ଜଳୁଛି ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର,୯ା୬(ବୁ୍ୟରୋ): ପଶ୍ଚିମ ଓଡ଼ିଶାରେ ଭୟଙ୍କର ତାତି । ଉପକୂଳରେ ଅସହ୍ୟ ଗୁଳୁଗୁଳି । ଗୁରୁବାର ୨ଟି ସହରରେ ପାରଦ ୪୫ ଡିଗ୍ରୀ ଟପିଛି । ୧୫ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି । ଆଗାମୀ ୨ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ କହିଛି ।
ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି, ଚଳିତ ବର୍ଷ ପ୍ରଥମ ଥର ପାଇଁ ଦୁଇଟି ସହରରେ ପାରଦ ୪୫ ଡିଗ୍ରୀ ଅତିକ୍ରମ କରିଛି । ୪୫.୩ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା । ଏହା ପଛକୁ ରହିଛି ଟିଟିଲାଗଡ଼ । ଏଠାରେ ମଧ୍ୟ ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ ରହିଛି ।
ଶୁକ୍ରବାର ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି, ନୂଆପଡ଼ା ଓ ବୌଦ୍ଧ ଜିଲ୍ଲା ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାର ସ୍ଥାନେ ସ୍ଥାନେ ଗ୍ରୀଷ୍ମ ପ୍ରବାହ ହେବ । ତେଣୁ ପୂର୍ବାହ୍ଣ ୧୧ଟାରୁ ଅପରାହ୍ନ ୩ଟା ଯାଏ ଘରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଗୁରୁବାର ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୪ଂ ଥିବା ବେଳେ ଭବାନୀପାଟଣାରେ ୪୩.୫, ମାଲକାନଗିରିରେ ୪୩ଂ, ଝାରସୁଗୁଡ଼ାରେ ୪୨.୭ଂ, ବରଗଡ଼ରେ ୪୨.୬, ନୂଆପଡ଼ାରେ ୪୨.୪ଂ, ସୁନ୍ଦରଗଡ଼ରେ ୪୨ଂ, ସମ୍ବଲପୁରରେ ୪୨ଂ, ସୋନପୁରରେ ୪୧.୫ଂ, ଦେବଗଡ଼ରେ ୪୧.୨, ବାରିପଦାରେ ୪୦ଂ ତାପମାତ୍ରା ରହିଛି । ସେହିପରି ଭୁବନେଶ୍ୱରରେ ୩୩.୨ଂ ଓ କଟକରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ କରଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *