ଲୋକାଭିମୁଖୀ ଯୋଜନା ଘରେ ଘରେ ପହଞ୍ଚାଅ

ନବନିର୍ବାଚିତ ପ୍ରତିନିଧିମାନଙ୍କ ପ୍ରଶିକ୍ଷଣ ଶିବିର
ପୁରୀ/ନିମାପଡ଼ା (ବୁ୍ୟରୋ/ଆପ୍ର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଐତିହାସିକ ବିଜୟ ଲାଭ କରିଛି । ଶାସକ ଦଳର ରଣକୌଶଳ ଆଗରେ ବିରୋଧୀମାନେ ଚିତ୍ ହୋଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ଲାଗି ଆଜିଠାରୁ ବିଜୁ ଜନତା ଦଳ ପ୍ରସ୍ତୁତି ଆରମ୍ଭ କରିଛି ।
ବୁଧବାର ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀର ନବନିର୍ବାଚିତ ପଞ୍ଚାୟତ ଓ ଏନ୍ଏସି ପ୍ରତିନିଧିମାନଙ୍କର ଏକ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଗ୍ରୀନ୍ଲ୍ୟାଣ୍ଡ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି । ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଗଣଶିକ୍ଷା ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ ଉଦ୍ଘାଟନ କରିଥିଲେ । ପ୍ରଶିକ୍ଷଣ ଶିବିରରେ ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀର ୪୬ଟି ପଞ୍ଚାୟତରୁ ବିଜୟ ଲାଭ କରିଥିବା ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ନିମାପଡ଼ା ଏନ୍ଏସିର ୭ କାଉନ୍ସିଲର୍ ଓ ଅଧ୍ୟକ୍ଷା ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିଜେଡି ଲଗାତାର ଭାବେ ବିଜୟୀ ହୋଇ ଆସୁଅଛି । ଫଳସ୍ୱରୂପ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ତା’ର ସଫଳତା ଆଜି ଦେଖିବାକୁ ମିଳିଛି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଓଡ଼ିଶାର ସାଢ଼େ ଚାରିକୋଟି ଲୋକେ ଯେଉଁ ଆସ୍ଥା ଓ ଭରସା ଦେଇଛନ୍ତି ତାହା ସ୍ୱାଗତଯୋଗ୍ୟ । ତେଣୁ ଆଗାମୀ ଦିନରେ ସରକାରଙ୍କର ବିଭିନ୍ନ ଯୋଜନା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚôବା ଜରୁରୀ ବୋଲି ସେ ମତ ଦେଇଛନ୍ତି ।
ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କହିଥିଲେ ଯେ, ବିଜେଡି ଓଡ଼ିଶାବାସୀଙ୍କ ଆଶା ଓ ଭରସା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ଦିନକୁ ଦିନ ସାଧାରଣ ଲୋକଙ୍କ ନିକଟତର ହୋଇଛି ଯାହାର ସୁଫଳ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି । ତେବେ ଆଗାମୀ ଦିନରେ ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀର ଘରେ ଘରେ ବିଜେଡି ସରକାରଙ୍କ ସଫଳ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚôବ ଏବଂ ସେମାନଙ୍କ ବିଶ୍ୱାସ ମଜଭୁତ ରହିବ ସେନେଇ ନବନିର୍ବାଚିତ ପ୍ରତିନିଧିମାନଙ୍କୁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଥିଲେ ।
କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବିଜେଡିର ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର (ରମୁ) ପ୍ରମୁଖ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।
ଶେଷରେ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ ଦଳକୁ ଗତ ପଞ୍ଚାୟତ ନିର୍ବାଚନରେ ଆଶାତୀତ ସଫଳତା ଦେଇଥିବାରୁ ସମସ୍ତ ନିର୍ବାଚିତ ପ୍ରତିନିଧି, ପଞ୍ଚାୟତ ସଭାପତି, ତୃଣମୂଳ ସ୍ତରର କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *