୩ ରଥରେ ଲାଗିଲା ଛନ୍ଦାଗୟଳ
ରଥଖଳାରୁ…
ପୁରୀ (ବୁ୍ୟରୋ): ଅକ୍ଷୟ ତୃତୀୟାରୁ ରଥଖଳାରେ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ଦିନକୁ ଦିନ ଦ୍ରୁତଗତିରେ ଜାରି ରହିଛି । ଶୁକ୍ରବାର ତିନିରଥର ଚାରିନାହାକା ଉଠିଥିବାବେଳେ ଶନିବାର ତିନିରଥରେ ଦୁଇଟି ଲେଖାଏଁ ପୋଲ ଗୟଳ ଓ ଚାରିନାହାକା ଉପରେ ଗୟଳ ପଡ଼ିଥିଲା । ସେହିପରି ତିନିରଥର ଦୁଇପାଶ୍ୱର୍ରେ ଛନ୍ଦାଗୟଳ କାର୍ଯ୍ୟ ଆରମ୍ଭ ହୋଇଛି ।
ଅନ୍ୟପକ୍ଷରେ ଦେବଦଳନ ରଥର ଦୁଇପାଶ୍ୱର୍ରେ ଦୁଇଟି ଲେଖାଏଁ ଛନ୍ଦା ଗୟଳ ପଡ଼ିଥିବାବେଳେ ତାଳଧ୍ୱଜ ଓ ନନ୍ଦିଘୋଷ ରଥର ଗୋଟିଏ ଲେଖାଏଁ ଛନ୍ଦାଗୟଳ ପଡ଼ିଛି । ସେହିପରି ତିନିରଥର ମୂଳ, ମଝି ଓ ଅଗ ଭୂଇଁ ଚଉତା ପାଇଁ ୮ଟି ଲେଖାଏଁ କାଠ ନିର୍ମାଣ ହୋଇଛି । ଗୟଳ ଆଗରେ ଏବଂ କଇଁଚି ଉପରେ ଗୋଟାଏ ଲେଖାଏଁ ଲାଗୁଥିବା ଧମକ ଚଉପଟ କାର୍ଯ୍ୟ ମଧ୍ୟ ଜାରି ରହିଛି । ସେହିପରି ରୂପକାର ସେବାୟତମାନେ ତିନିରଥର ନାଟଗୋଡ଼ରେ ରାହୁରୂପ ଖୋଦେଇ କରୁଛନ୍ତି । ସେପଟେ ଦୋଳବେଦୀକୋଣ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନିରଥର ଧ୍ୱଜାବତା, ତାଗ, ବାଗିଆ, ହାତୀଆଳ କଣ୍ଟା ନିର୍ମାଣ ନିମଗ୍ନ ରହିଛନ୍ତି ।