ପୁଲିସ୍ ଛାଉଣିରେ କଣ୍ଟାପଡ଼ା ପଞ୍ଚାୟତ ସମିତି ବୈଠକ
କଣ୍ଟାପଡା (ଆପ୍ର): କଣ୍ଟାପଡା ବ୍ଲକରେ ଆଜିଥିଲା ପ୍ରଥମ ପଞ୍ଚାୟତ ସମିତି ବୈଠକ । କଟକ ଜିଲ୍ଲାରେ କଣ୍ଟାପଡା ବ୍ଲକରେ ବିଜେପି ସମିତି ଗଢିଥିବାରୁ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟିହେବା ଆଶଙ୍କା କରି କଣ୍ଟାପଡା ବ୍ଲକ ପରିସରରେ ପୁଲିସ୍ ଛାଉଣୀ କରାଯାଇଥିଲା । ଜଣେ ଡିଏସ୍ପି, ଦୁଇଜଣ ଆଇଆଇସି, ·ରିରୁ ଊଦ୍ଧ୍ୱର୍ ଏସ୍ଆଇ, ପାଞ୍ଚରୁ ଊର୍ଦ୍ଧ୍ୱ ଏ.ଏସ.ଆଇ ଓ ଦୁଇ ପ୍ଲାଟୁନ୍ ଫୋର୍ସ ମୃତୟନ କରାଯାଇଥିଲା । ଶାନ୍ତି ଶୃଙ୍ଖଳାରେ ବୈଠକ ଆରମ୍ଭ କରାଯାଇଥିଲା । କଣ୍ଟାପଡା ପି.ଏ ଦେବାସ୍ଥିତା ପରିଡା ଉକ୍ତ ବୈଠକକରୁ ପରି·ଳନା କରିଥିବା ବେଳେ ଅତିଥି ମାନଙ୍କ ମଧ୍ୟରେ ନିଆଳି ବିଧାୟକ ଡଃ ପ୍ରମୋଦ କୁମାର ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ଶୁଶ୍ରୀ ଜିନା ଭୋଇ, ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ପତି, ବ୍ଲକ ଉପାଧ୍ୟକ୍ଷ ଜଚ୍ଚିନ୍ଦ୍ର ବରାଳ, କଣ୍ଟାପଡା ଅତିରିକ୍ତ ତହସିକଲ୍ଦାର ଶୁଭ୍ରାସୁଂ ସାହୁ, ୮ନଂ ଜୋନ୍ ଜିଲ୍ଲା ପରିଷଦ ପିୟୁସ ମିଶ୍ର, ୯ନଂ ଜୋନ୍ ଜିଲ୍ଲା ପରିଷଦ ଜ୍ୟୋସ୍ନାରାଣୀ ବେହେରା, ବ୍ଲକ ସାଂସଦଙ୍କ ପ୍ରତିନିଧି ବିମାନ ବିହାରୀ ବେହେରା ଉପସ୍ଥିତ ଥିଲେ । ୧୪ଟି ଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟାମାନେ ଭିନ୍ନ ଭିନ୍ନ ବିଭାଗର ଅସୁବିଧାକୁ ନେଇ ପ୍ରଶ୍ନ କରିଥିବା ବେଳେ ସଂପୃକ୍ତ ବିଭାଗର ଅଧିକାରୀମାନେ ଉତ୍ତର ରଖିଥିଲେ । ମୁଖ୍ୟତଃ ଜଳ ସମସ୍ୟା, ସ୍ୱଚ୍ଛ ଭାରତ ପାଇଖାନା-୨ ଉପରେ ଆଲୋଚନା ହୋଇଥିବା ବେଳେ ନାହାଳପୁର ପଞ୍ଚାୟତ ଗୁଣାଦଳ ହାଇସ୍କୁଲର ପୋଖରୀ ନିଲାମ ଆଦି ବିଷୟବସ୍ତୁ ଉପରେ ସବିଶେଷ ଆଲୋଚନା କରାଯାଇଥିଲ । ଉରାଡ଼ ପଞ୍ଚାୟତ ସରପଞ୍ଚ ଅଡଶପୁର ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସୁତୀ ବିଭାଗ ଡାକ୍ତର ନ ଥିବା ଦର୍ଶାଇ ବିଧାୟକଙ୍କୁ ପ·ରିବାରୁ ବିଧାୟକ ଅଧାରୁ ବୈଠକ ଛାଡି ·ଲିଯାଇଥିଲେ ।