ତିନି ରଥରେ ଘୋଡ଼ା ସଂଯୋଗ ପାଇଁ ସରିଛି ଜୁଆଳି ଓ ଇଶ ନିର୍ମାଣ

ପୁରୀ (ବୁ୍ୟରୋ): ଆଉ ୨ ଦିନ ପରେ ଘୋଷଯାତ୍ରା । ସେଥିଲାଗି ଶ୍ରୀନଅର ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇପଡ଼ିଛି । ତିନିରଥ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚôଛି । ତିନି ରଥରେ ଘୋଡ଼ା ସଂଯୋଗ ପାଇଁ ସରିଛି ଜୁଆଳି ଓ ଇଶ ନିର୍ମାଣ ସୋମବାର ତିନିରଥରେ ସ୍ଥାପନ ହୋଇଛନ୍ତି ପାଶ୍ୱର୍ ଦେବଦେବୀ । ରଥରେ ପାଶ୍ୱର୍ ଦେବଦେବୀ ରହିଥାନ୍ତି । ପ୍ରତି ରଥରେ ଏମାନେ ରଥଯାତ୍ରାରେ ମହାପ୍ରଭୁଙ୍କ ସହ ଯାଇଥାନ୍ତି । ରବିବାର ରଥର ରଙ୍ଗ କାର୍ଯ୍ୟ ଶେଷ ହେଲା ପରେ ସୋମବାର ରୂପକାର ଓ ଭୋଇ ସେବାୟତମାନେ ମିଳିତ ଭାବେ ପାଶ୍ୱର୍ ଦେବଦେବୀଙ୍କୁ ରତର ଜଳଯନ୍ତ୍ରରେ ଖଞ୍ଜା ଯାଇଛି । ପରେ ଶୀଖର ଡମ୍ବରୁ ସେଟ୍ କରାଯାଇଛି । ତିନିରଥର ପାଶ୍ୱର୍ ଦେବଦେବୀ ଲଗାଯିବା ପରେ ଦରଜୀ କାରିଗରମାନେ ରଥ କପଡ଼ା ରଥରେ ପକାଇବା ଆରମ୍ଭ କରିବେ । ସେନେଇ ମଧ୍ୟ ଦରଜୀ ସେବାୟତମାନେ କପଡ଼ା ସିଲେଇ କାର୍ଯ୍ୟ ଶେଷପର୍ଯ୍ୟାୟରେ ପହଞ୍ଚôଲାଣି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *