ଜଙ୍ଗଲ ଛାଡ଼ି ଗାଁରେ ହାତୀପଲ

ନରସିଂହପୁର (ଆପ୍ର): ନରସିଂହପୁର ବନାଞ୍ଚଳର ଏକାଧିକ ସ୍ଥାନରେ ହାତୀପଲ ବର୍ତ୍ତମାନ ଜଙ୍ଗଲ ଛାଡି ଗାଁ’ମାନଙ୍କରେ ପସିବା ଆରମ୍ଭ କରିଛନ୍ତି । ଗାଁରେ ପସି ଚାଷୀମାନଙ୍କର ବିଭିନ୍ନ ଫସଲ ନଷ୍ଟ କରିବା ସହିତ ତାଙ୍କର ଜୀବନ ପ୍ରତି ବିପଦ ରହିଥିବା ଦେଖାଦେଇଛି । କିଛିଦିନ ଧରି ସଅରସାହି, ଭଗତପୁର ଏବଂ ଦନ୍ତାରିଆ ଗ୍ରାମରେ ବାରମ୍ବାର ହାତୀପଲ ପସି ଚାଷୀମାନଙ୍କର କଦଳୀଗଛ ଏବଂ କାଜୁଗଛ ନଷ୍ଟ କରିବା ସହିତ ମୂଳରୁ ଉପାଡି ଦେଇଛନ୍ତି । ସଅରସାହିରେ ସ୍ଥାନୀୟ ପାର୍ବତୀପୁର ଶାସନର ବିଜୟାନନ୍ଦ ଦାଶ ନାମକ ଚାଷୀ ପ୍ରାୟ ୭ଏକର ଜମିରେ ଚାଷକରି ସେଠାରେ ବସବାସ କରି ରହଛନ୍ତି । ସେ ଲକ୍ଷାଧିକ ଖର୍ଚ୍ଚ କରି ୫୦୦ରୁ ଊର୍ଦ୍ଧ କଦଳୀ ଗଛ, କାଜୁଗଛ ଏବଂ ଅନ୍ୟାନ୍ୟ ଫସଲ କରିଛନ୍ତି । ହାତୀ ଦାଉରୁ ରକ୍ଷା ପାଇବା ପାଇଁ ଜମିର ଚାରିପାଖରେ ବଡ଼ ଧରଣର ଟ୍ରେ ଟ୍ରେନଜ୍ ଖୋଳିବା ସହିତ ତାରବାଡ଼ ଦେଇଛନ୍ତି । ଏହାକୁ ଭ୍ରୁୃକ୍ଷେପ ନକରି ହାତୀପଲ ପସି ଗତକାଲି ରାତିରେ ପ୍ରୟ ୪୦ରୁ ଊଦ୍ଧ୍ୱର୍ କଦଳୀଗଛ, ୮ଟି କାଜୁଗଛ ଏବଂ ପନିପରିବା ନଷ୍ଟ କରେିବା ସହିତ ଖାଇଯାଇଛନ୍ତି । ବାରମ୍ବାର ହାତୀଙ୍କ ଦ୍ୱାରା ଫସଲ ନଷ୍ଟ ହେଉଥିବା ସର୍ମ୍ପକରେ ବନବିଭାଗକୁ ଜଣାଇଥିଲେ ମଧ୍ୟ ତାର କୈାଣସି ସୁଫଳ ମିଳୁ ନଥିବା ଚାଷୀ ଅଭିଯୋଗରେ କହିଛନ୍ତି । ଏ ଅଞ୍ଚଳକୁ ହାତୀପଲ ପସିବା ଦ୍ୱାରା ଅଖପାଖ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି ।
ଜଙ୍ଗଲରେ ମିଳୁଥିବା ଖାଦ୍ୟଠାରୁ ଜମିରେ ହୋଇଥିବା ଖାଦ୍ୟ ଭଲ ଥିବାରୁଏହି ହାତୀପଲ ଦିନ ଦ୍ୱିପ୍ରହରରେ ପସିବାକୁ ବାଦ୍ ଦେଇନାହାନ୍ତି । ପୂର୍ବରୁ ଏସର୍ମ୍ପକରେ ତତ୍କାଳ ରେଞ୍ଜରଙ୍କୁ ଫସଲ ନଷ୍ଟକୁ ନେଇ ଅଭିଯୋଗ ହୋଇଥିଲା କର୍ମଚାରୀ ଅଭାବରୁ ହାତୀପଲ ଘୋଉଡାଇବା ସମ୍ଭବ ନୁହେଁ ବୋଲି ସିଧାସଳଖ ମନାକରି ଦେଇଥିଲେ । ତେବେ ବର୍ତ୍ତମାନ ଲଗାତାର ପ୍ରାୟ ୫ ଦିନ ଧରି ଦିନରେ ହାତୀପଲ ପସି ଆସି ଫସଲ ନଷ୍ଟ କରୁଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ହାତୀଙ୍କ ଦାଉରୁ ଚାଷୀଙ୍କ ଫସଲ ରକ୍ଷା ପାଇଁ ଦାବି ହେଉଛି । ନଚେତ୍ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚାଷୀ ଶ୍ରୀ ଦାଶ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *