ଫଟା ପିଚୁରାସ୍ତାରେ ବୋଳାଯାଉଛି ସିମେଣ୍ଟ ପେଷ୍ଟ

ପ୍ରଧାନମନ୍ତ୍ରୀ ସଡ଼କରେ ମହାଠକେଇ!
କୋଣାର୍କ (ଆପ୍ର): ବାଲିଦୋକାନ ନିକଟ ତଥା କୋଣାର୍କ ଥାନା ଅନ୍ତର୍ଗତ ଓସଳଙ୍ଗରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କରେ ମହା ଠକେଇ କରାଯାଉଥିବା ଅଭିଯୋଗ ହୋଇଛି । ପିଚୁ ରାସ୍ତାରେ ହୋଇତôବା ଫାଟ ଓ ଗାତରେ ଠିକାଦାର ବଜୁର ଓ ସିମେଣ୍ଟ ପେଷ୍ଟ ବୋଳି ମରାମତି କରୁଛନ୍ତି । ଦୁଇବର୍ଷ ପୂର୍ବେ ଏହି ରାସ୍ତା ନିର୍ମାଣ କରାଯାଇଥିଲା । ମାତ୍ର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ନିମ୍ନମାନର କାମ କରାଯାଇଥିଲା । ଫଳରେ ଦୁଇବର୍ଷରେ ଏହା ଫାଟି ଯିବା ସହିତ ବଡ଼ବଡ଼ ଗାତ ସୃଷ୍ଟି ହୋଇଛି ।
କାକଟପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ଥ ଓଷଳଙ୍ଗ ଗାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିମ୍ନମାନ କାମ ଯୋଗୁ ସ୍ୱଳ୍ପ ଦିନରେ ଯାତାୟାତ ଅନୁପଯୋଗୀ ହୋଇପଡ଼ିଛି । ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ପତିତପାବନ କନ୍ଷ୍ଟ୍ରକସନ୍ ସଂସ୍ଥା ଥିବା ବେଳେ ମରାମତି ନାଁରେ ପିଚୁ ଉପରେ ବଜୁରି ମିଶା ସିମେଣ୍ଟ ବୋଳି ଲକ୍ଷ ଲକ୍ଷ ଟଙ୍କା ବିଲ୍ କରିନେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପରିକି କାମ ହେଉଥିବା ସ୍ଥାନରେ ଦିନେ ହେଲେ ବି ବିଭାଗୀୟ ଯନ୍ତ୍ରୀ କିମ୍ବା ଅଧିକାରୀଙ୍କୁ ଦେଖିବାକୁ ମିଳୁନି ।
ଅବଧି ସରିବା ପୂର୍ବରୁ ଠିକାଦାର ମରାମତି ଆଳରେ ଆଉ କିଛି ଅର୍ଥ ଆତ୍ମସାତ୍ କରିବା ଯୋଜନାରେ ଅଛନ୍ତି । ମରାମତିର ଦିନକ ପରେ ସିମେଣ୍ଟ ଉଠି ଯଥା ପୂର୍ବଂ ତଥା ପରମ୍ ଅବସ୍ଥା ହେଉଛି । ଏ ନେଇ ବିଭାଗୀୟ ଅଧିିିକାରୀଙ୍କୁ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରି ସୁଦ୍ଧା କିଛି ପ୍ରତିକାର କରାଯାଉନି । ଫଳରେ ଗ୍ରାମବାସୀ ଖବର କାଗଜ ଜରିଆରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ପୁରୀ ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିୂ ଆକର୍ଷଣ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *