ବରଫ ଝଡ଼: ଆମେରିକା ଓ ଜାପାନରେ ୬୫ ମୃତ

ନୁ୍ୟୟର୍କ/ଟୋକିଓ, ୨୬ା୧୨: ଆମେରିକାଠାରୁ ଆରମ୍ଭ କରି କାନାଡ଼ା ପର୍ଯ୍ୟନ୍ତ ଏବଂ ଜାପାନରେ ପ୍ରବଳ ତୁଷାର ଝଡ଼ରେ ୬୫ ଜଣ ପ୍ରାଣ ହରାଇଲେଣି । ଆମେରିକାରେ ୪୮ ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ପ୍ରଭାବିତ ରାଜ୍ୟ ଗୁଡ଼ିକରେ ୮ ଫୁଟ ଉଚ୍ଚତାର ବରଫ ଜମିରହିଥିବାରୁ ସାଧାରଣ ଜୀବନଯାତ୍ରା ଅଚଳ ହୋଇପଡ଼ିଛି । ଆମେରିକାର ଅନେକ ସହରରେ ତାପମାତ୍ରା ମାଇନସ୍ ୪୨ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି । ଏଭଳି ଅଦ୍ଭୂତପୂର୍ବ ତଥା ଅସାଧାରଣ ପ୍ରତିକୂଳ ପାଗର ପ୍ରଧାନ କାରଣ ‘ବମ୍ ସାଇକ୍ଲୋନ୍’ । ଜାପାନରେ ସାଧାରଣତଃ ତୁଷାର ଝଡ଼ ସମୟରେ ବରଫ ଜମା ହୁଏ ନାହିଁ କିନ୍ତୁ ଏ ବର୍ଷ ଘର, ସଡ଼କ ଚାରିଆଡ଼େ ଅତିକମ୍ରେ ଦୁଇ ଫୁଟ ଉଚ୍ଚତାରେ ବରଫ ଜମା ହୋଇଛି । ତୁଷାରପାତ ଯୋଗୁଁ ୧୭ ଜଣ ଲୋକ ମୃତୁ୍ୟମୁଖରେ ପଡ଼ିଥିବା ବେଳେ ୯୩ ଜଣ ଆହତ ହୋଇଛନ୍ତି ।
ଆମେରିକାର ୫୦ରୁ ୪୮ ରାଜ୍ୟରେ ୨୦ କୋଟିରୁ ଅଧିକ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସବୁଠୁ ବେଶି ପ୍ରଭାବିତ ହୋଇଛି ନୁ୍ୟୟର୍କ, ନର୍ଥ କେରୋଲିନା, ଭର୍ଜିନିଆ, ଟେନେସୀ । ଚାରିଦିନ ହେଲା ତୁଷାରପାତ ଜାରି ରହିବା ଫଳରେ ଫଳରେ ୧୨ ହଜାର ଫ୍ଲାଇଟ୍କୁ ବାତିଲ କରି ଦିଆଯାଇଛି । ସେହିପରି ସଡ଼କ ଓ ରେଳପଥରେ ଯାତାୟତ ପୂରାପୂରି ବନ୍ଦ ରହିଛି । କାର୍ ଭିତରେ ଅଟକି ରହି ଶୀତ ପ୍ରକୋପରେ ଅଧିକାଂଶଙ୍କ ମୃତୁ୍ୟ ଘଟିଥିବା କୁହାଯାଉଛି । ଅନେକ ସହରରେ ବିଦୁ୍ୟତ୍ ସରବରାହ ବନ୍ଦ ହୋଇଯାଇଛି । ବ୍ୟବସାୟ ବାଣିଜ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ନୁ୍ୟୟର୍କ ମେୟରଙ୍କ ଭାଷାରେ ସମ୍ପୃକ୍ତ ଇଲାକା ଗୁଡ଼ିକ ୱାର୍ଜୋନ୍ ଭଳି ମନେ ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *