ଭୋକର ଜ୍ୱାଳା ଦେଖିଲା କଲମ୍ବୋ

କଲମ୍ବୋ (ଏଜେନ୍ସି): ଦେବାଳିଆ ଘୋଷିତ ହେବା ଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କାରେ ଏବେ ସାଧାରଣ ଲୋକେ ହିଂସାଭିମୁଖୀ ହୋଇପଡିଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ହଜାର ହଜାର ସଂଖ୍ୟକ ଲୋକେ ମିରିହାନା ସ୍ଥିତ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ବାସଭବନ ସମ୍ମୁଖରେ ଏକଜୁଟ୍ ହେବା ସହ ନାରାବାଜି କରିବା ଦେଖିବାକୁ ମିଳିଥିଲା । ଏମାନଙ୍କୁ ଘଉଡାଇବା ପାଇଁ ସୁରକ୍ଷାକର୍ମୀ ଯେତେବେଳେ ଲୁହବୁହା ଗ୍ୟାସ ଏବଂ ପାଣିମାଡ଼ କରିବା ଆରମ୍ଭ କରିଥିଲା ସେତେବେଲେ ଲୋକେ ଉତ୍ତ୍ୟକ୍ତ ହୋଇ ପୋଡାଜଳା ଆରମ୍ଭ କରିଦେଇଥିଲେ । ଅତିରିକ୍ତ ପୁଲିସ୍ ଫୋର୍ସ ନେଇ ପ୍ରତିବାଦସ୍ଥଳରେ ପହଞ୍ଚôଥିବା ପୁଲିସ୍ ବିଭାଗର ଏକ ଗାଡିକୁ ମଧ୍ୟ ଲୋକେ ନିଆଁ ଲଗାଇଦେଇଥିଲେ । ଅନ୍ୟପକ୍ଷେ ଏପ୍ରକାର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀ କଲମ୍ବୋ ସମେତ ଏକାଧିକ ସହରରେ କର୍ଫୁ୍ୟ ଲାଗୁ କରାଯାଇଥିଲା । ତେବେ ସକାଳ ସମୟରେ ରାଷ୍ଟ୍ରପତି ଗୋଟାବାୟାଙ୍କ ନିଦେ୍ର୍ଦଶକ୍ରମେ କର୍ଫୁ୍ୟକୁ ପ୍ରତ୍ୟାହାର କରିନିଆଯାଇଛି ।
ସୂଚନାଯୋଗ୍ୟ, ଶ୍ରୀଲଙ୍କା ସରକାର ଲଗାତର ଭାବେ ଇନ୍ଧନ ଅଭାବ, ବିଜୁଳି ସଙ୍କଟ, ଗ୍ୟାସ ସଙ୍କଟ ଭଳି ପରିସ୍ଥିତିର ସମ୍ମୁଖିନ ହେଉଛନ୍ତି । ଦେଶରେ ଅହେତୁକ ଭାବେ ଦରଦାମ ବୃଦ୍ଧି ପାଇଛି । ସ୍ଥିତି ସୁଧାରିବା ପାଇଁ ଶ୍ରୀଲଙ୍କା ସରକାର ନିୟମିତ ଚେଷ୍ଟା କରୁଥିବା ସତ୍ତ୍ୱେ କୌଣସି ସୁଫଳ ମିଳିପାରିନାହିଁ । ଦିନକ ପୂର୍ବେ ଶ୍ରୀଲଙ୍କାର ପ୍ରାୟ ଅର୍ଦ୍ଧାଧିକ ସହରରୁ ଷ୍ଟି୍ରଟ୍ ଲାଇଟ୍କୁ ବନ୍ଦ କରିଦିଆଯାଇଥିଲା । ଉତ୍ତ୍ୟକ୍ତ ଲୋକେ ଗୋଟିଏ ପୁଲିସ ବସ୍, ଗୋଟାଏ ପୁଲିସ ଜିପ୍, ୨ଟି ମୋଟୋରସାଇକେଲ୍ ପୋଡ଼ି ପକାଇଛନ୍ତି ଏବଂ ଗୋଟାଏ ୱାଟର୍ କ୍ୟାନନ୍ ଟ୍ରକ୍ ନଷ୍ଟ କରି ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *