୭.୩୫ କୋଟିର ନକଲି ଔଷଧ ଜବତ
ଭୁବନେଶ୍ୱର, ୨ା୩ (ବୁ୍ୟରେ): ଓଡିଶାରେ ନକିଲ ଔଷଧ କାରବାରର ଚେର ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଏହାର ସୁରାକ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଏହାର ମୂଳୋତ୍ପାଟନ କରିବା ଲାଗି ରାଜ୍ୟ ସରକାର ଉତ୍ତର ପ୍ରଦେଶ ସରକାରଙ୍କୁ ଅବଗତ କରାଇଥିଲେ । ସୂଚନା ଓ ତଥ୍ୟ ଭିତ୍ତିରେ ୟୁପିର ଟାସ୍କ୍ ଫୋର୍ସ ଟିମ୍ ସନେ୍ଦହଜନକ ସ୍ଥାନରେ ବୁଧବାର ଚଢଉ କରିଥିଲେ । ସିକନ୍ଦରାବାଦ ପୁଲିସ ଷ୍ଟେସନ୍ ଅର୍ନ୍ତଗତ ବୁଲନ୍ଦ ସହରର ଆଶୋକ କୁମାରଙ୍କ ଏକ ଘରୁ ଚଢଉ କରିବା ପରେ ସମସ୍ତ ଔଷଧ ମହଜୁଦ ଥିବାର ଜଣାପଡିଥିଲା । ଏହାପରେ ଲହତାରା ଥାନା ଅର୍ନ୍ତଗତ ଅନ୍ୟ ଏକ ଗୋଦାମ ଉପରେ ଚଢାଉ କରାଯାଇ ସେଠାରେ ମହଜୁଦ ଥିବା ବହୁ ପରିମାଣର ନକଲି ଔଷଧ ଜବତ କରାଯାଇଛି । ଜବତ ହୋଇଥିବା ନକଲି ଔଷଧର ପରିମାଣ ୭ କୋଟି ୩୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଚଢାଉ ବେଳେ ନଗଦ ୪ ଲକ୍ଷ ଟଙ୍କା ସିଜ୍ କରିବା ସହିତ ନକଲି ଔଷଧ କାରବାରରେ ସମ୍ପୃକ୍ତ ମାଲିକ ଅଶୋକ କୁମାରକୁ ଗିରଫ କରିଛି ଉତ୍ତର ପ୍ରଦେଶ ପୁଲିସ ।
ସୂଚନା ଯୋଗ୍ୟ, ଚଳିତ ବର୍ଷ ଫେବୃୟାରୀ ମଧ୍ୟ ଭାଗରେ ଆନ୍ତଃରାଜ୍ୟ ନକିଲି ଔଷଧ ଅନୁସନ୍ଧାନ ପାଇଁ ଓଡିଶା ସରକାର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଉତ୍ତର ପ୍ରଦେଶ ପଠାଇଥିଲେ । ଏହି ତଦନ୍ତରେ ସହାୟତା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଲୀନୀ ପଣ୍ଡିତ ଉତ୍ତର ପ୍ରଦେଶ ସରକାରଙ୍କ ସମ୍ପକ୍ତ ବିଭାଗକୁ ଚିଠି ଲେଖିଥିଲେ । ଓଡିଶା ଟିମ୍ଙ୍କ ଠାରୁ ପ୍ରାପ୍ତ ସୂଚନା ଭିତ୍ତିରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢାଉ , ଗିରଫ ଓ ପଚାରାଉଚରା ଜାରି ରହିଛି । ରାଜ୍ୟ ସରକାର ପଠାଇଥିବା ସ୍ୱତନ୍ତ୍ର ଟିମ୍ ତାଙ୍କର ଅନୁସନ୍ଧାନ ଜାରି ରଖିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।