ଗ୍ରିଡ୍କୋକୁ ଦୈନିକ ୧୨ଠ ମେଗାୱାଟ ଯୋଗାଇବାକୁ ନିଦେ୍ର୍ଦଶ

ବିଦୁ୍ୟତ ସଂକଟର ସମାଧାନ ଉଦ୍ୟମ
କଟକ (ବୁ୍ୟରୋ): ଗ୍ରିଡକୋକୁ ଦୈନିକ ୧୨୦ ମେଗାୱାଟ ବିଦୁ୍ୟତ ଜିନ୍ଦଲ ଯୋଗାଇବ ବୋଲି ଓଡିଶା ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ୟୁନିଟ ପିଛା ୩ ଟଙ୍କା ୩୬ ପଇସା ଦରରେ ଜିନ୍ଦଲ ଇଣ୍ଡିଆ ଥର୍ମାଲ ଲିମିଟେଡ୍‌ ପ୍ରତିଦିନ ୧୨୦ ମେଗାୱାଟ ବିଦୁ୍ୟତ ଯୋଗାଇବ ବୋଲି ହାଇକୋର୍ଟ ଏହି ଅନ୍ତରୀଣ ନିଦେ୍ର୍ଦଶ ଦେଇଛନ୍ତି । ଜିନ୍ଦଲ ଏହାର ପ୍ରତିଶ୍ରୁତି ମୁତାବକ ମେ ୬ ତାରିଖ ସୁଦ୍ଧା ୧୦୦ ମୋଗାୱାଟ ବିଦୁ୍ୟତ ଯୋଗାଇବ । ମେ ୧୩ ସୁଦ୍ଧା ବିଦୁ୍ୟତ ଯୋଗାଣ ୧୨୦ ମେଗାୱାଟ ହେବ ବୋଲି ହାଇକୋର୍ଟ କହିଛନ୍ତି । ଜିନ୍ଦଲ ବିଲ୍ ଦାଖଲର ଏକ ସପ୍ତାହ ଭିତରେ ଗ୍ରିଡକୋ ଏ ବାବଦ ଅର୍ଥ ପ୍ରଦାନ କରିବ । ଏଭଳି ବ୍ୟବସ୍ଥା ଜୁଲାଇ ଶେଷ ପର୍ଯ୍ୟନ୍ତ ବା ଏ ସଂପର୍କିତ ରିଟ୍‌ ପିଟିସନର ରାୟ ପ୍ରକାଶ ପର୍ଯ୍ୟନ୍ତ ଜାରି ରହିବ ବୋଲି ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଏଭଳି ଅନ୍ତରୀଣ ବ୍ୟବସ୍ଥା ବଳବତ୍ତର ରଖିବା ପାଇଁ ଗ୍ରିଡକୋ ପରବର୍ତ୍ତୀ ଶୁଣାଣି ସମୟରେ ମଧ୍ୟ ଆବେଦନ କରି ପାରିବ, କିନ୍ତୁ ସେତେବେଳେ ସ୍ଥିତି ଦେଖି ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ କହିଛନ୍ତି । ରାଜ୍ୟରେ ବିଦୁ୍ୟତ ସଂକଟକୁ ଦୃଷ୍ଟିରେ ରଖି ଏହି ଅନ୍ତରୀଣ ନିଦେ୍ର୍ଦଶ ପ୍ରଦାନ ପୂର୍ବରୁ ଜିନ୍ଦଲ ୬୫ ମେଗାୱାଟ ବିଦୁ୍ୟତ ଗ୍ରିଡକୋକୁ ଯୋଗାଣ ଆରମ୍ଭ କରି ସାରିଥିବା ବେଳେ ୧୨୦ ମେଗାୱାଟକୁ ବୃଦ୍ଧି ପ୍ରସଂଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବ ବୋଲି ହାଇକୋର୍ଟ ଆଶାବ୍ୟକ୍ତ କରିଛନ୍ତି । ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗ୍ରିଡକୋର ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିଦେ୍ର୍ଦଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୦କୁ ଧାର୍ଯ୍ୟ କରାଯାଇଛି । ଏଥିସହିତ ଏହି ମାମଲାରେ ଜିନ୍ଦଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଅଙ୍କୁଶ ଜାରି କରି ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିଦେ୍ର୍ଦଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *