ଖବର ପ୍ରସାରଣ ପରେ ଗାଁକୁ ବିଦୁ୍ୟତ୍ ସଂଯୋଗ
ମୋହନା (ଆପ୍ର): ମୋହନା ବ୍ଲକ୍ର କଟାମା ପଞ୍ଚାୟତର ବାଲିଗଣ୍ଡା ଗ୍ରାମରେ ବସବାସ କରନ୍ତି ୪୦ରୁ ଊଦ୍ଧ୍ୱର୍ ପରିବାର । ହେଲେ ଆଲୋକ ଟିକିଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗ୍ରାମରେ ପୂର୍ବରୁ ଥିଲା ୪୪୦ ଭୋଲ୍ଟର ବିଦୁ୍ୟତ୍ । ବହୁ ବର୍ଷ ପରେ କେନ୍ଦ୍ର ସରକାରଙ୍କ ଦିନଦୟାଲ ଯୋଜନାରେ ଗ୍ରାମରେ ଆରମ୍ଭ ହୋଇଥିଲା ୧୧କେଭି ବିଦୁ୍ୟତ୍ କାମ, ତାହା ମଧ୍ୟ ଗ୍ରାମବାସୀ ଟଙ୍କା ଖର୍ଚ୍ଚ କରିଥିଲେ । ସେହି ଟଙ୍କା ପୂର୍ବତନ ବିଦୁ୍ୟତ୍ ଯନ୍ତ୍ରୀ ଯତୀଶ ପଟ୍ଟନାୟକ ଓ ଠିକା ସଂସ୍ଥା ଲୁଟି ନେଇଗଲେ । ହେଲେ ଗୋଟିଏ ବର୍ଷ ବିତିଲା ପରେ ମଧ୍ୟ ବିଦୁ୍ୟତ୍ ସଂଯୋଗ ହୋଇପାରିନଥିଲା । ଏନେଇ ‘ସର୍ବସାଧାରଣ’ ଖବର କାଗଜରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ନିଦେ୍ର୍ଦଶକ୍ରମେ ଅଡ଼ବା ନୂତନ ବିଦୁ୍ୟତ୍ ବିଭାଗ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ ତୁରନ୍ତ ନିଜ କର୍ମଚାରୀଙ୍କୁ ନେଇ ଗ୍ରାମରେ ପହଞ୍ଚô ତଦନ୍ତ କରି ବିଦୁ୍ୟତ୍ ସଂଯୋଗ କରିଛନ୍ତି । ଶୁକ୍ରବାର ଗ୍ରାମରେ ବିଦୁ୍ୟତ୍ ପହଞ୍ଚôବା ପରେ ଗ୍ରାମବାସୀ ବିଦୁ୍ୟତ୍ ବିଭାଗ ଯନ୍ତ୍ରୀ ଏବଂ ଜିଲ୍ଲା ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।