଛି । ଏହି ଉଦ୍ଧାର କଙ୍କାଳ ପ୍ରାୟ ୧୦ରୁ ୧୨ ବର୍ଷର ହେବ । ପ୍ରାୟ ୨ ବର୍ଷ ତଳେ ଏହି ହାତୀର ମୃତୁ୍ୟ ହୋଇଥିବା ଆଶଙ୍କା କରାଯାଉଛି । ପୂର୍ବରୁ ୩ଟି ହାତୀ କଙ୍କାଳ ମିଳିଥିବା ବେଳେ ଆଜିର କଙ୍କାଳ ମିଶି ୪ଟି ହାତୀଙ୍କର ମୃତୁ୍ୟ ହୋଇଛି । କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିମ ଆଠଗଡ ବନଖଣ୍ଡ ଅଧିକାରୀଙ୍କୁ ସାଙ୍ଗରେ ଧରି କଙ୍କାଳ ବାହାରିଥିବା ୩ଟି ଜାଗା ବୁଲିବା ସହ ପଚରାଉଚରା କରିଥିଲେ । ପୂର୍ବରୁ ବଡ଼ମ୍ବା ରେଞ୍ଜର ନିଲମ୍ବିତ ହୋଇଥିବା ବେଳେ ସଦର ଫରେଷ୍ଟର ବହୁ ହାତୀମୃତୁ୍ୟ ଘଟଣାରେ ସଂପୃକ୍ତ ଥିବା ଆଲୋଚନା ହେଉଛି ।
କରୋନା ମହାମାରୀ ସମୟରେ ସମସ୍ତେ ଲକ୍ଡାଉନ, ସଟଡାଉନରେ ରହିଥିବା ବେଳେ ବନ ବିଭାଗର ଅଧିକାରୀଙ୍କ ସହଯୋଗରେ ବହୁ ସଂଖ୍ୟକ ହାତୀ ଶିକାର କରାଯାଇ ସେମାନଙ୍କ ଦାନ୍ତ ଓ ଗୁରୁତ୍ୱପୂର୍ଣ୍ଣ ଅଂଶ ଚୋରା·ଲାଣ ହୋଇଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏହି ଗୁଇନ୍ଦା ଖବରକୁ ନେଇ ଏବେ ଖୋଳତାଡ଼ ·ଲିଛି । ମାଟିତଳୁ ସିରିଜ୍ ହାତୀକଙ୍କାଳ ଉଦ୍ଧାର ଘଟଣା ଉଦ୍ବେଗ ବିଷୟ ହୋଇଛି । ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି । ମାଟିତଳୁ ଦନ୍ତାହାତୀଙ୍କର ଗଳିତ ମୃତଦେହ ଓ କଙ୍କାଳ ଉଦ୍ଧାର କରାଯାଉଛି, ହେଲେ ଉଦ୍ଧାର ହୋଇଥିବା କୌଣସି ହାତୀଙ୍କର ଦାନ୍ତ ନାହିଁ । କୁଆଡ଼େ ଗଲା ଦାନ୍ତ । ନିକଟରେ ବନ୍ୟାପ୍ରାଣୀ ଅପରାଧ ନିୟନ୍ତ୍ରଣ ଶାଖା (ଡବ୍ଲୁସିସିବି)ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ତଦନ୍ତ ପରେ ଆଗକୁ ବଡ଼ ଅଧିକାରୀ ତଦନ୍ତ ପରିସରକୁ ଆସିବା ନେଇ ଆଲୋଚନା ଜୋର୍ ଧରିଛି । ଏସ୍ଟିଏଫ୍ ଟିମ୍ ଆଠଗଡ଼ ଡିଏଫ୍ଓଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରିବା ସହ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ଆଲୋଚନା କରିଛନ୍ତି । ତା’ଛଡ଼ା, ସ୍ଥାନୀୟ ଗ୍ରାମବାସୀଙ୍କ ସହ ମଧ୍ୟ ହାତୀ କଙ୍କାଳ ସମ୍ପର୍କରେ ଆଲୋଚନା କରିଛନ୍ତି । ଦୁଇଦିନ ହେଲା ଏହି ଟିମ୍ ଦିଲ୍ଲୀରୁ ଆସି ଘଟଣାର ତଦନ୍ତ ଚଳାଇଥିବା ବେଳେ ବନବିଭାଗ ପକ୍ଷରୁ ସମସ୍ତ ତଥ୍ୟ ସେମାନଙ୍କୁ ଦିଆଯାଇଥିବା ଜଣାପଡ଼ିଛି । ଆଠଗଡ଼ ବନଖଣ୍ଡ ବଡ଼ମ୍ବା ଓ ନରସିଂହପୁର ରେଞ୍ଜରେ ଆହୁରି କିଛି ସ୍ଥାନରେ ହାତୀଙ୍କୁ ମାରି ପୋତାଯାଇଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏହା ଉପରେ ଠୋସ୍ ପ୍ରମାଣ ନଥିବା ଦର୍ଶାଇ ବନବିଭାଗ ଏହାର ଖୋଳତାଡ଼ କରୁନି । ଏହାକୁ ନେଇ ବି ଏବେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।