କନ୍ଧମାଳର ୭୩ ସ୍ମାର୍ଟସ୍କୁଲ ଲୋକାର୍ପିତ

ଫୁଲବାଣୀ (ବୁ୍ୟରୋ)/ଚକାପାଦ (ଆପ୍ର): ଓଡିଶା ସରକାରଙ୍କ ୫-ଟିି ହାଇସ୍କୁଲ ରୂପାନ୍ତରଣ ଯୋଜନା ଅନ୍ତର୍ଗତ ଦ୍ୱୀତୀୟ ପର୍ଯ୍ୟାୟରେ ରୂପାନ୍ତରୀତ ହୋଇଥିବା ରାଜ୍ୟର ୨୯୦୮ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଗତ ଶୁକ୍ରବାର ୫ଟି ଜିଲ୍ଲାର ୫୩୧ଟି ସ୍କୁଲ ନୂଆ ରୂପରେ ଲୋକାର୍ପିତ ହୋଇଛି । କନ୍ଧମାଳ ଜିଲ୍ଲାର ରୂପାନ୍ତରିତ ହୋଇଥିବା ୭୩ଟି ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ ଉତ୍ସବ ଶଙ୍କରାଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେସିଂ ଜରିଆରେ ଚକାପାଦ ବ୍ଲକର ଶ୍ରୀ ବିରୂପାକ୍ଷ ଉଚ୍ଚ ବିଦ୍ୟାଳୟ ବ୍ରାହ୍ମଣପାଦ, ସରକାରୀ ଉଚ୍ଚ ବିଦ୍ୟାଳୟ ଶଙ୍କରାଖୋଲ, ବରଡା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଲାୟନପଡା, ଉନ୍ନିତ ଉଚ୍ଚ ବିଦ୍ୟାଳୟ ନେଡିଗୁଡା, ଓଡିଶା ଆଦର୍ଶ ବିଦ୍ୟାଳୟ ଚକାପାଦ, ଉନ୍ନିତ ଉଚ୍ଚ ବିଦ୍ୟାଳୟ ବିରିଗାଁ, ଉନ୍ନିତ ଉଚ୍ଚ ବିଦ୍ୟାଳୟ ବପଲମେଣ୍ଡି(ଏଲ୍) ସମେତ ପୂର୍ବୋକ୍ତ ସମସ୍ତ ବିଦ୍ୟାଳୟ ଲୋକାର୍ପିତ କରିଛନ୍ତି ।
ଜିଲ୍ଲାପାଳ ଡ.ବୃନ୍ଦା ଦେବରାଜନଙ୍କ ପ୍ରତ୍ୟେକ୍ଷ ପ୍ରତିନିଧିତ୍ୱ ତଥା ଚକାପାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ପଟ୍ଟନାୟକଙ୍କ ସହଯୋଗରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଜିଲ୍ଲାର ଅଙ୍ଗଦ କହଁର, ସାଲୁଗା ପ୍ରଧାନ, ଚକ୍ରମଣି କହଁର ପ୍ରମୂଖ ତିନି ବିଧାୟକ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କନ୍ଧମାଳ ଜିଲ୍ଲାର ୭୩ ବିଦ୍ୟାଳୟ ମଧ୍ୟରୁ ଚକାପାଦ ବ୍ଲକର ୭ଟି ଉଚ୍ଚ ବିଦ୍ୟାଳୟ ରହିଛି । ଶଙ୍କରାଖୋଲ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସୋନାଲି କହଁର ସ୍ମାର୍ଟ କ୍ଲାସ୍ ରୁମ୍, ଇ-ଲାଇବ୍ରେରୀ, ଆଇସିଟି ଲ୍ୟାବ୍, ଶୌଚାଳୟ, ଖେଳ ପଡିଆ ଏବଂ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ପ୍ରଭୃତିର ଉପଯୋଗିତା ଅନୁଭବ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସଚିବ(୫-ଟି) ଭି.କେ.ପାଣ୍ଡିଆନଙ୍କ ଭୂୟସୀ ପ୍ରଶଂସା କରିଛନ୍ତିି । ଲୋକାର୍ପଣ ଉତ୍ସବରେ ରୂପାନ୍ତରିତ ହୋଇଥିବା କନ୍ଧମାଳ ଜିଲ୍ଲାର ସମସ୍ତ ୭ ବିଦ୍ୟାଳୟର ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ, ପୁରାତନ ଛାତ୍ରଛାତ୍ରୀ ସଂସଦ ସଦସ୍ୟ, ପଞ୍ଚାୟତ ପ୍ରତିନିଧି, ବିଦ୍ୟାଳୟ ଶିକ୍ଷକ-ଶିକ୍ଷୟିତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ବିଭିନ୍ନ ବ୍ଲକରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୂଖ ଯୋଗ ଦେଇଥିôଲେ । ସୂଚନାଯୋଗ୍ୟ ଢେଙ୍କାନାଳ ଜିଲ୍ଲର ୧୦୫, ଗଞ୍ଜାମର ୨୩୦, ନବରଙ୍ଗପୁରର ୭୩ ଓ ଅନୁଗୁଳର ୫୦ ହାଇସ୍କୁଲ ଏଥି ମଧ୍ୟରେ ଅନ୍ତର୍ଭୁକ୍ତ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *