ନବାନ୍ନ ପାଇଁ ପହଞ୍ଚିଲା ନୂଆ ଧାନ

ସମ୍ବଲପୁର, ୧୬ ।୯(ଆପ୍ର): ଗଣପର୍ବ ନୂଆଖାଇ ପାଇଁ ପଶ୍ଚିମ ଓଡିଶା ଚଳଚଞ୍ଚଳ ହୋଇଉଠିଛି । ଏହି ଦିନ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବ । ଏଥି ଲାଗି ସମଲେଶ୍ୱରୀ ମନ୍ଦିରରେ ପହଁଞ୍ଚିଛି ନୂଆ ଧାନ । ବର୍ଷର ପ୍ରଥମ ଉତ୍ପାଦିତ ଧାନରୁ ପ୍ରସ୍ତୁତ ନୈବେଦ୍ୟ ନୂଆଁଖାଇରେ ଇଷ୍ଟଦେବୀ ସମଲେଶ୍ୱରୀଙ୍କଠାରେ ଲାଗି କରାଯାଏ । ଆସନ୍ତା ୨୦ ତାରିଖରେ ନୂଆଁଖାଇ ପର୍ବ ପାଳନ ପାଇଁ ବ୍ରହ୍ମ ପଣ୍ଡିତ ମହାସଭା ଦ୍ୱାରା ଲଗ୍ନଧାର୍ଯ୍ୟ ହୋଇଥିବା ବେଳେ ପୂର୍ବାହ୍ନ ୧୦.୨୭ ରୁ ୧୦.୪୭ ମିନିଟ୍ ମଧ୍ୟରେ ନବାନ୍ନ ଲାଗି ହେବ । ତା ପରେ ସମସ୍ତେ ନିଜ ନିଜ ଘରେ ନୂଆଧାନ ପୂଜା କରି ନୂଆଁଖାଇ ପାଳନ କରିବେ । ନବାନ୍ନ ପାଇଁ ନୂଆ ସରିଆ ଧାନ ବଲବସପୁର ଅଞ୍ଚଳର ସୁବାସ ବେହେରା ଓ ତାଙ୍କ ପରିବାର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରିଛନ୍ତି । ଏହି ନୂଆଧାନକୁ ଗଣେଶ ପୂଜା ଦିନ ପୂଜକଙ୍କ ପରିବାର ଯତ୍ନ ସହକାରେ ସଫା କରିବେ । ଏହା ପରେ କେଣ୍ଡାରୁ ଧାନ ଅଲଗା କରି ତାକୁ ଭାଜି ଚାଉଳ ବାହାର କରିବେ । ପରେ ଗୁଡ ଓ ଘିଅ ଦେଇ ନବାନ୍ନ ପ୍ରସ୍ତୁତ କରିବେ । ସୁବାସଙ୍କ ପରିବାର ବହୁ ପୂର୍ବରୁ ·ଷରେ ଲାଗିପଡିଥାନ୍ତି । ସୁବାସଙ୍କ ପରିବାର ୬୦ ଦିନରେ ଉତ୍ପାଦନ ହେଉଥିବା ଏହି ଧାନ ଯୋଗାଇ ଆସୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *