ନାରାୟଣ ରେ‡ୀଙ୍କୁ ଆଜୀବନ
ପୁଲିସ୍ ଇନ୍ସପେକ୍ଟର ହତ୍ୟା ମାମଲା
ଛତ୍ରପୁର/ବ୍ରହ୍ମପୁର, ୩୧ା୭(ଆପ୍ର/ବୁ୍ୟରୋ): ଛତ୍ରପୁର ଉପକଣ୍ଠରେ ଟାଟା ଜମି ଅଧିଗ୍ରହଣ ସମୟରେ ପାଲିସ୍ ରିଜର୍ଭ ଇନସିପେକ୍ଟରଙ୍କୁ ହତ୍ୟା ଏବଂ ଜିଲ୍ଲାପାଳ ଓ ଏସପିଙ୍କ ସିକ୍ୟୁରିଟି ଅଧିକାରୀଙ୍କୁ ହତ୍ୟା ଉଦ୍ୟାମ ଘଟଣାରେ ୨୫ ବର୍ଷ ପରେ ସାମବାର ଚୁଡାନ୍ତ ରାୟ ପ୍ରକାଶ ପାଇଛି । ମାଟ ୬୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଆଧାର କରି ବ୍ରହ୍ମପୁର ଏଡିଜେ – ୩ କାର୍ଟର ବିଚାରପତି ଛତ୍ରପୁରର ପୂର୍ବତନ ବିଧାୟକ ଏନ୍. ନାରାୟଣ ରେ‡ୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାର ବିଚାରଣା ଚାଲିଥିବା ବେଳେ କେତେକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ସେଥିରୁ ପୂର୍ବତନ ସରପଞ୍ଚ ପି. କାମରାଜୁ ରେ‡ୀ ଓ କାଳିପଲ୍ଲୀ ପଂଚାୟତର ପୂର୍ବତନ ସମିତିସଭ୍ୟ ଡି. କାମରାଜୁ ବର୍ମା ପକ୍ଷାଘାତ ରୋଗରେ ପିଡୀତ ଅଛନ୍ତି ।
୧୯୯୮ ମସିହାରେ ଟାଟା ଜମି ଅଧିଗ୍ରହଣ ସମୟରେ ପୁଲିସ୍-ଜନତା ମୁହାଁମୁହିଁ ହୋଇଥିଲେ । ଗଞ୍ଜାମ ପୁଲିସ୍ ଜିଲ୍ଲାରେ କାର୍ଯ୍ୟରତ ତକ୍ରାଳୀନ ରିଜର୍ଭ ଇନସିପେକ୍ଟର ବିନୟ ମେହେରଙ୍କୁ ହତ୍ୟା ହୋଇଥିଲା । ଏନେଇ ଅଭିଯୋଗ ପରେ ଥାନାରେ
୧୧୫/୧୯୯୮ ରେ ଏକ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲାର ଶୁଣାଣୀ ହାଇ ଆଜି ପୂର୍ବତନ ବିଧାୟକ ଏନ୍. ନାରାୟଣ ରେ‡ୀଙ୍କ ସମେତ ୧୩ ଜଣଙ୍କୁ ବ୍ରହ୍ମପୁର ଏଡିଜେ କୋର୍ଟ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଅନ୍ୟପକ୍ଷରେ ବ୍ରହ୍ମପୁର ଏଡିଜେ – କୋର୍ଟଙ୍କ ଏଭଳି ବିଚାରଣାକୁ ତୃଟିପୂର୍ଣ୍ଣ ବୋଲି ଛତ୍ରପୁର ସ୍ଥିତ ଲକ୍ଷ୍ମ୍ମଣ ଭବନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସିପିଆଇ ଗଞ୍ଜାମ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ । ୨୦ ବର୍ଷ ପରେ ଏଭଳି ଜର୍ଜମେଣ୍ଟ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସହ ସମ୍ପାଦକ ଶ୍ରୀ ଦାଶ କହିଛନ୍ତି । ସେତେବେଳେ ଟାଟା ଜମି ଅଧିଗ୍ରହଣ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବା ହଠାତ୍ ଏକ ବୋମାମାଡ କି ତାଳ ଫୋଟକା ମାଡ ହୋଇଥିଲା ତାହା କିଏ ଜାଣିନି । ଆଉ ଏଥିରେ ପୂର୍ବତନ ବିଧାୟକ ଏନ୍. ନାରାୟଣ ରେ‡ୀ ସମ୍ପୃକ୍ତ ନଥିଲେ । କିନ୍ତୁ ନିଦେ୍ର୍ଦାଷୀଙ୍କୁ ଏଭଳି ଦଣ୍ଡାଦେଶ ତୃଟିପୂର୍ଣ୍ଣ ବୋଲି ସେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି ଟାଟା ନିଜ କମ୍ପାନୀ କରିବା ପାଇଁ ଲୋକଙ୍କ ଚାଷଜମିକୁ ଅନ୍ୟାୟ ଭାବେ ନେଇଛି । ଆଜି ପର୍ଯ୍ୟନ୍ତ କମ୍ପାନୀ ନିର୍ମାଣ ହୋଇପାରିନି କି ଜମି ନେଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ଚାକିରି ଦେଇପାରିନି । ଏହା ନିଶ୍ଚିତ ଭାବେ ଏକ ଅନ୍ୟାୟ । ଆଉ ପୂର୍ବତନ ବିଧାୟକ ଏନ୍. ନାରାୟଣ ରେ‡ୀ ଚାଷି ଓ ଶ୍ରମିକ ମାନଙ୍କ ସ୍ୱାର୍ଥର୍ ପାଇଁ ଲଢେଇ କରୁଥିବା ବେଳେ ଏହି ଘଟଣାରେ ତାଙ୍କର ସମ୍ପୃକ୍ତି ନଥିବା ନେଇ ଆଜିର ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ପୂର୍ବତନ ବିଧାୟକ ଏନ୍. ନାରାୟଣ ରେ‡ୀଙ୍କ ପତ୍ନୀ ତଥା ଗଣ ସଂଗ୍ରାମ ସମିତିର ସଭ୍ୟା ଏନ୍. ଭାନୁମତି ରେ‡ୀ । ଏନେଇ ସେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଆଇନଜିବୀ କୈଳାଶ ପଲାଇ ଯୋଗ ଦେଇ ଉକ୍ତ ଗଣ ଆନେ୍ଦାଳନ ସମୟରେ ବୋମା ପକାଇଥିବା ବ୍ୟକ୍ତିଙ୍କ ନାମ ଜଣାପଡିନଥିବା ବେଳେ ଚାଷୀ ଓ ଶ୍ରମିକଙ୍କ ପାଇଁ ଆନେ୍ଦାଳନ କରୁଥିବା ନେତାଙ୍କୁ ଏଭଳି ସଜା ମିଳିଥିବାରୁ ଏହାକୁ ତୃଟିପୂର୍ଣ୍ଣ ବୋଲି କହିବା ସହ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି କହିଛନ୍ତି ।
ଆଜୀବନ ସଜ୍ଜା ହୋଇଥିବା ୧୩ଜଣହେଲେ ସିନ୍ଧିଗାଁର ପି.କାମରାଜୁ ରେଡ଼ୀ , ପି.ନାଗେଶ୍ୱର ରେଡ଼ୀ, ପି.ଡ଼ମ୍ବୁରୁ ରେଡ଼ୀ, ପି.ପତୁଡ଼ୁ, ଟୁନା ବେହେରା,ଆର. ଗଗନ ରେଡ଼ୀ ଓ ଏଲ୍. ଚନ୍ଦ୍ରମଣି ରେଡ଼ୀ, ବଡ଼ଆର୍ଯ୍ୟପଲ୍ଲୀର କୈଳାସ ସେଠୀ, ଚମାଖଣ୍ଡିର ଏନ୍.ଦିଲ୍ଲୀପ କୁମାର ରେଡ଼ୀ, ବଡ଼କୁଟିର ଗୁରୁଦେବ ବେହେରା, ଚମାଖଣ୍ଡିର ଏନ୍.ନାରାୟଣ ରେଡ଼ୀ, ଲକ୍ଷ୍ମୀପୁରର ଡ଼ି.କାମରାଜୁ ବର୍ମା,ବଣଭୁଲାପଲ୍ଲୀର ସୁଦାମ ରାଉଳକୁ ବ୍ରହ୍ମପୁର ଉପଖଣ୍ଡ କାରାଗାରକୁ ପଠାଯାଇଛି ।