ତେଲ ଆହୁରି ମହଙ୍ଗା

୧୩ ଦିନରେ ବଢ଼ିଛି ୧୧ ଥର
ନୂଆଦିଲ୍ଲୀ/ଭୁବନେଶ୍ୱର, ୩ା୪(ବୁ୍ୟରୋ): ଅଚ୍ଛେ ଦିନ୍ର ସ୍ୱପ୍ନ ଦେଖାଇ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛନ୍ତି । କିଛିଦିନ ହେଲା ପେଟ୍ରୋଲ୍-ଡିଜେଲ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହୁ ହୁ ହୋଇ ବଢ଼ିଚାଲିଛିି । ବିଶେଷ କରି ପେଟ୍ରୋଲ-ଡିଜେଲ ଦର ଆକାଶଛୁଅାଁ ହୋଇଥିବାରୁ ସାଧାରଣ ଜନତା ଦରବୃଦ୍ଧିରେ ସନ୍ତୁଳି ହେଉଛନ୍ତି । ରବିବାର ଲଗାତାର ୧୧ଶ ଲାଗି ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଘଟିଛି । ପେଟ୍ରୋଲ ଓ ଡିଜେଲ ଲିଟର ୮ଠ ପଇସା ଲେଖାଏଁ ବଢ଼ିବା ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୧ଠ ଟଙ୍କା ୩୬ ପଇସା ଓ ଡିଜେଲ୍ ୧ଠଠ ଟଙ୍କା ୧୨ ପଇସାରେ ପହଞ୍ଚôଛି । ମାଲକାନାଗିରିରେ ପେଟ୍ରୋଲ୍ ଲିଟର ୧୧୬ ଟଙ୍କା ଟପିଛି ।
ଦିଲ୍ଲୀରେ ପେଟ୍ରେଲ୍ ୧ଠ୩ ଟଙ୍କା ୪୧ ପଇସା, ଡିଜେଲ ୯୪ ଟଙ୍କା ୬୭ ପଇସାରେ ପହଞ୍ଚôଛି । ମାର୍ଚ୍ଚ ୨୨ ତାରିଖ ଠାରୁ ଲଗାତାର ତୈଳଦର ବଢ଼ିବାରେ ଲାଗିଛି । ପ୍ରାୟ ଦୁଇସପ୍ତାହ ମଧ୍ୟରେ ୧୧ ଥର ଦରବୃଦ୍ଧି ଘଟିଛି । ଏହି ସମୟ ମଧ୍ୟରେ ପେଟ୍ରୋଲ ଦର ୮ ଟଙ୍କା ବୃଦ୍ଧି ପାଇଛି ।
ତୈଳଦର ବୃଦ୍ଧି ପ୍ରତିବାଦରେ ବିଭିନ୍ନ ଦଳ ପକ୍ଷରୁ ବିରୋଧ ଜାରି ରହିଛି । ରବିବାର ପଶ୍ଚିମବଙ୍ଗରେ ଟିଏମ୍ସି ତରଫରୁ ବଡ଼ଧରଣର ବିକ୍ଷୋଭ କରାଯାଇଥିଲା । ଟିଏମ୍ସିର ଡାଇମଣ୍ଡ୍ ହାର୍ବର ଶାଖା ପକ୍ଷରୁ ଶତାଧିକ ସମର୍ଥକ ଏକଜୁଟ୍ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନାରାବାଜି କରିବା ସହ କାର୍ ଜାଳି ପ୍ରତିବାଦ କରିଥିଲେ । ବାଜ୍ୱା ଠାରେ ଜଣେ ଟିଏମ୍ସି ସମର୍ଥକଙ୍କ କାର୍ରେ ନିଅାଁ ଲଗାଯାଇ ଅଭିନବ ପ୍ରତିବାଦ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *