ୟୁଏନ୍ଜିଏରେ ହିନ୍ଦୀ ଭାଷାକୁ ମାନ୍ୟତା
ନୂଆଦିଲ୍ଲୀ (ଏଜେନ୍ସି): ମିଳିତ ଜାତିସଂଘ ସାଧାରଣ ଅଧବେଶନ (ୟୁଏନ୍ଜିଏ), ଭାରତ ସମେତ ଅନେକ ଦେଶଙ୍କ ପକ୍ଷରୁ ୟୁଏନ୍ଜିଏରେ ବହୁଭାଷାକୁ ମାନ୍ୟତା ଦିଆଯିବା ନେଇ କରାଯାଇଥିବା ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରିଛି । ଅର୍ଥାତ୍ ଭାରତ ପକ୍ଷରୁ ରାଷ୍ଟ୍ରୀୟ ଭାଷା ହିନ୍ଦୀକୁ ସ୍ୱୀକୃତି ଦିଆଯିବା ପ୍ରସ୍ତାବକୁ ମଧ୍ୟ ୟୁଏନ୍ଜିଏ ମଞ୍ଜୁରୀ ମିଳିଛି । ଏହାର ସିଧାସଳଖ ଅର୍ଥ ହେଉଛି ଏଣିକି ଜାତିସଂଘର ପ୍ରାୟ ସମସ୍ତ ଦସ୍ତାବିଜ୍ କାର୍ଯ୍ୟ ହିନ୍ଦୀ ଭାଷାରେ ମଧ୍ୟ କରାଯିବ ଏବଂ ହିନ୍ଦୀ ଭାଷା ଭାଷଣ ଆଦି ରଖାଯାଇପାରିବ । ପ୍ରକାଶ ଭାରତର ହିନ୍ଦୀ ଭାଷାକୁ ମଞ୍ଜୁରି ଦିଆଯିବା ପ୍ରସ୍ତାବ ସହ ଅନ୍ୟ କେତେକ ଦେଶର ଜାତୀୟ ଭାଷାକୁ ମଧ୍ୟ ୟୁଏନ୍ଜିଏ ଏହି ଅବସରରେ ମଞ୍ଜୁରି ପ୍ରଦାନ କରିଥିବା ଜଣାପଡିଛି । ବାଲାଂଦେଶର ବାଲାଂ, ଇସଲାମିକ୍ ରାଷ୍ଟ୍ର ପକ୍ଷରୁ ଊର୍ଦ୍ଦୁ ଆଦି ଭାଷାକୁ ମଧ୍ୟ ମାନ୍ୟତା ମିଳିଛି । ୟୁୂଏନ୍ଜିଏର ଏହି ନିଷ୍ପତ୍ତିକୁ ଭାରତ ସମେତ ଏକାଧିକ ରାଷ୍ଟ୍ର ସ୍ୱାଗତ କରିଛନ୍ତି । ତେବେ ୟୁଏନ୍ଜିଏରେ ହିନ୍ଦୀ ଭାଷାକୁ ସ୍ୱୀକୃତି ମିଳିବା ଭାରତ ପାଇଁ ଏକ ବହୁତ ବଡ଼ ଉପଲବ୍ଧି ଭାବେ ବିବେଚନା କରାଯାଉଛି ।
ଏସମ୍ପର୍କରେ ୟୁଏନ୍ଜିଏରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ନିଯୁକ୍ତ ଥିବା ଟିଏସ୍ ତିରୁମୂର୍ତ୍ତି ସୂଚନା ଦେଇଛନ୍ତି । ତାଙ୍କ କହିବାନୁସାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୟୁଏନ୍ଜିଏର ବହୁଭାଷୀୟ ପ୍ରସ୍ତାବରେ ହିନ୍ଦୀ ଭାଷାକୁ ସାମିଲ କରାଯାଇଛି । ଏଥିରେ ଊର୍ଦ୍ଦୁ ଏବଂ ବାଂଲା ଭାଷା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି । ୟୁୂଏନ୍ଜିଏର ଏପ୍ରକାର ପରିବର୍ତ୍ତିତ ନିଷ୍ପତ୍ତିକୁ ଭାରତ ସ୍ୱାଗତ କରୁଛି । ବର୍ତ୍ତମାନ ସମୟ ଠାରୁ ୟୁଏନ୍ଜିଏର ସମସ୍ତ କାର୍ଯ୍ୟକ୍ରମରେ ହିନ୍ଦୀକୁ ମଧ୍ୟ ସାମିଲ କରାଯିବ । ମିଳିତ ଜାତିସଂଘର ବିଭିନ୍ନ କାମ, ଏହାର ଉଦେ୍ଦଶ୍ୟ ବାବଦରେ ସମସ୍ତ ସୂଚନା ୟୁଏନ୍ର ୱେବସାଇଟରେ ହିନ୍ଦୀ ଭାଷାରେ ମଧ୍ୟ ଉପଲବ୍ଧ ହେବ । ପ୍ରକାଶ, ୨ଠ୧୮ ମସିହାରେ ଭାରତ ସରକାର ‘ହିନ୍ଦୀ ଅ ୟୁଏନ୍’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ମିଳିତ ଜାତିସଂଘର ସାର୍ବଜନୀନ ସୂଚନା ହିନ୍ଦୀରେ ଉପଲବ୍ଧ କରାଇବା ଏବଂ ଦୁନିଆର କୋଟି କୋଟି ହିନ୍ଦୀ ଭାଷାଭାଷୀ ଲୋକଙ୍କ ପାଖରେ ବୈଶ୍ୱକ ପ୍ରସଙ୍ଗ ସମ୍ପର୍କରେ ଅଧିକରୁ ଅଧିକ ସୂଚନା ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୂଳ ଉଦେ୍ଦଶ୍ୟ ରହିଆସିଛି । ଏହି ମିଶନ ଅନ୍ତର୍ଗତ ଭାରତ ୨ଠ୧୮ରୁ ୟୁଏନ୍ର ବୈଶ୍ୱିକ ସଞ୍ଚାର ବିଭାଗ (ଡିଜିସି) ସହ ସହଭାଗୀତାରେ କାମ କରୁଛି ।
ସୂଚନାଯୋଗ୍ୟ, ମିଳିତ ଜାତିସଂଘ ସାଧାରଣ ସଭାରେ ଆଜି ପର୍ଯ୍ୟନ୍ତ ୬ଟି ଭାଷାକୁ ସ୍ୱୀକୃତି ପ୍ରଦାନ କରାଯାଇଆସୁଥିଲା । ଆରବୀ, ଚୀନୀ (ମେଡରିନ), ଇଂରାଜୀ, ଫ୍ରେଞ୍ଚ୍, ରୁଷୀ ଏବଂ ସ୍ପାନିସ୍ ଆଦି ୬ଟି ଭାଷାକୁ ୟୁଏନ୍ଜିଏରେ ସ୍ୱୀକୃତି ପ୍ରାପ୍ତ ଭାଷାର ମାନ୍ୟତା ରହିଆସିଛି । ଏଥିମଧ୍ୟରୁ ଇଂରାଜୀ ଏବଂ ଫ୍ରେଞ୍ଚ୍ ଜାତିସଂଘ ସଚିବାଳୟର ମୁଖ୍ୟ କାର୍ଯ୍ୟକାରୀ ଭାଷା ଭାବେ ବିବେଚିତ ହୋଇଥାଏ । ଏଣିକି ଏଥିରେ ହିନ୍ଦୀ, ଊର୍ଦ୍ଦୁ ଏବଂ ବାଂଲା ଭାଷାକୁ ମଧ୍ୟ ସାମିଲ କରାଯାଇଛି । ପ୍ରକାଶ, ୧୯୪୬ ଫେବ୍ରୁଆରୀ ୧ରେ ପ୍ରଥମ ଅଧିବେଶନରେ ଜାତିସଂଘ ଏକ ପ୍ରସ୍ତାବ ପାରିତ କରିଥିଲା । ଏହାକୁ ଜାତିସଂଘର ବହୁଭାଷୀୟ ପ୍ରସ୍ତାବ ଭାବେ ବିବେଚନା କରାଯାଏ । ପ୍ରସ୍ତାବର ଧାରା ୧୩ (୧) ଅନୁସାରେ ୟୁଏନ୍ କହିଥିଲା, ସାରା ଦୁନିଆର ଲୋକଙ୍କ ନିକଟରେ ଯେପର୍ଯ୍ୟନ୍ତ ଏହାର ଉଦେ୍ଦଶ୍ୟ ଏବଂ କାର୍ଯ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନ ପହଞ୍ଚôଛି, ସେପର୍ଯ୍ୟନ୍ତ ମିଳିତ ଜାତିସଂଘ ନିଜର ଉଦେ୍ଦଶ୍ୟକୁ ହାସଲ କରିପାରିବ ନାହିଁ ।