ପିଆଜ ମିଶନ୍କୁ ଧକ୍କା

362

ଭୁବନେଶ୍ୱର, ୯ା୯(ତଥ୍ୟ): ରାଜ୍ୟ ସରକାରଙ୍କ ପିଆଜ ମିଶନ୍କୁ ଏକ ପ୍ରକାର ଧକ୍କା ଲାଗିଛି । ପିଆଜ ଉପିାଦନ ବୃଦ୍ଧି ପାଇଁ ରାଜ୍ୟ ଭିତରେ ଆବଶ୍ୟକ ଉନ୍ନତ କିସମର ପିଆଜ ମଞ୍ଜି ଉପିାଦନ ଲାଗି ଜାତୀୟ ବିହନ ନିଗମ ସହିତ ସରକାର ଚୁକ୍ତିନାମା କରିଥିବା ବେଳେ ଏବେ ଜାତୀୟ ନିଗମ କର୍ତ୍ତୃପକ୍ଷ ଏଥିଲାଗି ନିଜର ଅକ୍ଷମତା ପ୍ରକାଶ କରିଛନ୍ତି । ରାଜ୍ୟରେ ପିଆଜ ଉପିାଦନ ଲାଗି ଉନ୍ନତ କିସମର ପିଆଜ ମଞ୍ଜି ମିଳିବା ହେଉଛି ଏକ ପ୍ରମୁଖ ସମସ୍ୟା । ଆମ ରାଜ୍ୟରେ ଏଗ୍ରି ଫାଉଣ୍ଡ ଲାଇଟ୍‍ ରେଡ୍‍ କିସମର ପିଆଜ ମଞ୍ଜିର ବିଶେଷ ଚାହିଦା ରହିଛି । ସରକାର ଏଥିପାଇଁ ସବୁବେଳେ ମହାରାଷ୍ଟ୍ରର ନାସିକ ଠାରେ ଥିବା ଜାତୀୟ ଉଦ୍ୟାନ ଗବେଷଣା ଓ ଉନ୍ନୟନ ସଂସ୍ଥା ଉପରେ ନିର୍ଭର କରିଥାନ୍ତି । ଗତବର୍ଷ ସରକାର ଯେତିକି ପରିମାଣ ପିଆଜ ମଞ୍ଜି ସେଠାରୁ ଆଣିବାକୁ ଚାହିଁଥିଲେ ଏହି ଜାତୀୟସଂସ୍ଥା ସେହି ପରିମାଣର ମଞ୍ଜି ଯୋଗାଇ ପାରିଲା ନାହିଁ । ଫଳରେ ରାଜ୍ୟ ସରକାର ଖୋଲା ବଜାରରୁ ଟେଣ୍ଡର ଜରିଆରେ ପିଆଜ ବିହନ ଖରିଦ କରିଥିଲେ । ହେଲେ ଏହି ପିଆଜ ମଞ୍ଜି ଅତ୍ୟନ୍ତ ନିମ୍ନମାନର ହୋଇଥିବା ଚାଷୀମାନେ ଅଭିଯୋଗ କରିବା ପରେ ସରକାର ପିଆଜ ମଞ୍ଜି କିଣାର ତଦନ୍ତ ଭାର ଭିଜିଲାନ୍ସକୁ ଦେଇଛନ୍ତି । ରାଜ୍ୟରେ ପିଆଜ ମଞ୍ଜିର ଅଭାବ ଓ ମାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଠାରେ ପିଆଜ ମଞ୍ଜି ଉପିାଦନ ପାଇଁ ଜାତୀୟ ନିଗମ ସହିତ ରାଜିନାମା କରିଥିଲେ । ହେଲେ ଏବେ ଏହି ଜାତୀୟ ସଂସ୍ଥା ଏଠାରେ ମଞ୍ଜି ଉପିାଦନ କରିବାକୁ ମଙ୍ଗୁ ନଥିବା ଜଣାଯାଇଛି । ଏ ବାବଦରେ କେନ୍ଦ୍ରୀୟ ନିଗମ ଦର୍ଶାଇଛି ଯେ ପିଆଜ ମଞ୍ଜି ଉପିାଦନ ଲାଗି ରାଜ୍ୟରେ ଭିତ୍ତିଭୂମିର ଅଭାବ ରହିଛି । ଏଥିସହ ବିହନ ଉପିାଦନ ପାଇଁ ରାଜ୍ୟରେ ଉପଯୁକ୍ତ ସ୍ଥାନ ଚିହ୍ନଟ କରାଯାଇ ନାହିଁ । ସେହିଭଳି ପିଆଜର ରୋଗ ଓ ଏହାର ନିରାକରଣ ପାଇଁ ରାଜ୍ୟରେ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ନାହିଁ । ସର୍ବୋପରି ରାଜ୍ୟରେ ପିଆଜ ବିହନର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନଥିବା ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି । ଜାତୀୟ ନିଗମ ପକ୍ଷରୁ ଏଭଳି ନାସ୍ତିବାଣୀ ଶୁଣିବାପରେ ରାଜ୍ୟ ଉଦ୍ୟାନ ନିର୍ଦ୍ଧେଶାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ମତାମତ ପ୍ରଦାନ ଲାଗି ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପନିପରିବା ବିଜ୍ଞାନ ବିଭାଗର ମୁଖ୍ୟଙ୍କୁ କୁହାଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଆମ ରାଜ୍ୟରେ ଦୈନିକ ପିଆଜର ଚାହିଦା ୧୦୪୮ ମେଟି୍ରକ ଟନ୍‍ ହୋଇଥିବା ବେଳେ ରାଜ୍ୟ ଭିତରେ ଏହାଠାରୁ ଅଧିକ ପିଆଜ ଉପିାଦନ ହେଉଥିବା କଥା ସରକାର ଦର୍ଶାଉଛନ୍ତି । ହେଲେ ପିଆଜର ଠିକଣା ରକ୍ଷଣାବେକ୍ଷଣ ହୋଇପାରୁ ନଥିବାରୁ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଟାଟକରୁ ଦୈନିକ ୯୦୦ରୁ ୧୦୦୦ ମେଟି୍ରକ ଟନ୍‍ ପିଆଜ ଆମଦାନୀ କରିବାକୁ ପଡୁଛି । ଫଳରେ ପଡୋଶୀ ରାଜ୍ୟର ପିଆଜ ବଜାର ଉପରେ ଏଠାକାର ଦର ନିର୍ଭର କରୁଛି । ଚଳିତ ବର୍ଷ ନାସିକ୍‍ରୁ ପିଆଜ ଆମଦାନୀ ହ୍ରାସ ପାଇବା ଫଳରେ ଏବେ ଓଡିଶାରେ ପିଆଜ ଦର କିଲୋ ପିଛା ୪୫ରୁ ୫୦ ଟଙ୍କାରେ ବିକ୍ରି ହେଉଛି । ରାଜ୍ୟରେ ପିଆଜର ଏଭଳି ଦରବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗାମୀ ଦିନରେ ପିଆଜ ଉପିାଦନରେ ଆତ୍ମନିର୍ଭରଶୀଳ ହେବାପାଇଁ ମିଶନ୍ ଗଠନ ସହିତ ଆବଶ୍ୟକ ମଞ୍ଜି ରାଜ୍ୟ ଭିତରେ ଉପିାଦନ ପାଇଁ ଯୋଜନା କରିଥିଲେ । ହେଲେ ମଞ୍ଜି ଉପିାଦନ ପାଇଁ ଜାତୀୟ ବିହନ ନିଗମ ବିଭିନ୍ନ କାରଣ ଦର୍ଶାଇ ଅକ୍ଷମତା ପ୍ରକାଶ କରିବା ପରେ ଆଗାମୀ ଦିନରେ ଚାଷୀଙ୍କୁ ଉନ୍ନତ ମାନର ଆବଶ୍ୟକ ପିଆଜ ବିହନ ଯୋଗାଇବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ସେଆର କରନ୍ତୁ:



Powered by odothemes.com