ଫ୍ଲାଏ ଓଭର, ଭୂତଳ ରାସ୍ତା ନିର୍ମାଣ କେବେ?
ବ୍ରହ୍ମପୁର (ବୁ୍ୟରୋ): ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଓଭରବି୍ରଜ୍ ଓ ଭୂତଳ ରାସ୍ତା ନିର୍ମାଣ ପାଇଁ ୨୦୨୨ରୁ କେନ୍ଦ୍ରୀୟ ମଞ୍ଜୁରୀ ମିଳିଛି । ମାତ୍ର ଏବେ ସୁଦ୍ଧା ଗୋଟିଏ ବି ପ୍ରକଳ୍ପର ଅଗ୍ରଗତୀ ହୋଇନାହିଁ ବୋଲି ବୁଧବାର ଲୋକସଭା ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଛନ୍ତି
ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କ ମଧ୍ୟରେ ନିରାଶା ଦେଖାଦେଲାଣି । ଡିସେମ୍ବର ୩୦ ପୂର୍ବରୁ ପ୍ରକଳ୍ପଗୁଡିକ ଆରମ୍ଭ କରା ନ ଗଲେ ଲୋକେ ରାଜପଥ ଅବରୋଧ କରିପାରନ୍ତି ବୋଲି ସାଂସଦ ଶ୍ରୀ ସାହୁ ଦର୍ଶାଇଛନ୍ତି ।
ଜାତୀୟ ରାଜପଥ ଦୁର୍ଘଟଣା ପ୍ରବଣ ହୋଇଛି । ରାଜପଥରେ ଅନେକ ବ୍ଲାକ୍ ସ୍ପଟ୍ ରହିଛି । ପ୍ରତିଦିନ ଦୁର୍ଘଟଣା ଘଟୁଛି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଛତ୍ରପୁର, ଜଗନ୍ନାଥପୁର, ବ୍ରହ୍ମପୁର, କନିଷି, ଗୋଳନ୍ଥରା ଆଦି ଅଞ୍ଚଳରେ ଦୁର୍ଘଟଣା ଘଟି ବର୍ଷକୁ ଅନୁ୍ୟନ ୩୦ଲୋକଙ୍କ ମୃତୁ୍ୟ ଘଟୁଛି । ଜାତୀୟ ରାଜପଥରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଫ୍ଲାଏ ଓଭର ଓ ଭୂତଳ ରାସ୍ତା ଅଭାବ ଏହି ଦୁର୍ଘଟଣାର ମୂଳ କାରଣ ହୋଇଛି । ସେଥିପାଇଁ ଏହି ସଂସଦୀୟ କ୍ଷେତ୍ରରେ ୩ଟି ଫ୍ଲାଏ ଓଭର ଏବଂ ୭ଟି ଭୂତଳ ରାସ୍ତାକୁ ଜାତୀୟ ରାଜପଥ
ପ୍ରାଧିକରଣ ଅନୁମୋଦନ କରିଛନ୍ତି । ଲାଞ୍ଜିପଲ୍ଲୀ, ପୋକୁଡିବନ୍ଧ ଜଙ୍କସନ୍, ଛତ୍ରପୁର ଡିଆର୍ଡିଏ ଛକ ଏବଂ ମାଣ୍ଡିଆପଲ୍ଲୀ ଠାରେ ଫ୍ଲାଏ ଓଭର ନିର୍ମାଣକୁ ଅନୁମୋଦନ ମିଳିଛି । ସେହିପରି ସୁରଳ ରୋଡ୍ ଜଙ୍କସନ୍, ଭୈରବୀ ଛକ, ପଞ୍ଚମା ଛକ, କନିଷି ଛକ, ହଳଦିଆପଦର ଛକ ଆଦି ସ୍ଥାନରେ ଜାତୀୟ ରାଜପଥରେ ଭୂତଳ ରାସ୍ତା ନିର୍ମାଣକୁ ମଞ୍ଜୁର ମିଳିଛି । ୨୦୨୨ରୁ କେନ୍ଦ୍ର ସଡକ ପରିବହନ ବିଭାଗ ଅନ୍ତର୍ଗତ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଅନୁମୋଦନ କରିଛନ୍ତି । ଇତିମଧ୍ୟରେ ବର୍ଷେରୁ ଅଧିକ ସମୟ ଅତିକ୍ରମ ପରେ ବି ପ୍ରକଳ୍ପର ଅଗ୍ରଗତି ଶୂନ । ଯଦ୍ଦ୍ୱାରା ବାରମ୍ବାର ଦୁର୍ଘଟଣା ଘଟୁଛି ଏବଂ ଜୀବନ ଯାଉଛି । ଏ ଦିଗରେ ସ୍ଥାନୀୟ ଏନ୍ଏଚ୍ଏଆଇ ଅଧିକାରୀଙ୍କ ଅବହେଳା ସ୍ପଷ୍ଟ ହେଉଛି । ବିଭାଗ ଏ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରୁ ଏବଂ ଡିସେମ୍ବର ୩୦ ସୁଦ୍ଧା
କାର୍ଯ୍ୟ ଆରମ୍ଭ କରାଯାଉ । ନଚେତ୍ ଜନତା ରାଜପଥକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ସାଂସଦ କହିଛନ୍ତି ।