ଜଳିଗଲା ଗୁରୁ ନାନକ ଦେବ ହସ୍ପିଟାଲ
ବର୍ତ୍ତିଲେ ୬୫ଠରୁ ଊଦ୍ଧ୍ୱର୍ ରୋଗୀ
ଚଣ୍ଡିଗଡ (ଏଜେନ୍ସି) : ଦିନକ ପୂର୍ବେ ଦିଲ୍ଲୀର ଏକ ବିଲ୍ଡିଂରେ ନିଆଁ ଲାଗି ୩ଠଜଣଙ୍କ ମୃତୁ୍ୟ ହୋଇଥିବା ଭଳି ଏକ ବଡ଼ ଅଘଟଣ ଘଟିବାର ୨୪ଘଣ୍ଟା ମଧ୍ୟରେ ପଞ୍ଜାବ ସ୍ଥିତ ଗୁରୁ ନାନକ ଦେବ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ତେବେ ହସ୍ପିଟାଲ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି । ସମୟ ଥାଉ ଥାଉ ହସ୍ପିଟାଲର ସମସ୍ତ କର୍ମଚାରୀ ତଥା ୬୫ଠ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଦିଆଯାଇଛି । ଶନିବାର ଅପରାହ୍ନରେ ଏହି ଅଗ୍ନିକାଣ୍ଡ ହୋଇଥିବା ସମ୍ପର୍କରେ ଜଣାପଡିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟରେ ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଘଟଣାର ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି ।