ମାଟି ତଳୁ ମିଳିଲା ୧୪ ମୂର୍ତ୍ତି

ଏଏସ୍ଆଇ ଟିମ୍ର ପରୀକ୍ଷା ନିରୀକ୍ଷା
କଟକ (ବୁ୍ୟରୋ): ଗୋଟିଏ କି ଦୁଇଟି ନୁହେଁ ମାଟି ତଳୁ ଉଦ୍ଧାର ହୋଇଛି ୧୪ଟି ବହୁ ପୂରାତନ ପିତଳ ମୂର୍ତ୍ତି । କଟକ ଜିଲ୍ଲା ବିରିବାଟୀ ନାହାଭଙ୍ଗା ଗାଁର ଦୀନବନ୍ଧୁ ବେହେରାଙ୍କ ଘରୁ ମୂର୍ତ୍ତିଗୁଡ଼ିକ ଉଦ୍ଧାର କରାଯିବା ପରେ ତାଙ୍କ ଘରେ ଗହଳିଚହଳି ଲାଗିଯାଇଛି । ଏଏସ୍ଆଇ ଟିମ୍ ଓ କନ୍ଦରପୁର ପୁଲି ପହଞ୍ଚି ତଦନ୍ତ କରିଛନ୍ତି ।
ଉଦ୍ଧାର ମୂର୍ତ୍ତି ମଧ୍ୟରେ ରହିଛି ଗରୁଡ଼, ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ଗଣେଶ, ସରସ୍ୱତୀ, ବୃଷଭ, ଶାଳଗ୍ରାମ, ରାମାଭିଷେକ, ଶିବ, ନାରାୟଣ, ପଞ୍ଚମୁଖୀ ହନୁମାନ ଏବଂ ଅଷ୍ଟଭୂଜା ମା’ ଦୁର୍ଗାଙ୍କ ମୂର୍ତ୍ତି । ଏହା ନିର୍ଦ୍ଦିଷ୍ଟ ଭାବେ କେଉଁ କାଳର ତାହା ସ୍ପଷ୍ଟ ହୋଇନାହିଁ । ମୂର୍ତ୍ତିଗୁଡ଼ିକୁ ପ୍ରନôତତ୍ତ୍ୱ ବିଭାଗ (ଏଏସ୍ଆଇ)ର ୪ ଜଣିଆ ଟିମ୍ ପରୀକ୍ଷା ନିରୀକ୍ଷା କରିଛନ୍ତି । ମୂର୍ତ୍ତି କେଉଁ ଯୁଗର ଏବଂ କେଉଁ ଧାତୁରେ ତିଆରି ସେନେଇ ଏଏସ୍ଆଇ ଟିମ୍ ପରୀକ୍ଷା ନିରୀକ୍ଷା କରିବ । ମୂର୍ତ୍ତିଗୁଡ଼ିକୁ ଯାଞ୍ଚ କରିବା ପରେ ଏହା କେଉଁ ସମୟର ମୂର୍ତ୍ତି ଓ ଏହା ପଛରେ କ’ଣ ରହସ୍ୟ ରହିଛି ତାହା ଜଣାପଡ଼ିବ । ତେବେ ସମସ୍ତ ଯାଞ୍ଚ କରିବା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅଧିକାରୀ । ଶୁଣିବାକୁ ମିଳିଛି ଯେ କିଛି ଦିନ ପୂର୍ବେ ଘରର ଏକ କେଠାରୀ ତଳେ ଠାକୁରଙ୍କ ମୂର୍ତ୍ତି ଥିବା ନେଇ ଦୀନବନ୍ଧୁଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ଗତକାଲି ରାତିରେ ଘଡ଼ଘଡ଼ି ମାରି ଘରର ଘର ଚଟାଣ ଫାଟି ଯାଇଥିଲା । ଶନିବାର ସକାଳେ ମାଟି ଖୋଳି ୧୪ ପ୍ରତିମୂର୍ତ୍ତି ଉଦ୍ଧାର କରାଯାଇଥିଲା । ମୂର୍ତ୍ତିିଗୁଡ଼ିକୁ ଘରେ ରଖି ପୂଜାର୍ଚ୍ଚନା କରାଯାଇଥିଲା । ମାଟିରୁ ମୂର୍ତ୍ତି ବାହାରିବା ଖବର ପ୍ରଚାରିତ ହେବା ପରେ ଦୀନବନ୍ଧୁଙ୍କ ଘରେ ହଜାର ହଜାର ଳୋକଙ୍କ ଭିଡ଼ ଜମିିଥିଲା । ଘର ଆଗରେ ଥିବା ପଡ଼ିଆରେ ମନ୍ଦିର ନିର୍ମାଣ କରି ସମସ୍ତ ମୂର୍ତ୍ତିକୁ ପୂଜା କରିବା ପାଇଁ ଠାକୁରଙ୍କ ନିଦେ୍ର୍ଦଶ ରହିଥିବା କହିଛନ୍ତି ଦୀନବନ୍ଧୁ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *