କୋହଲିଙ୍କୁ କ୍ଷମା ମାଗିଲେ କ୍ରାଉନ୍ ରିସର୍ଟ କର୍ତ୍ତୃପକ୍ଷ

ଭିଡିଓ କରିଥିବା କର୍ମଚାରୀ ବିଦା
ପର୍ଥ, ୩୧ା୧ଠ (ଏଜେନ୍ସି): ଅଷ୍ଟ୍ରେଲିଆର ପର୍ଥରେ ଥିବା ଏକ ହୋଟେଲ କର୍ତ୍ତୃପକ୍ଷ ବିରାଟ କୋହଲିଙ୍କୁ କ୍ଷମା ମାଗିଛନ୍ତି । ବିରାଟଙ୍କ ଅନୁପସ୍ଥିତିରେ ତାଙ୍କ ରୁମ୍କୁ ପଶି ହୋଟେଲର ଜଣେ କର୍ମ·ରୀ ଭିଡିଓ ଶୁଟିଂ କରିବା ସହିତ ଏହାକୁ ଭାଇରାଲ କରିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ନିଜେ କୋହଲି ମଧ୍ୟ ତାଙ୍କ ବ୍ୟକ୍ତିଗତ ଗୋପନୀୟତା ବିରୋଧୀ ଓ ମର୍ମାହତ ବୋଲି ନିଜ ଇନଷ୍ଟାଗ୍ରାମରେ ଅସନ୍ତୋଷ ବ୍ୟକ୍ତ ସହିତ ଏକ ପୋଷ୍ଟ ମଧ୍ୟ କରିଥିଲେ ।
ଭିଡିଓକୁ ନେଇ ସୋଶାଲ ମିଡିଆରେ ଝଡ଼ ସୃଷ୍ଟି ହୋଇଥିଲା । ତେବେ ପରିସ୍ଥିତି ଜଟିଳ ହେଉତôବା ଲକ୍ଷ୍ୟକରି କ୍ରାଉନ୍ ରିସର୍ଟ କର୍ତ୍ତୃପକ୍ଷ ନିଃସର୍ତ୍ତ କ୍ଷମା ମାଗିବା ସହ ଭିଡିଓ ରେକର୍ଡିଂରେ ଜଡିତ କର୍ମ·ରୀଙ୍କୁ ବିଦା କରିଛନ୍ତି । ସଂପୃକ୍ତ କର୍ମ·ରୀ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିବା ଭିଡିଓକୁ ମଧ୍ୟ ହଟାଇ ଦିଆଯାଇଛି ।
କ୍ରାଉନ ରିସର୍ଟ ପକ୍ଷରୁ ସୋମବାର କୁହାଯାଇଛି ଯେ ଏମିତି ବ୍ୟବହାର ପ୍ରତି ସବୁବେଳେ ଶୂନ ସହନଶୀଳତା ଅବଲମ୍ବନ କରାଯାଇ ଆସୁଛି । ଏହି ପ୍ରସଙ୍ଗର ଅଧିକ ତଦନ୍ତ ପାଇଁ ଭାରତୀୟ ଟିମ୍ ଏବଂ ଆଇସିସିକୁ ସବୁ ପ୍ରକାରର ସହଯୋଗ କରାଯିବ । ଏପରି ଘଟଣା ପ୍ରକୃତରେ ନିନ୍ଦନୀୟ । ଏଥିପାଇଁ ଅତିଥିଙ୍କୁ କ୍ଷମା ମାଗୁଛୁ ଓ ଭବିଷ୍ୟତରେ ଯେମିତି ଏହାର ପୁନରାବୃତ୍ତି ନହୁଏ ସେଥିପ୍ରତି ମଧ୍ୟ ପ୍ରତିଶ୍ରୁତି ଦେଉଛୁ ।
ଭାଇରାଲ ହୋଇଥିବା ଭିଡିଓରେ କୋହଲିଙ୍କ ହୋଟେଲ ରୁମ୍ ଲେଖାଯାଇଛି । ଜଣେ ବ୍ୟକ୍ତି ରୁମରେ ବୁଲିବୁଲି ବିରାଟଙ୍କ ବିଭିନ୍ନ ଜିନିଷକୁ ରେକର୍ଡ କରୁଛି । ତାଙ୍କ ସ୍ୱାସ୍ଥ୍ୟ ସାମଗ୍ରୀ, ଜୋତା, ଭାରତୀୟ ଜର୍ସି ଓ ଗ୍ଲୋବ୍ସ, ଟେବୁଲ ଉପରେ ରଖାଯାଇଥିବା ଚଷମା ଏବଂ କ୍ୟାପ୍ଗୁଡ଼ିକ ଦେଖିବାକୁ ମିଳୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *