କାର୍ଯ୍ୟକ୍ଷମ ହେଲା ସମନ୍ୱିତ ଭିତ୍ତିଭୂମି ପରିସର

ଫୁଲବାଣୀ (ବୁ୍ୟରୋ): କାର୍ଯ୍ୟକ୍ଷମ ହେଲା ସମନ୍ୱିତ ଭିତ୍ତିଭୂମି ପରିସର (ଜରା ନିବାସ) । ଜିଲ୍ଲାପାଳ ଡ଼ ବୃନ୍ଦା ଡ଼ି ବନବାସୀର ଭାମ୍ୟମାଣ ସ୍ୱାସ୍ଥ୍ୟ ଭ୍ୟାନ୍କୁ ଉଦ୍ଘାଟିତ କରିଥିଲେ । ସେହିଭଳି ନିିପୀଡ଼ିତର ଫିଜିଓଥେରାପି ଓ ଆଶ୍ରାର ଜରାନିବାକୁ ମଧ୍ୟ ଉଦ୍ଘାଟିତ କରିଥିଲେ ଜିଲ୍ଲାପାଳ । ଜିଲ୍ଲାପାଳ ଆଶ୍ରାରେ ରହିଥିବା ବୃଦ୍ଧ ବୃଦ୍ଧାଙ୍କ ସୁବିଧା ଅସୁବିଧା ସର୍ମ୍ପକରେ ପଚାରି ବୁଝିଥିଲେ । ବରିଷ୍ଠ ନାଗରିକମାନେ କିପରି ଫିଜିଓଥେରାପି ସୁବିଧା ନେଇ ପାରିବେ ସେ ନେଇ ବନବାସୀର ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡାଙ୍କ ସହିତ କଥା ହୋଇଥିଲେ । ଗତ ନଭେମ୍ବର ୨୦୨୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଲବାଣୀ ଗସ୍ତରେ ଆସି ସମନ୍ୱିତ ଭିତ୍ତିଭୁମି ପରିସର ବା ଜରା ନିବାସକୁ ଉଦ୍ଘାଟିତ କରିଥିଲେ । ଏହି ଭିତ୍ତିଭୂମି ପରିସରରେ ଅସହାୟ ବୃଦ୍ଧ ବୃଦ୍ଧାଙ୍କ ପାଇଁ ୨୦୦ଟି ଶଯ୍ୟା ରହିଥିବା ବେଳେ ସେମାନଙ୍କ ପାଇଁ ରହିବା ଖାଇବା ସହିତ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହା ସହିତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ, ଅତ୍ୟାଧୂନିକ ସରଞ୍ଜାମ୍ବିଶିଷ୍ଟ ଫିଜିଓଥେରାପି ସେଣ୍ଟର ବରିଷ୍ଠ ନାଗରିକ ଓ ଜରାନିବାସ ଅନ୍ତେବାସୀଙ୍କ ପାଇଁ ଉଦିଷ୍ଟ ରହିଛି ।
ଏହା ସହିତ ଏହି ପରିସରରେ ରାସ୍ତାରେ ବୁଲି ଭିକ୍ଷା କରୁଥିବା ଲୋାକଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସମସ୍ତ କାର୍ଯ୍ୟ ଏହି ସମନ୍ୱିତ ଭିତ୍ତିଭୂମି ପରିସରରେ କରାଯିବାକୁ ସ୍ଥିର କରାଯାଇଛି । ୩ଟି ଏନ୍ଜିଓକୁ ଏହି ଦାୟିତ୍ୱ ଦିଆଯାଇଛି । ‘ବନବାସୀ’କୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଯୋଗାଣ ସହ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଦାୟିତ୍ୱ ଦିଆଯାଇଥିବାବେଳେ ‘ନିପୀଡ଼ିତ’କୁ ଫିଜିଓଥେରୋପି ବିଭାଗର ଦାୟିତ୍ୱ ଦିଆଯାଇଛି । ସେହିଭଳି ‘ଆଶ୍ରା’କୁ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ରଖିବାର ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୫୦ ବରିଷ୍ଠଙ୍କୁ ରଖିବାର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ଜରାନିବାସ ପରିସରରେ ବୃକ୍ଷରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ଫୁଲବାଣୀ ବିଡିଓ ଶାନ୍ତନୁ ନାୟକ, ପିଡବ୍ଲୁଡିର ନିର୍ବାହୀ ଅଧିକାରୀ ପ୍ରିୟବ୍ରତ ସାମନ୍ତରାୟ, ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ଅକ୍ଷୟ ପଣ୍ଡା, ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଡିଏସ୍ଏସ୍ ବଳରାମ ସେଠୀ, ବନବାସୀର ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ନିପୀଡ଼ିତର ରାମଚନ୍ଦ୍ର ଦାସ ଓ ଆଶ୍ରାର କରାମତ ଅଲ୍ଳୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *