ଆଦର୍ଶ ଆଚରଣବିଧି ଅନୁପାଳନ ନେଇ ପ୍ରଶାସନିକ ତତ୍ପରତା
ଧାମନଗର ଉପନିର୍ବାଚନ: ଫ୍ଲାଇଂସ୍କ୍ୱାଡ୍ ସର୍ଭେଲାନ୍ସ ଟିମ୍ ବୃଦ୍ଧି
ଭଦ୍ରକ (ଆପ୍ର); ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପରିପ୍ରେକ୍ଷୀରେ ଆଦର୍ଶ ଆଚରଣ ବିଧି ଅନୁପାଳନ କଡ଼ାକଡ଼ି କରାଯାଇଛି । ସିଇଓଙ୍କ ନିଦେ୍ର୍ଦଶରେ ଆଚରଣ ବିଧି ଉଲ୍ଲଙ୍ଘନ ଧରପଗଡ଼ ପାଇଁ ୩ଟି ଲେଖାଏଁ ଫ୍ଲାଇଂସ୍କ୍ୱାଡ୍ ଓ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ସଂଖ୍ୟା ବୃଦ୍ଧି କରାଯାଇଛି । ଏଥିପାଇଁ ୯ଟି ଲେଖାଏଁ ଦଳ ଗଠନ କରାଯାଇଛି । ପୁନର୍ଗଠିତ ଟିମ୍ର ଅଧିକାରୀ ଓ ଅନ୍ୟମାନଙ୍କୁ ନେଇ ଗତ ସନ୍ଧ୍ୟାରେ ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଦ୍ୟାବଧି ସ୍କ୍ୱାଡ୍୍ଦ୍ୱାରା କୌଣସି ଆଖିଦୃଶିଆ ଧରପଗଡ଼ ହୋଇନଥିବାରୁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହିତ କାର୍ଯ୍ୟରେ ଅବହେଳା କଲେ ସମ୍ପୃକ୍ତ ଅଧିକାରୀ କି କର୍ମ·ରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶୁଣାଇଥିଲେ ।
ଅନୁମତି ନ ଥାଇ ଘରୋଇ କି ସରକାରୀ ଜାଗାରେ ଲାଗିଥିବା ବ୍ୟାନର, ପୋଷ୍ଟର ଉଚ୍ଛେଦ, କାନ୍ଥ ଲେଖା ଲିଭାଇବା, ଅବୈଧ ଭାବେ ଆୟୋଜିତ ମିଟିଂ, ଭୋଜିଭାତ, ପ୍ରଚାର ଗାଡ଼ି ଆଦିକୁ ବନ୍ଦ ଓ ଜବତ କରାଯିବା, ଟଙ୍କା, ମାଦକ ଦ୍ରବ୍ୟର ଯାଞ୍ଚ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ପ୍ରଦାନ କରିଥିଲେ ।
ଦୈନିକ କାର୍ଯ୍ୟାବଳୀର ରିପୋର୍ଟ ଦାଖଲ, କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ଉପକରଣ ନେବା ଆଦି ସମ୍ବନ୍ଧରେ ଉପଜିଲ୍ଲାପାଳ ମନୋଜ ପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ବୁଝାଇଥିଲେ । ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମିତ୍ତ ସି-ଭିଜିଲ ଆପ୍କୁ ପ୍ରତିଦଳ ଡାଉନ୍ଲୋଡ୍ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଦର୍ଶାଇଥିଲେ । ସିଡ଼ିଓ, ଆର୍ଓ, ସମସ୍ତ ବିଡ଼ିଓ ଓ ତହସିଲଦାର ବୈଠକରେ ଉପସ୍ଥିତ ଥିଲେ । ଫ୍ଲାଇ ସ୍କ୍ୱାଡ୍ ଏବଂ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍କୁ ସକାଳ ୬ ରୁ ରାତି ୧୦ଟା ପର୍ଯ୍ୟନ୍ତ ନିୟୋଜିତ କରାଯାଇଛି ।