କମର୍ସିଆଲ୍ ଏଲ୍ପିଜି ବଢିÿଲା ୨୫ଠ
ନୂଆଦିଲ୍ଲୀ, ୧ା୪: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ କ୍ରମାଗତ ବଢିଚାଲିଥିବା ବେଳେ ଦେଶରେ ଶୁକ୍ରବାର କମର୍ସିଆଲ୍ ଏଲ୍ପିଜି ଦାମ୍ ୨୪୯ ଟଙ୍କା ୫୦ ପଇସା ବଢାଇଦିଆଯାଇଛି । ଫଳତଃ ୧୯ କେଜି ଗୋଟିଏ ସିଲିଣ୍ଡରର ଦାମ୍ ୨୨୫୩ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ବୀମାନ ଇନ୍ଧାନ (ଏଟିଏଫ୍) ମୂଲ୍ୟ ଶୁକ୍ରବାର ୨ ପ୍ରତିଶତ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଏଟିଏଫ୍ ଦାମ ରେକର୍ଡ ସ୍ତରରେ ପହଞ୍ଚôଛି । ଶୁକ୍ରବାରକୁ ମିଶାଇ ଚଳିତ ବର୍ଷ ଏଟିଏଫ୍ ଦାମ ୭ ଥର ବୃଦ୍ଧି କରାଗଲାଣି । ଦିଲ୍ଲୀରେ ୧ କିଲୋଲିଟର ଏଟିଏଫ୍ ଦାମ୍ ୨୨୫୮ ଟଙ୍କା ୫୪ ପଇସା ବୃଦ୍ଧି କରାଯିବା ଫଳରେ ନୂଆ ଦର ହୋଇଛି ୧୧୨୯୨୪ ଟଙ୍କା ୮୩ ପଇସା ।
ଶୁକ୍ରବାର ଘରୋଇ ଗ୍ୟାସ୍ ଦାମ୍ ଅପରିବର୍ତ୍ତିତ ରହିଛି । ଘରୋଇ ଏଲ୍ପିଜି ଦାମ୍ ଗତ ୨୨ ତାରିଖ ଦିନ ୫୦ ଟଙ୍କା ବଢାଇ ଦିଆଯାଇଥିଲା । ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟରେ ଶୁକ୍ରବାର କୌଣସି ବୃଦ୍ଧି କରାଯାଇନାହିଁ । ତେବେ ଗତ ୧୧ ଦିନ ଭିତରେ ପେଟ୍ରୋଲ-ଡିଜେଲ ଦାମ ଲିଟର ପିଛା ୬ ଟଙ୍କା ୪୦ ପଇସା ବଢିଛି ।