Tag Archives: Puri

ପୁରୀ

Puri

ପୁରୀ ଓଡ଼ିଶାର ଏକ ପ୍ରମୁଖ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ ।

ପରମ ତୀର୍ଥକ୍ଷେତ୍ର ପୁରୀ ପୁରୁଷୋତ୍ତମ କ୍ଷେତ୍ର ନାମରେ ପ୍ରସିଦ୍ଧ। ଏହାର ଅନ୍ୟନାମ ଶଙ୍ଖକ୍ଷେତ୍ର। ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡ ଅନୁଯାୟୀ ଏହି କ୍ଷେତ୍ରର ଆକାର ଶଙ୍ଖ ସଦୃଶ ଥିବାରୁ ଏହାକୁ ଶଙ୍କକ୍ଷେତ୍ର କୁହାଯାଏ। ଏହି କ୍ଷେତ୍ରର ଆୟତନ ପଞ୍ଚକୋଶ ଏବଂ ଆକାର ତ୍ରିକୋଣ। ପାଞ୍ଚକୋଶ ଆୟତନରୁ ପ୍ରାୟ ଅର୍ଦ୍ଧଭାଗ ସମୁଦ୍ର ଜଳରେ ନିମଗ୍ନ ଏବଂ ଉପରିଭାଗର ଆକୃତି ଶଙ୍ଖ ସଦୃଶ ।