ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗୀକରଣ ଉପରେ ଗୁରୁତ୍ୱ

ଭୋଟର ସଚେତନତା ରଥ ଉଦ୍ଘାଟିତ
ବ୍ରହ୍ମପୁର (ବୁ୍ୟରୋ): ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଭୋଟର ସଚେତନତା ରଥକୁ ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଚଳିତ ମାସ ୨ତାରିଖରୁ ୬ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳର ପ୍ରତି ଗ୍ରାମ ଓ ଘରେ ଘରେ ସଚେତନତା ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି । ଏକ ନିର୍ଭୁଲ ଓ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତ କରିବା ନିମନ୍ତେ ରାଜ୍ୟ ନିର୍ବାଚନ ଅଧିକାରୀ ନିଦେ୍ର୍ଦଶ ଦେଇଛନ୍ତି । ଏହି ଆଦେଶକୁ ଉପଜିଲ୍ଲାପାଳ ପାଳନ କରିବା ପାଇଁ ୫ଦିନିଆ ସ୍ୱତନ୍ତ୍ର ଅଭିଯାନରେ ସମସ୍ତ ଲୋକଙ୍କ ଭୋଟର ପରିଚୟପତ୍ର ସହିତ ଆଧାରକାର୍ଡ ସଂଯୋଗୀକରଣ ପ୍ରକ୍ରିୟା ନିମନ୍ତେ ବ୍ରହ୍ମପୁର ତଥା ଉପଖଣ୍ଡସ୍ତରୀୟ ସମସ୍ତ ବୁଥ୍ସ୍ତରୀୟ ଅଧିକାରୀଙ୍କ ସହାୟତାରେ ଏକ ସଚେତନତା ରଥ ପରିଭ୍ରମଣ କରୁଛି । ଏହାସହ ଅଙ୍ଗନୱାଡ଼ି କର୍ମୀମାନେ ଘର ଘର ବୁଲି ଲୋକଙ୍କୁ ସଚେତନତା କରିବା ସହ ସଂଯୋଗୀକରଣ ଦିଗରେ ସହାୟତା କରିବେ । ନିଜ ନିଜ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ସଂଯୋଗୀକରଣ ପ୍ରକ୍ରିୟାରେ ସହାୟତା କରିବା ପାଇଁ ସମସ୍ତ ଭୋଟରଙ୍କୁ ଅନୁରୋଧ କରାଯାଇଛି । ବ୍ରହ୍ମପୁର ଉପଖଣ୍ଡର ସମସ୍ତ ବ୍ଲକ୍, ତହସିଲ, ଏନ୍ଏସି ଓ ଗ୍ରାମ ପଞ୍ଚାୟତସ୍ତରରେ ସଚେତନତା ରଥ ବୁଲି ନୂତନ ଭୋଟରଙ୍କୁ ଭୋଟର କାର୍ଡରେ କିପରି ଆଧାର କାର୍ଡ ସଂଯୋଗ କରାଯିବ ସେ ଉପରେ ସଚେତନ କରାଯାଉଛି ।
ଉପଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ସହରରେ ଥିବା ସମସ୍ତ କଲେଜର ଅଧ୍ୟକ୍ଷଙ୍କ ସହ ଆଲୋଚନା କରି କଲେଜରେ ଭୋଟର ତାଲିକା ସଂଶୋଧନ ସହ ସଂଯୋଗୀକରଣ ଉପରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଏହାସହ ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ୱାର୍ଡରେ ଅଙ୍ଗନୱାଡ଼ି ଓ ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି ସଚେତନତା କରାଇବା ସହ ସଂଯୋଗୀକରଣରେ ସହଯୋଗ କରିବାକୁ ନିଦେ୍ର୍ଦଶ ଦିଆଯାଇଥିବା ଉପଜିଲ୍ଲାପାଳ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *