କେବଳ ସକାଳ ବେଳା ପରୀକ୍ଷା
ମାଟ୍ରିକ୍ ପରୀକ୍ଷାରେ ପରିବର୍ତ୍ତନ
କଟକ, ୨୭ା୪(ବୁ୍ୟରୋ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ଦ୍ୱାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨, ମଧ୍ୟମା ସଂସ୍କୃତ ଏବଂ ଓପନ୍ ସ୍କୁଲ ପରୀକ୍ଷା ଏପ୍ରିଲ ୨୯ ତାରିଖରେ ହେବ । କିନ୍ତୁ ଖରାକୁ ଦୃଷ୍ଟିରେ ରଖି ବୋର୍ଡ଼ ପକ୍ଷରୁ ମଧ୍ୟମା ଓ ଓପନ୍ ସ୍କୁଲ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ମେ ୨ ଓ ୪ ତାରିଖରେ ହେବାକୁ ଥିବା ମଧ୍ୟମା ସେକେଣ୍ଡ ସିଟିଂ ପରୀକ୍ଷା ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ ହେବ । ସେହିପରି ଓପନ୍ ସ୍କୁଲର ୩ଟି ସେକେଣ୍ଡ ସିଟିଂ ପରୀକ୍ଷା ଆସନ୍ତା ମାସ ୮, ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ କରାଯିବ । ଏନେଇ ବୋର୍ଡର୍ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ୩୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫,୭୧,୯୦୯ ହାଇସ୍କୁଲ ପିଲା ପରୀକ୍ଷା ଦେବେ । ପରୀକ୍ଷାର୍ଥୀମାନଙ୍କୁ କେବଳ ପ୍ରଥମ ଦିନରେ ସକାଳ ୭ଟାରେ ପହଞ୍ଚôବାକୁ କୁହାଯାଇଛି । ମାତ୍ର ଅନ୍ୟ ଦିନମାନଙ୍କରେ ୭ଟା ୨୦ରେ ପରୀକ୍ଷା କେନ୍ଦ୍ର ପହଞ୍ଚôପାରିବେ । ପ୍ରବଳ ଖରା ଯୋଗୁଁ ଛାତ୍ରଛାତ୍ରୀଙ୍କ ନିମନ୍ତେ ପାଣି ଓ ଓଆରଏସ୍ ମହଜୁଦ ରଖାଯିବ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି । ମଧ୍ୟମା ଓ ଓପନ୍ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେବେ । ପ୍ରଶ୍ନ ସୁରକ୍ଷିତ ରଖିବା ଓ ପରୀକ୍ଷା ଦିନ ପରୀକ୍ଷାକେନ୍ଦ୍ର ପଶ୍ନପତ୍ର ପଠାଇବା ନିମନ୍ତେ ୩୧୫ ନୋଡାଲ ସେଣ୍ଟର କରାଯାଇଛି । ତନ୍ମଧ୍ୟରୁ ୨୧ଟି ଥାନାକୁ ନୋଡାଲ ସେଣ୍ଟର କରାଯାଇଛି । କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ମାଲକାନଗିରିରେ ୯ଟି ନୋଡ଼ାଲ ସେଣ୍ଟର କରାଯାଇଛି । ଏହାବାଦ୍ ନିଜସ୍ୱ କେନ୍ଦ୍ରରେ ଯେହେତୁ ହାଇସ୍କୁଲ ପରୀକ୍ଷା କରାଯାଉଛି ତେଣୁ ପ୍ରତ୍ୟେକ ସ୍କୁଲର ଶିକ୍ଷକ ବା ଶିକ୍ଷୟତ୍ରୀ ଅନ୍ୟ ସ୍କୁଲକୁ ଯିବେ । ଯାହାର ନିୟମ ମଧ୍ୟ ନିର୍ଦ୍ଧାରିତ ହୋଇଛି । ଯେଉଁ ପରୀକ୍ଷାକେନ୍ଦ୍ର ନୋଡାଲ ସେଣ୍ଟର ହୋଇଛି ସେଗୁଡ଼ିକରେ ନୋଡାଲ ଡେପୁଟି ଇନ୍ଚାର୍ଜ, ନୋଡାଲ ଇନ୍ଚାର୍ଜ ଏବଂ ଡେସପାଚ୍ ଟିମ୍ ଲିଡରମାନେ ନିଜ ନିଜ ସ୍କୁଲରେ ରହିବେ । ପରୀକ୍ଷା ପରିଚାଳନା କରିବା ପାଇଁ ଟେଣ୍ଡର ସୁପରିଟେଣ୍ଡେଣ୍ଟଙ୍କ ସହ ଆଉ ୨ଜଣ ଶିକ୍ଷକ (ଶିକ୍ଷକ ଓ ଶିକ୍ଷୟତ୍ରୀ) ନିଜ ସ୍କୁଲରେ ରହିପାରିବେ । ଏହାବାଦ୍ ସବୁ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନୋଡାଲ ସେଣ୍ଟରଗୁଡ଼ିକରେ ୨୪ ଘଣ୍ଟିଆ କଡ଼ା ପ୍ରହରା ବ୍ୟବସ୍ଥା କରାଯାଇଛି । ଯେଉଁ ସେଣ୍ଟରମାନଙ୍କରେ ପରୀକ୍ଷା କରାଯାଉଛି ସେଠାରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସୁରକ୍ଷାକର୍ମୀ ମୁତୟନ କରାଯିବ । ଏହାବ୍ୟତୀତ ପରୀକ୍ଷାର ସୁପରିଚାଳନା ଓ କପି ରୋକିବା ପାଇଁ ୪ଟି ସ୍ତରରେ ସ୍କ୍ୱାଡ୍ ଗଠନ କରାଯାଇଛି । ଯଥା- ୬୫ଟି ଡିଇଓ ସ୍ତରୀୟ ଫ୍ଲାଇଂ ସ୍କାର୍ଡ ବୋର୍ଡ ପକ୍ଷରୁ ୩୮ ଟି ସ୍ପେଶାଲ ସ୍କ୍ୱାଡ, ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାଡ ସମେତ ଜିଲ୍ଲାପ୍ରଶାସନ ସ୍କ୍ୱାଡ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ । ପରୀକ୍ଷା ଉପରେ ନଜର ରଖିବାକୁ ମୁତୟନ ହେବେ । ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ୩୮ ଟି ସ୍କ୍ୱାଡ଼ ଗଠନ କରାଯାଇଛି । ସ୍ପେଶାଲ ସ୍କ୍ୱାଡ ମଧ୍ୟ ମଧ୍ୟ ପ୍ରତ୍ୟେକ ଜିଲ୍ଲାକୁ ଗସ୍ତ କରିବେ । ସିଡବ୍ଲୁ୍ୟୁଏସ୍ଏନ ପରୀକ୍ଷାର୍ଥୀମାନଙ୍କ ପାଇଁ ବି ବ୍ୟବସ୍ଥା କରାଯାଇଛି । ଯେପରିକି ସେମାନେ ବିନା ବାଧାବିଘ୍ନରେ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେଇପାରିବେ । ସରକାର ଓ ବୋର୍ଡ଼ଙ୍କ ପକ୍ଷରୁ ଜାରି ଗାଇଡ଼ଲାଇନ ଅନୁସାରେ ପରୀକ୍ଷା ଦେବା ପାଇଁ ବନେ୍ଦାବସ୍ତ କରାଯାଇଛି । ତା ସହିତ ହାଇସ୍କୁଲ ଏବଂ ଓପନ୍ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟମାନଙ୍କୁ ସମସ୍ତ ତଥ୍ୟ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ଯେପରି ପରୀକ୍ଷା ସରିବାର ୨ଘଣ୍ଟା ମଧ୍ୟରେ ତାଙ୍କ ସେଣ୍ଟରର କେତେ ପିଲା ପରୀକ୍ଷା ଦେଲେ, କେତେ ପିଲା ଅନୁପସ୍ଥିତ ରହିଲେ ଓ କେତେ ପିଲା ଏମପି ରହିଲେ, କେତେ ପିଲା ସେଣ୍ଟର ପରିବର୍ତ୍ତନ କଲେ ସେସବୁର ବିବରଣୀ ଅନଲାଇନ୍ ମାଧ୍ୟମରେ ବୋର୍ଡ଼କୁ ପଠାଇବେ । ଏହାସହିତ ସବୁ ସେଣ୍ଟର ସୁପରିଟେଣ୍ଡେଣ୍ଟ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କୋଭିଡ ଗାଇଡଲାଇନ୍ର ଅନୁପାଳନ କରି ପରୀକ୍ଷା ପରିଚାଳନା କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।