ପୁରୀ-ରାଉରକେଲା ବନେ୍ଦ ଭାରତର ଟ୍ରାଏଲ୍ ରନ୍

ଭୁବନେଶ୍ୱର,୧୧ା୯(ବୁ୍ୟରୋ): ପୁରୀରୁ ରାଉରକେଲା ଗଡ଼ିବ ବନେ୍ଦ ଭାରତ ଏକ୍ସପ୍ରେସ୍ । ମାତ୍ର ୬ ଘଣ୍ଟାରେ ପହଞ୍ଚିବ ରାଉରକେଲା । ସୋମବାର ପୁରୀରୁ ତାଳଚେର ରୋଡ୍ ମଧ୍ୟରେ ଏହାର ଟ୍ରାଏଲ ରନ୍ ହୋଇଛି । ସକାଳ ସାଢ଼େ ୯ଟାରେ ପୁରୀରୁ ଏହି ଟ୍ରେନ୍ ଛାଡ଼ି ଥିବାବେଳେ ଅପରାହ୍ନ ସାଢ଼େ ୧୨ଟାରେ ତାଳଚେର ରୋଡରେ ଟ୍ରେନ୍ ପହଞ୍ଚିଛି । ଟ୍ରାଏଲ ରନ୍ରେ ଏହା ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଷ୍ଟେସନରେ ୨ ମିନିଟ ଲେଖାଏ ରହିଥିଲା । ଓଡ଼ିଶାରେ ଏହା ହେବ ଦ୍ୱିତୀୟ ବନେ୍ଦ ଭାରତ ଏକସପ୍ରେସ୍ । ଚଳିତ ମାସ ଶେଷ ସୁଦ୍ଧା ପୁରୀ-ରାଉରକେଲା ବନେ୍ଦ ଭାରତ ଏକ୍ସପ୍ରେସ୍ ·ଲିପାରେ ।
ମେ’ ମାସରେ ପୁରୀ ଓ ହାୱଡା ମଧ୍ୟରେ ପ୍ରଥମ ବନେ୍ଦ ଭାରତ ଏକସପ୍ରେସ୍ର ଶୁଭାରମ୍ଭ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଭର୍ଚୁଆଲ୍ରେ ଶୁଭାରମ୍ଭ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *