୮ ବର୍ଷର ପିକ୍ରେ ଖୁଚୁରା ମହଙ୍ଗା ହାର

ମୁମ୍ବାଇ/ନୂଆଦିଲ୍ଲୀ, ୧୨ା୫: ଖାଦ୍ୟ ଓ ପାନୀୟରୁ ଆରମ୍ଭ କରି ଜୋତା ଓ କପଡ଼ା ପର୍ଯ୍ୟନ୍ତ ଅଧିକାଂଶ ନିତ୍ୟବ୍ୟବହାର ସାମଗ୍ରୀର ଦର ବୃଦ୍ଧି ଫଳରେ ଖୁଚୁରା ମହଙ୍ଗା ହାର ୮ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚôଛି । ଗୁରୁବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଭିତ୍ତିକ ଖୁଚୁରା ମୁଦ୍ରାସ୍ଫୀତି ହାର ଏପି୍ରଲରେ ବଢ଼ି ୭.୭୯% ହେବା ସହିତ ରିଜର୍ଭ ବ୍ୟାଙ୍କ ଆକଳନ ସୀମା ଟପିଛି । ୨୦୧୪ ମେ’ରେ ମହଙ୍ଗା ହାର ଥିଲା ୮.୩୨% ।
କ୍ରମାଗତ ଚାରିମାସ ଧରି ମହଙ୍ଗା ହାର ରିଜର୍ଭ ବ୍ୟାଙ୍କର ୬% ପ୍ରତିଶତ ସୀମା ଅତିକ୍ରମ କରିବାରେ ଲାଗିଛି । ପୂର୍ବବର୍ତ୍ତୀ ତିନି ମାସରେ ଖୁଚୁରା ମହଙ୍ଗା ହାର ଥିଲା ଯଥାକ୍ରମେ ୬.୯୫% (ମାର୍ଚ୍ଚ), ୬.୦୭% (ଫେବ୍ରୁଆରୀ) ଓ ୬.୦୧% (ଜାନୁଆରୀ) । ବର୍ଷକ ପୂର୍ବେ ଏପ୍ରିଲ୍ ୨୦୨୧ରେ ଖୁଚୁରା ମହଙ୍ଗା ହାର ୪.୨୩% ରେକର୍ଡ କରାଯାଇଥିଲା । ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଚଳିତ ଆର୍ଥକ ବର୍ଷର ପ୍ରଥମ ମନିଟାରୀ ପଲିସି ମିଟିଂ ପରେ ମହଙ୍ଗା ହାର ସମ୍ବନ୍ଧୀୟ ଆକଳନ ବଢ଼ାଇ ପ୍ରଥମ ତ୍ରିମାସରେ ଏହା ୬.୩%, ଦ୍ୱିତୀୟ ତ୍ରିମାସରେ ୫%, ତୃତୀୟରେ ୫.୪% ଓ ଚତୁର୍ଥ ତ୍ରିମାସରେ ୫.୧% ହେବ ବୋଲି କହିଥିଲେ । ଏହା ପରେ ଜରୁରୀ ବୈଠକ ଡକାଇ ମହଙ୍ଗା ସ୍ଥିତିଜନିତ ଦୁଶ୍ଚିନ୍ତା କାରଣରୁ ସୁଧ ହାରକୁ ୦.୪୦% ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ ।
ଗୁରୁବାର ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା (ଟଙ୍କା)ର ମୂଲ୍ୟ ୧୫ ପଇସା କମିଛି । ୧ ଡଲାର ମୂଲ୍ୟ ହୋଇଛି ୭୭.୪୦ ପଇସା ।
ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଏଣିକି ଘରୋଇ ଉପକରଣ ଓ ବୈଦୁ୍ୟତିକ ସାମଗ୍ରୀ ମହଙ୍ଗା ହେବା ଅନିବାର୍ଯ୍ୟ । ମାର୍କେଟ୍ ବିଶେଷଜ୍ଞମାନଙ୍କ ମତରେ ଟଙ୍କା ତୁଳନାରେ ଡଲାର ମହଙ୍ଗା ହେବା ଏବଂ କରୋନା ମହାମାରୀ ଯୋଗୁ ଚୀନ୍ର ଅଧିକାଂଶ ସହର ଲକ୍ଡାଉନ୍ରେ ଥିବାରୁ ଶାଙ୍ଘାଇ ବନ୍ଦରରେ ବହୁ ସଂଖ୍ୟକ ମାଲ୍ବାହୀ ଜାହାଜ ଅଟକି ଥିବା କାରଣରୁ ଭାରତୀୟ କମ୍ପାନୀମାନଙ୍କ ଆମଦାନୀ ବାବଦ ଖର୍ଚ୍ଚ ବଢ଼ିବ । ଟେଲିଭିଜନ, ୱାସିଂମେସିନ୍ ଓ ରେଫି୍ରଜରେଟର ଉତ୍ପାଦନ ପାଇଁ କମ୍ପାନୀମାନେ ଅଧିକ ବ୍ୟୟ କରିବାକୁ ବାଧ୍ୟ ହେବେ । ଫଳସ୍ୱରୂପ ଚଳିତ ମାସ ଶେଷ ବା ଜୁନ୍ ପ୍ରଥମ ସପ୍ତାହରେ ଟିଭି, ଫ୍ରିଜ୍ ଆଦିର ମୂଲ୍ୟ ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ । କେତେକ ନିର୍ମାତା କମ୍ପାନୀ ପ୍ରଥମ ସପ୍ତାହରୁ ଏହାର ଦାମ୍ ବଢ଼ାଇ ଦେଇଛନ୍ତିି । ଅବଶିଷ୍ଟ କମ୍ପାନୀମାନେ ଜୁନ୍ରେ ଦର ବଢ଼ାଇ ଦେବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *