ପୁରୀ ଖପୁରିର ପରୀକ୍ଷା ଆରମ୍ଭ

47

ଦୁଇ ସପ୍ତାହରେ ରିପୋର୍ଟ
କଟକ, ୮ା୯(ବୁ୍ୟରୋ): ପୁରୀ ସିଦ୍ଧମହାବୀର ପାଟଣାରୁ ମିଳିଥିବା ୨୭ଟି ଖପୁରି ଆଜି ପରୀକ୍ଷାନିରୀକ୍ଷା ପାଇଁ ଏସ୍ସିବି ମେଡିକାଲ କଲେଜ ଏଫ୍ଏମଟି ବିଭାଗରେ ପହଞ୍ଚିଛି । ଖପୁରିର ପରୀକ୍ଷା ପାଇଁ ଏଫଏମଟି ବିଭାଗୀୟ ମୁଖ୍ୟ ଡାକ୍ତର ମନୋଜ ଜେନାଙ୍କ ନେତୃତ୍ୱରେ ୪ଜଣିଆ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି । ଆଜି ଠାରୁ ଖପୁରି ସଂପର୍କରେ ପରୀକ୍ଷାନିରୀକ୍ଷା ଆରମ୍ଭ ହୋଇଥିବାବେଳେ ବିଶେଷକରି ୬ଦିଗ ପ୍ରତି ଧ୍ୟାନ ଦିଆଯିବ ବୋଲି ଜରୁରୀକାଳିନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ଏହି ଖପୁରି ମନୁଷ୍ୟ ନା ଆଉ କାହାର, ତେବେ ମନୁଷ୍ୟର ହୋଇଥିଲେ ମହିଳାଙ୍କ ନା ପୁରୁଷଙ୍କର ସେଥିପ୍ରତି ଧ୍ୟାନ ଦିଆଯିବା ସହ ଖପୁରିଗୁଡିକ ମୃତୁ୍ୟ ପରର ନା ପୂର୍ବର, ଖପୁରୀରେ କିଛି ଦାଗ ରହିଛି କି, ଏହା କେତେ ବର୍ଷର ସେ ଦିଗରେ ପରୀକ୍ଷାନିରୀକ୍ଷା କରାଯିବ ବୋଲି ଡାକ୍ତର ମହାରଣା କହିଛନ୍ତି । ଏହି ପରୀକ୍ଷା ଦୁଇ ସପ୍ତାହ ମଧ୍ୟରେ ଶେଷ କରି କୁମ୍ଭାରପଡ଼ା ଥାନା ପୁଲିସକୁ ରିପୋର୍ଟ ସହ ଖପୁରିକୁ ହସ୍ତାନ୍ତର କରାଯିବ । ଏଠାରେ ସୂଚନାଯୋଗ୍ୟ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ସିଦ୍ଧମହାବୀର ପାଟଣାରେ ବସବାସ କରିଥିବା ଇଂ ମନୋରଞ୍ଜନ ଜେନାଙ୍କ ଘରୁ ଏହି ଖପୁରୀକୁ ଗତ ୬ ତାରିଖରେ ପୁଲିସ ଜବତ କରିଥିଲା ।

ସେଆର କରନ୍ତୁ:



Powered by odothemes.com