ଆସୁଛି ନାଜାଲ୍ ଭାକ୍ସିନ୍
କ୍ଲିନିକାଲ୍ ପରୀକ୍ଷଣ ଶେଷ, ଡିସିଜିଆଇ ମଞ୍ଜୁରିକୁ ଅପେକ୍ଷା
ସାଧାରଣ ଟିକା ତୁଳନାରେ ଅଧିକ ପ୍ରଭାବଶାଳୀ
ନୂଆଦିଲ୍ଲୀ (ଏଜେନ୍ସି): କରୋନା ଭାକ୍ସିନ୍ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ମିଳିଛି । ନାଜାଲ ଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ଅର୍ଥାତ୍ କ୍ଲିନିକାଲ ପରୀକ୍ଷଣ ପ୍ରକ୍ରିୟା ଶେଷ ହୋଇଛି । ଏବେ କେବଳ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)ର ମଞ୍ଜୁରିକୁ ଅପେକ୍ଷା ରହିଛି । ଏସମ୍ପର୍କରେ ସୂଚନା ଦେଇ ଭାକ୍ସିନ୍ ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ର ଚେୟାରମ୍ୟାନ ତଥା ପ୍ରବନ୍ଧ ନିଦେ୍ର୍ଦଶକ ଡ. କୃଷ୍ଣା ଏଲା କହିଛନ୍ତି, କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା କରୋନା ନାଜାଲ ଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ସଫଳତା ପୂର୍ବକ ଶେଷ ହୋଇଛି । ଏବେ ଏହାର ଡାଟା ବିଶ୍ଳେଷଣ କରାଯିବ ଏବଂ ଆସନ୍ତା ମାସରେ କମ୍ପାନୀ ଏହାର ତଥ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିଜିସିଆଇ) ନିକଟରେ ଜମା କରାଯିବ । ଯଦି ସବୁକିଛି ଠିକ୍ ରହିଲା ତେବେ ଭାକ୍ସିନ୍ର ବ୍ୟବହାରିକ ପରୀକ୍ଷଣ ପ୍ରସ୍ତାବକୁ ମଧ୍ୟ ଡିସିଜିଆଇ ମଞ୍ଜୁରି ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଡିସିଜିଆଇ ଅନୁମୋଦନ ମିଳିବା ପରେ ପରେ ଏହି ନୂଆ ନାଜାଲ ଭାକ୍ସିନ୍କୁ ବଜାରକୁ ଛଡାଯିବ । ତେବେ ଏହା ବିଶ୍ୱର ପ୍ରଥମ କ୍ଲିନିକାଲ ପ୍ରମାଣିତ ନାଜାଲ କରୋନା ଭାକ୍ସିନ୍ ହେବାକୁ ଯାଉଛି ବୋଲି ସେ କହିଛନ୍ତି । ପ୍ରକାଶ, ସାଧାରଣ ଟିକା ଅପେକ୍ଷା ନାଜାଲ୍ ଟିକା ଅଧିକ ପ୍ରଭାବଶାଳୀ ବୋଲି ଦାବି କରାଯାଉଛି ।