ଦକ୍ଷିଣ ଓଡ଼ିଶାରେ ଅଗ୍ନିପଥ ତାତି

ବ୍ରହ୍ମପୁର ଷ୍ଟେସନ୍ରେ କଡ଼ା ସୁରକ୍ଷା
ବ୍ରହ୍ମପୁର(ବୁ୍ୟରୋ): ଅଗ୍ନିପଥ ଯୋଜନା ବିରୋଧରେ ସାରା ଦେଶରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ଆନ୍ଧ୍ରର କେତେକ ସ୍ଥାନରେ ବିକ୍ଷୋଭକାରୀମାନେ ନିଅାଁ ଲଗାଇବାସହ ବ୍ୟାପକ ଭଙ୍ଗାରୁଜା କରିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟେସନ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଷ୍ଟେସନ୍ରେ ମଧ୍ୟ ସୁରକ୍ଷାକୁ କଡ଼ାକଡ଼ି କରାଯିବା ସହ ୨ଟି ଗେଟ୍ ମଧ୍ୟରୁ ଗୋଟିଏକୁ ବନ୍ଦ କରାଯାଇଛି । ଅନ୍ୟ ଗେଟ୍ରେ ଯେଉଁମାନେ ପ୍ର୍ରବେଶ କରୁଛନ୍ତି ସେମାନଙ୍କୁ ଯାଞ୍ଚ କରାଯାଉଛି । ଅସ୍ଥାୟୀ ଭାବେ ପ୍ଲାଟ୍ଫର୍ମ ଟିକେଟ୍ ବିକ୍ରି ବନ୍ଦ ରହିଛି । ଯାତ୍ରା ଟିକେଟ୍ ନଥିଲେ କାହାରିକୁ ଷ୍ଟେଶନ ଭିତରକୁ ପ୍ରବେଶ ଅନୁମତି ଦିଆଯାଉନଥିବା ବେଳେ ଆର୍ପିଏଫ୍, ସ୍ଥାନୀୟ ପୁଲିସ୍କୁ ଷ୍ଟେଶନ୍ ଭିତରେ ଏବଂ ବାହାରେ ମୁତୟନ କରାଯାଇଛି । ଅପରପକ୍ଷରେ ଆନ୍ଧ୍ରରେ ହିଂସା ଯୋଗୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ଭୁବନେଶ୍ୱର-ବିଶାଖପାଟଣା ମଧ୍ୟରେ ଚଳାଚଳ କରୁଥିବା ଇଣ୍ଟରସିଟି ଏବଂ ବିଶାଖା ଏକ୍ସପ୍ରେସ୍ ବନ୍ଦ ରହିଛି । ଅନ୍ୟ କେତେକ ଟ୍ରେନ୍ରେ ସମୟରେ ପରିବର୍ତ୍ତନ ହୋଇଥିବା ବ୍ରହ୍ମପୁର ଷ୍ଟେସନ୍ ପରିଚାଳକ ଦୁର୍ଗାପ୍ରସାଦ ବ୍ରହ୍ମା ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *