ରାଜ୍ୟରେ ୨ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ

ଭୁବନେଶ୍ୱର (ବୁ୍ୟରୋ): ଦୀର୍ଘଦିନ ପରେ ପୁଣି ରାଜ୍ୟରେ ଦେଖା ଦେଇଛି ସ୍ୱାଇନ ଫ୍ଲୁ ଆତଙ୍କ । ଯାହାକୁ ନେଇ ସାଧାରଣରେ ପୁଣି ଆତଙ୍କ ଖେଳିବାରେ ଲାଗିଛି । ରାଜ୍ୟରେ କରୋନା ପରେ ମଙ୍କିପକ୍ସ ଭୟ ଲାଗି ରହିଥିବା ବେଳେ ପୁଣି ଏବେ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢ଼ାଇଲାଣି । ରାଜ୍ୟରେ ୨ ଜଣ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ହେବା ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ସୂଚନା ଦେଇଛନ୍ତି ।
ଦୁଇ ସନ୍ଦିଗ୍ଧ ରୋଗୀଙ୍କ ପରୀକ୍ଷାରୁ ଏଚ୍୧ଏନ୍୧ ପଜିଟିଭ ଆସିଛି । ଜଣେ ୩୮ ବର୍ଷର ପୁରୁଷ ଓ ଅନ୍ୟ ଜଣେ ୨୮ ବର୍ଷର ମହିଳା ହୋଇଥିବା ବେଳେ ଉଭୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ସୂଚନା ମିଳିଛି । ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ମଧ୍ୟ ଜଣାପଡିଛି । ୨୦୧୯ ପରଠାରୁ ରାଜ୍ୟରେ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ହେଉଛନ୍ତି । ସାଧାରଣତଃ ଭାବେ ପ୍ରାକ ମୌସୁମୀ ଋତୁ ଓ ଶୀତ ଦିନେ ଏହି ରୋଗ ଦେଖାଯାଏ । ଯଦି କୌଣସି ରୋଗୀଙ୍କ ସଂସ୍ପର୍ଶରେ ଆସନ୍ତି ତେବେ ଏହା ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ଯଦି କୌଣସି ବ୍ୟକ୍ତି ଠାରେ ଥଣ୍ଡା, କାଶ, ଛିଙ୍କ, ଜ୍ୱର, ଦେହ ହାତ ଘୋଳା ବିନ୍ଧା ଭଳି ଲକ୍ଷଣ ରହୁଛି, ସେମାନେ ଆଇସଲେସନରେ ରୁହନ୍ତୁ । ଫଳରେ ଏଭଳି ଫ୍ଲୁର ସଂକ୍ରମଣକୁ ରୋକାଯାଇପାରିବ । ଉଭୟ ଆକ୍ରାନ୍ତକାରୀ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଜଣାପଡ଼ିଛି । ତେବେ ଏହାକୁ ନେଇ ଭୟଭୀତ ନ ହେବାକୁ ଡାକ୍ତର ମିଶ୍ର ପରାମର୍ଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *