ପିଲାଙ୍କ ପାଇଁ କୋଭାକ୍ସିନ୍ ସୁରକ୍ଷିତ
ନୂଆଦିଲ୍ଲୀ (ଏଜେନ୍ସି): ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ (ବିବିଏଲ୍) ପକ୍ଷରୁ କୋଭିଡ୍-୧୯ ପାଇଁ କୋଭାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଘୋଷଣା କରାଯାଇଛି । ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଅଧ୍ୟୟନରେ ଏହା ପିଲାମାନଙ୍କ ପାଇଁ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଗଣମାଧ୍ୟମକୁ ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ବିବିଏଲ୍ ପକ୍ଷରୁ କୁହାଯାଇଛି ଯେ ଏହି ଅଧ୍ୟୟନକୁ ଲୋକପ୍ରିୟ ମେଡିକାଲ୍ ଜର୍ନାଲ୍ ଲାନସେଟ୍ରେ ପ୍ରକାଶିତ କରାଯାଇଛି । ୨-୧୮ ବର୍ଷ ବୟସର ସୁସ୍ଥ ଶିଶୁ ଏବଂ କିଶୋରମାନଙ୍କରେ କୋଭାକ୍ସିନ୍ର ନିରାପତ୍ତା, ପ୍ରତିକ୍ରିୟାଶୀଳତା ଏବଂ ପ୍ରତିରକ୍ଷଣ କ୍ଷମତାର ମୂଲ୍ୟାଙ୍କନ କରିବା ପାଇଁ ବିବିଆଇଏଲ୍ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ଏକ ଖୋଲା ଲେବଲ୍ ଏବଂ ମଲ୍ଟି ସେଣ୍ଟର୍ ଅଧ୍ୟୟନ ଆୟୋଜିତ କରିଥିଲା । ଜୁନ୍ ୨୦୨୧ରୁ ସେପ୍ଟେମ୍ବର ୨୦୨୧ ମଧ୍ୟରେ କରାଯାଇଥିବା ଅଧ୍ୟୟନର ସକରାତ୍ମକ ଫଳାଫଳ ଆସିଥିଲା । ଏହି ଆକଳନ ଅକ୍ଟୋବର ୨୦୨୧ମସିହାରେ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସ୍ସିଓ)କୁ ପଠାଯାଇଥିଲା । ୬ରୁ ୧୨ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା ।
ଭାରତ ବାୟୋଟେକ୍ ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଦଶକ ଡ କୃଷ୍ଣ ଏଲା କହିଛନ୍ତି ଯେ, ପିଲାମାନଙ୍କ ପାଇଁ ଟିକାକରଣର ନିରାପତ୍ତା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ । କୋଭାକ୍ସିନ ବର୍ତ୍ତମାନ ଶିଶୁମାନଙ୍କଠାରେ ଏହାର ନିରାପତ୍ତା ଏବଂ ରୋଗ ପ୍ରତିରୋଧକ ଶକ୍ତି ପ୍ରମାଣ କରିଛି । ଉଭୟ ବୟସ୍କ ଏବଂ ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ଓ ପ୍ରଭାବଶାଳୀ କୋଭିଡ୍-୧୯ ଟିକା ବିକସିଥ, ପ୍ରାଥମିକ ଟୀକାକରଣ ଏବଂ ବୁଷ୍ଟର ଡୋଜ୍ ପରେ ଏକ ସର୍ବଭାରତୀୟ ଟିକା ପ୍ରସ୍ତୁତ କରାଯିବ ।
ଭରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି ଯେ ଜୁନ୍ ୨୦୨୧ରୁ ସେପ୍ଟେମ୍ବର ୨୦୨୧ ମଧ୍ୟରେ ପିଲାମାନଙ୍କ ଉପରେ କରାଯାଇଥିବା କ୍ଲିନିକାଲ୍ ପରୀକ୍ଷା କୋଭାକ୍ସିନକୁ ନିରାପଦ, କମ ପ୍ରତିକ୍ରିୟାଶୀଳ ଏବଂ ଶକ୍ତିଶାଳୀ ଇମୁ୍ୟନୋଜେନିକ୍ ବୋଲି ଦର୍ଶାଇଛି । ଅକ୍ଟୋବର ୨୦୨୧ ରେ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ରେ କ୍ଲିନିକାଲ୍ ଟ୍ରାଏଲ୍ ତଥ୍ୟ ଦାଖଲ କରାଯାଇଥିଲା । ୬-୧୮ ବର୍ଷ ବୟସର ପିଲାମାନଙ୍କ ନିମନ୍ତେ ଜରୁରୀକାଳୀନ ବ୍ୟବହାର ପାଇଁ ଏହା ମିଳିଥିଲା । ନିର୍ମାତା କହିଛନ୍ତି ଯେ ଭାରତରେ ପିଲାମାନଙ୍କୁ ଦିଆଯାଉଥିବା ୫୦ ମିଲିୟନରୁ ଅଧିକ ଡୋଜ୍ର ତଥ୍ୟ ଉପରେ ଆଧାର କରି କୋଭାକ୍ସନି ଏକ ସୁରକ୍ଷିତ ଟିକା ବୋଲି ପ୍ରମାଣିତ ହୋଇଛି । ତେବେ ଏଥିରେ ଇଞ୍ଜେକ୍ସନ ଦିଆଯାଉଥିବା ସ୍ଥାନରେ ସାମାନ୍ୟ ଦରଜ ସବୁଠାରୁ ବଡ଼ ସମସ୍ୟା ଥିଲା ।