ବାଟ ଛାଡ଼ିବାକୁ ରୁଷ୍ ପ୍ରସ୍ତୁତ, କିନ୍ତୁ ରଖିଛି ସର୍ତ୍ତ

ୟୁକ୍ରେନ୍ ବନ୍ଦରରେ ପଡ଼ିରହିଛି ଖାଦ୍ୟ ସାମଗ୍ରୀ
ନୂଆଦିଲ୍ଲୀ (ଏଜେନ୍ସି): ରୁଷ-ୟୁକ୍ରେନ୍ ଯୁଦ୍ଧ ସମଗ୍ର ବିଶ୍ୱ ପାଇଁ ଅନେକ ସମସ୍ୟାର ସୂତ୍ରପାତ କରିଛି । ସବୁଠୁ ବଡ଼ ସମସ୍ୟା ଏବେ ଖାଦ୍ୟ ସଂକଟ ସାଜିଛି । ଖାଦ୍ୟ ସଂମ୍କୁ ନେଇ ଅନେକ ରିପୋର୍ଟ ଏବେ ଜାତୀୟ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଥିବା ବେଳେ ଏକ ବଡ଼ ସୂଚନା ୟୁକ୍ରେନ୍ରୁ ସାମ୍ନାକୁ ଆସିଛି । ପ୍ରାପ୍ତ ସୂଚନାନୁସାରେ ୟୁକ୍ରେନ୍ର ବନ୍ଦର ଗୁଡ଼ିକରେ ଟନ୍ ଟନ୍ ପରିମାଣର ଖାଦ୍ୟସାମଗ୍ରୀ ପଡ଼ି ରହିଛି । ତେବେ ରୁଷ୍ ଏବେ ୟୁକ୍ରେନ୍ର ଅଧିକାଂଶ ବନ୍ଦରଗୁଡ଼ିକୁ ନିଜ କବ୍ଜାକୁ ନେଇସାରିଥିବାରୁ ଏସବୁ ସାମଗ୍ରୀକୁ ନିର୍ଦ୍ଧାରିତ ସ୍ଥାନକୁ ପହଞ୍ଚାଯାଇପାରୁନାହିଁ । ଫଳରେ ବିଶ୍ୱ ଖାଦ୍ୟ ଶୃଙ୍ଖଳରେ ବାଧା ସୃଷ୍ଟି ହୋଇଛି । ପଶ୍ଚିମାଞ୍ଚଳ ଦେଶଗୁଡ଼ିକରେ ଖାଦ୍ୟ ସଂକଟ ସୃଷ୍ଟି ହୋଇଥିବା ବେଳେ ୟୁକ୍ରେନ୍ର ଏପ୍ରକାର ଚିତ୍ର ସାମ୍ନାକୁ ଆସିଛି ।
ତେବେ ଏସମ୍ପର୍କରେ ରୁଷ୍ ନିଜ ଆଡୁ ମାନବିକତା ପ୍ରଦର୍ଶନ ପୂର୍ବକ ହୁ୍ୟମାନିଟାରିଆନ୍ କରିଡର (ସ୍ୱତନ୍ତ୍ର ସୁରକ୍ଷିତ ମାର୍ଗ) ଖୋଲିବାକୁ ରାଜି ହୋଇଛି । ଯାହାଦ୍ୱାରା ଏସବୁ ଖାଦ୍ୟ ସାମଗ୍ରୀଗୁଡ଼ିକୁ ନିର୍ଦ୍ଧାରିତ ସ୍ଥାନ ବା ଅଞ୍ଚଳରେ ପହଞ୍ଚାଯାଇପାରିବ । ତେବେ ଏସବୁ କରିବା ପାଇଁ ରୁଷ୍ ଏକ ବଡ଼ ସର୍ତ୍ତ ରଖିଛି । ଖାଦ୍ୟ ଶୃଙ୍ଖଳର ସୁରକ୍ଷିତ ରପ୍ତାନୀ କରିବାକୁ ହେଲେ ପଶ୍ଚିମ ଦେଶଗୁଡ଼ିକୁ ତା’ ବିରୋଧରେ ଲଗାଇଥିବା ପ୍ରତିବନ୍ଧକୁ ହଟାଇବାକୁ ପଡ଼ିବ ବୋଲି ରୁଷ୍ କହିଛି । ରୁଷ୍ ବିଦେଶ ମନ୍ତ୍ରୀ ଆନେ୍ଦ୍ରଇ ରୁଡେଙ୍କୋ ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *