ଦୁଷ୍କର୍ମ ପୀଡ଼ିତାଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
ରଣପୁର, ୧ା୪ (ଆପ୍ର): ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳରେ ବଳାକ୍ରାର ଶିକାର ହୋଇଥିବା ଅନୁସୂଚିତ ଜାତିର ନାବାଳିକା ପୁଲିସର ଦ୍ୱାରସ୍ଥ ହେବାରୁ ତାକୁ ଅଭିଯୁକ୍ତ ପରିବାର ବିଦୁ୍ୟତ୍ ଖୁଣ୍ଟରେ ବାନ୍ଧି ମାଡ଼ ମାରିଛନ୍ତି । ରଣପୁର ପୁଲିସ ଘଟଣାସ୍ଥଳକୁ ଯାଇ ପୀଡ଼ିତାକୁ ଉଦ୍ଧାର କରିବା ସହିତ ୪ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରି କୋର୍ଟ ·ଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଓ ଆଉଜଣେ ଫେରାର ହୋଇ ଯାଇଛି ।
ନାବାଳିକାଙ୍କ ପିତାଙ୍କ ଅଭିଯୋଗରୁ ପ୍ରକାଶ, ସେହି ଗାଁର ଜଣେ ଯୁବକ ତିନି ମାସ ହେଲା ନାବାଳିକାକୁ ବଳାକ୍ରାର କରିଆସୁଥିଲା । ନାବାଳିକା ଠାରୁ ବୁଝିବା ପରେ ପରିବାର ସରପଞ୍ଚ ଓ
ଗ୍ରାମର ଭଦ୍ର ଲୋକଙ୍କୁ ଏ ବିଷୟରେ ଜଣାଇ ନ୍ୟାୟ ମାଗିଥିଲେ । ଗାଁରେ ମାମଲା ସମାଧାନ ହୋଇ ନ ପାରିବାରୁ ପୀଡ଼ିତାଙ୍କ ପରିବାର ଶୁକ୍ରବାର ଥାନାରେ ଅଭିଯୋଗ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତମାନେ ପୀଡ଼ିତାଙ୍କ ଘରେ ପଶି ତାଙ୍କ ମା’ଙ୍କୁ ମାରପିଟ୍ କରିବା ସହ ଗାଳିଗୁଲଜ କରିଥିଲେ । ସେମାନେ ପୀଡ଼ିତାଙ୍କୁ ଟାଣି ନେଇ ତାଙ୍କ ଘର ସମ୍ମୁଖ ବିଦୁ୍ୟତ୍ ଖୁଣ୍ଟରେ ବାନ୍ଧି ମାଡ଼ ମାରି ମାମଲା ଉଠାଇ ନେବାକୁ ଧମକ ଦେଇଥିଲେ । ରଣପୁର ପୁଲିସ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଦିଲ୍ଲୀପ ଛାଟୋଇ ଓରଫ ସିପୁ (୨୦), ରବି ପରିଡ଼ା ଓରଫ ଟୁଙ୍ଗା (୬୦), ରୀନା ପରିଡ଼ା (୩୫), ସଞ୍ଜୁ ପରିଡା(୬୦), ମଞ୍ଜୁ ମୁମତା (୫୫) ଓ ଛାଇ ବେହେରା । ଅଭିଯୁକ୍ତମାନଙ୍କ ବିରୋଧରେ ଦଫା ୩୭୬, ୩୪୧, ୨୯୪, ୩୨୩ ଆଦି ଧାରାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।