ଛତିିଶଗଡ଼ର ମନମାନି
ଭୁବନେଶ୍ୱର,୧୧ା୬(ବୁ୍ୟରୋ): ଓଡ଼ିଶାର ଜୀବନରେଖା ମହାନଦୀ ଉପରେ ଛତିଶଗଡ଼ର ଦାଦାଗିରି ଜାରି ରହିଛି । ଅଣମୌସୁମୀ ଋତୁ ଓ ଖରାଦିନେ ମହାନଦୀର କଲ୍ମା ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ କରି ଓଡ଼ିଶାରେ ପାଣିର ଅଭାବ ସୃଷ୍ଟି କରୁଥିବା ଛତିଶଗଡ଼ ଏବେ ପୁଣି ନୂଆ ଚାଲ ଖେଳୁଛି । ମୌସୁମୀ ଋତୁ ଆରମ୍ଭରୁ କଲ୍ମା ବ୍ୟାରେଜର ସମସ୍ତ ଗେଟ୍ ଖୋଲିବା ପାଇଁ ନିଦେ୍ର୍ଦଶନାମା ଜାରି କରିଛି । ଫଳରେ ଏହି ହଠାତ୍ ଅତିରିକ୍ତ ଜଳ ଆସି ଓଡ଼ିଶାରେ ବନ୍ୟାର କାରଣ ପାଲଟିବାର ଆଶଙ୍କା ଉପୁଜିଛି ।
ଛତିଶଗଡରୁ ପ୍ରକାଶ ପାଇଥିବା ଏକ ଖବରରେ କୁହାଯାଇଛି, ଆଗାମୀ ଜୁନ୍ ୧୬ରୁ ୧୫ ଅକ୍ଟୋବର ମଧ୍ୟରେ କଲ୍ମା ବ୍ୟାରେଜର ସମସ୍ତ ଗେଟ୍ ଖୋଲିବାକୁ ନିଷ୍ପତି କରିଛନ୍ତି ଛତିଶଗଡ ସରକାର । ଅର୍ଥାତ୍ ୪ ମାସ ସମସ୍ତ ୬୬ଟି ଗେଟ୍ ଖୋଲିଦେବ ଛତିଶଗଡ । ଗେଟ୍ ଖୋଲିଲେ ତଳ ମୁଣ୍ଡରେ ବନ୍ୟାସ୍ଥିିତି ସୃଷ୍ଟି ହେବା ନେଇ ଆଶଙ୍କା ବଢିଛି । ତଳମୁଣ୍ଡ ଅର୍ଥାତ୍ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜଳସ୍ତର ବୃଦ୍ଧି ପାଇବା ସହ ଫସଲହାନୀର ଆଶଙ୍କା ରହିଛି । ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଛତିଶଗଡ଼ ସରକାର ବ୍ୟାରେଜର ମମସ୍ତ ଗେଟ୍କୁ ବନ୍ଦ କରି ପାଣିର ସ୍ରୋତକୁ ଅଟକାଇଦେଇଥଲା । ଫଳରେ ତଳମୁଣ୍ଡରେ ଓଡ଼ିଶାର ଚାଷୀ ଫସଲ ନଷ୍ଟ ସହ ସଂଘାତିକ ଜଳାଭାବର ସମ୍ମୁଖୀନ ହୋଇଥିଲେ । କିନ୍ତୁ ଆଗକୁ ବର୍ଷା ଋତୁ ଆସୁଥିବାରୁ ଛତିଶଗଡ଼ ସରକାରଙ୍କ ଗେଟ୍ ଖୋଲିବା ନିଷ୍ପତ୍ତି ପୁଣି ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି କରିବ ।
ଉପରମୁଣ୍ଡରେ ବନ୍ଧ ବାନ୍ଧି ମହାନଦୀ ପାଣି ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରୁଛି ଛତିଶଗଡ । ଅଣମୌସୁମୀ ଋତୁରେ ଓଡ଼ିଶାକୁ ଯେତିକି ପାଣି ମିଳିବା କଥା ତାର ୩୦ ପ୍ରତିଶତ କମ୍ ମିଳିଛି ।
ଜଳଭଣ୍ଡାରର ଉପରମୁଣ୍ଡ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପାଣିର ଘୋର ଅଭାବ ଦେଖାଦେଇଛି । ଅନେକ କିଲୋମିଟର ପର୍ଯ୍ୟନ୍ତ ପାଣି ଘୁଞ୍ଚି ଯାଇଥିବାରୁ କେବଳ ବାଲିଶଯ୍ୟା ହିଁ ଦେଖିବାକୁ ମିଳୁଥିଲା । ଜଳ ଭଣ୍ଡାରରେ ଜଳାଭାବରୁ ରବି ଚାଷ ଗୁରୁତର ପ୍ରଭାବିତ ହୋଇଛି । ଅନ୍ୟପଟେ ମହାନଦୀ ପାଣି ପାଇଁ ଟ୍ରିବୁ୍ୟନାଲ୍ରେ ଲଢେଇ ଚାଲିଛି । ଟ୍ରିବୁ୍ୟନାଲ୍ର ଅବଧି ବଢ଼ାଯାଇଥିଲେ ହେଁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ରାୟ ଆସିପାରିନି ।
ମହାନଦୀ ବଞ୍ଚାଅ ଆନେ୍ଦାଳନ ଆବାହକ ସୁଦର୍ଶନ ଦାସ କହିଛନ୍ତି, ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ । ତୁରନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାର ଆବଶ୍ୟକତା ରହିଛି । ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ମହାନଦୀ ଅବବାହିକାରେ ଓଡ଼ିଶା ସରକାର ୨୩ ବର୍ଷ ହେଲା ଗୋଟିଏ ବି ବ୍ୟାରେଜ୍ କରିପାରିଲେନି । ଯଦି ବ୍ୟାରେଜ୍ ହୋଇଥାନ୍ତା, ତାହେଲେ ହୁଏତ ବନ୍ୟାକୁ ଏଡ଼ା ଯାଇପାରିଥାନ୍ତା । ବିଜେଡି ନେତା ସୁବାସ ସିଂ କହିଛନ୍ତି, ମହାନଦୀକୁ ନେଇ ଛତିଶଗଡ଼ ସରକାର ଏକତରଫା ଭାବେ ଅବିଚାର କରୁଛି । ଦୀର୍ଘଦିନ ଧରି ସିଡବ୍ଲୁ୍ୟସି ଆମକୁ ଅନ୍ଧକାରରେ ରଖିଲା । ଛତିଶଗଡ଼ ବ୍ୟାରେଜ୍ ନିର୍ମାଣ କରି ବର୍ଷା ସମୟରେ ଗେଟ୍ ଖୋଲୁଛି ଏବଂ ଅଣମୌସୁମୀ ସମୟରେ ପାଣି ଅଟକାଉଛି । ଓଡ଼ିଶାର ଜୀବନରେଖା ମହାନଦୀର ତଣ୍ଟିକୁ ଉପରମୁଣ୍ଡର ଚିପି ଦିଆଯିବା ପାଇଁ ଷଡ଼୍ୟନ୍ତ୍ର ହୋଇଥିଲା । ସୁପ୍ରିମକୋର୍ଟ ଆମ କେସ୍କୁ ବିଚାରକୁ ନେଲେ । ଟ୍ରିବୁ୍ୟନାଲ୍ରେ ଆମେ ଲଗାତର ପ୍ରତିବାଦ କରିଆସୁଛୁ । ଛତିଶଗଡ଼ର ମନମାନିକୁ ବିରୋଧ କରି ଓଡ଼ିଶାର ହକ୍ ପାଇଁ ଆମେ ତୀବ୍ର ପ୍ରତିବାଦ କରିଆସୁଛୁ ।