‘ପ୍ରତିଟି ପ୍ରାଣୀ ମଧ୍ୟରେ ଈଶ୍ୱରଙ୍କ ସତ୍ତା ରହିଛି’

ଆନ୍ତର୍ଜାତିକ ଚାରଣ ଗୋଷ୍ଠୀର ସୁବର୍ଣ୍ଣ ଜୟନ୍ତୀ ଉଦ୍ଘାଟିତ
ପୁରୀ (ବୁ୍ୟରୋ): ସ୍ଥାନୀୟ ଡୁଡୁୱାଲା ଧର୍ମଶାଳା ପରିସରରେ ଆନ୍ତର୍ଜାତିକ ଚାରଣ ଗୋଷ୍ଠୀର ସୁବର୍ଣ୍ଣ ଜୟନ୍ତୀ, ୪୫ ତମ ପ୍ରାଦେଶିକ ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ଚେତନା ମହାଧିବେଶନକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ଶ୍ରୀଜଗନ୍ନାଥଙ୍କୁ ନିଜର ପ୍ରେମିକା କରି ତାଙ୍କ ପାଖରେ ନିଜକୁ ସମର୍ପିତ ଦିଅ । ଶୁଦ୍ଧପ୍ରେମରେ ରାଧାକୃଷ୍ଣ ରସରେ ରସାୟିତ ହୋଇଯାଅ । ତୁମେ, ତାଙ୍କର ହୋଇଯାଇ, ତାଙ୍କୁ ତୁମର କରିଦିଅ, ତେବେ ଅନୁଭବ କରିବ ଏ ସଂସାର କେତେ ସୁଖମୟ ଓ ଆନନ୍ଦମୟ । ପ୍ରତିଟି ପ୍ରାଣୀ ମଧ୍ୟରେ ଇଶ୍ୱରଙ୍କ ସତ୍ତା ରହିଛି ବୋଲି ରାଜ୍ୟପାଳ ପ୍ର. ଲାଲ୍ ମତବ୍ୟକ୍ତ କରିଛନ୍ତି ।
ଅନୁଷ୍ଠାନର ଦଳପତି ପ୍ରଫେସର ଡକ୍ଟର ଗୋପାଳ ଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତା ଓ ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ଓଡ଼ିଶାର ରାଜ୍ୟ ସଭାପତି ବଦ୍ରି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବରିଷ୍ଠ ସେବାୟତ ତଥା ଗବେଷକ ରାମଚନ୍ଦ୍ର ଦାସମହାପାତ୍ର ଅତିଥି ଭାବେ ଯୋଗଦେଇଥିବା ବେଳେ, ଉପଦଳପତି ଡକ୍ଟର ଶରତଚନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ ହରିଶ୍ଚନ୍ଦ୍ର ସାହୁ, ପରିଚାଳନା ସମ୍ପାଦକ ବଂଶୀଧର ପରିଡ଼ା, ଯୁଗ୍ମ ସମ୍ପାଦକ ଡକ୍ଟର ସୁରେଶ ଚନ୍ଦ୍ର ବରାଳ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ରଖିଥିବା ବେଳେ ପଣ୍ଡିତ ଗଣେଶ୍ୱର ପରିଡ଼ାଙ୍କ ସଂପାଦନାରେ ମୁଖପାତ୍ର ଉନ୍ମନା, କବି ଗୋପାଳ ଚନ୍ଦ୍ର ରଥଙ୍କ ନିଳାଦ୍ରୀ ନିବାସ, କବିତିଳକ ସୁରେଶ ବରାଳଙ୍କ ହନୁମାନ ଚରିତ୍ରାମୃତ ଓ ଗୀତିକାର ବଦ୍ରି ମିଶ୍ରଙ୍କ ନୂତନ ଗୀତିକବିତା ସଂକଳନକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ ।
ଏହି ଅବସରରେ ଚାରଣ ଗୋଷ୍ଠୀର ପ୍ରତିଷ୍ଠାତା ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥଶର୍ମାଙ୍କୁ ମରଣୋତ୍ତର ଚାରଣ ଭାସ୍କରସମ୍ମାନ ତାଙ୍କ ପରିବାରକୁ ପ୍ରଦାନ କରାଯିବା ସହ ଜଗନ୍ନାଥ ସଂସ୍କୃତି ଜ୍ଞାନପରୀକ୍ଷାରେ ବିଗତ ତିନିବର୍ଷ ତଳେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଆଦିତ୍ୟ କୁମାର ସାହୁ, ବିଶ୍ୱଜିତ ସାମଲ ଓ ସୌରଭ ମଲ୍ଲିକଙ୍କୁ ପୁରସ୍କୃତ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *