ଶବ ନେବାକୁ ଟଣାଓଟରା

50

ଛାତରୁ ଡେଇଁ ଡାକ୍ତରାଣୀଙ୍କ ଆତ୍ମହତ୍ୟା ଘଟଣା
ଭୁବନେଶ୍ୱର,୭ା୯(ବୁ୍ୟରୋ): ମହିଳା ଓ ପ୍ରସୂତି ବିଶେଷଜ୍ଞ ଡାକ୍ତରାଣୀ ଶ୍ୱେତପଦ୍ମା ମିଶ୍ରଙ୍କ ଆତ୍ମହତ୍ୟା ଘଟଣା ଭିନ୍ନ ମୋଡ ନେଇଛି । କମିଶନରେଟ୍ ପୁଲିସ୍ ଆଜି ତାଙ୍କ ଶବକୁ ବ୍ୟବଛେଦ କରାଇଛି । ବ୍ୟବଛେଦର ଭିଡିଓଗ୍ରାଫି କରାଯାଇଛି । ଶବ ସଂରକ୍ଷଣ ଗୃହରେ ମରଶରୀର ରଖାଯାଇଛି । ବ୍ୟବଛେଦ ପରେ ଶବ ହସ୍ତାନ୍ତରକୁ ନେଇ ବିବାଦ ଦେଖା ଦେଇଛି । ପରିବାର ଲୋକ ଶ୍ୱେତପଦ୍ମାଙ୍କ ଶବ ନେବାକୁ ଅଡି ବସିଥିବା ବେଳେ ଶାଶୁ ଘର ଲୋକ ମଧ୍ୟ ନେବାକୁ ଦାବି କରିଛନ୍ତି । ଶବ ହସ୍ତାନ୍ତରକୁ ନେଇ ପୁଲିସ୍ ଅଡୁଆରେ ପଡିଛି । ଏଥିପାଇଁ ଆଇନର ସହାୟତା ନିଆଯିବ ବୋଲି ପୁଲିସ୍ କମିଶନର ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି । ସହିଦନଗର ସ୍ଥିତ ବନଲତା ଆପାର୍ଟମେଣ୍ଟ ୩ ମହଲାରେ ପରିବାର ସହ ଶ୍ୱେତପଦ୍ମା ରହୁଥିଲେ । ସ୍ୱାମୀ ଅରଜିତ୍ ମହାପାତ୍ର ଶିଶୁ ବିଶେଷଜ୍ଞ ଡାକ୍ତର । ଉଭୟ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍ରେ ଚାକିରି କରିଥିଲେ । କାଲି ଅପରାହ୍ନ ସାଢ଼େ ୧ଟା ବେଳେ ଆପାର୍ଟମେଣ୍ଟର ୮ ମହଲାରୁ ଡେଇଁ ଶ୍ୱେତପଦ୍ମା ଆତ୍ମହତ୍ୟା କରିଥିଲେ । ଯୌତୁକ ନିର୍ଯାତନା ଅସହ୍ୟ ହେବାରୁ ଶ୍ୱେତପଦ୍ମା ଆତ୍ମହତ୍ୟା କରିଥିବା ତାଙ୍କ ମା’ ଡାକ୍ତରାଣୀ ସ୍ନେହଲତା ମିଶ୍ର ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ସ୍ୱାମୀ ଡାକ୍ତର ଅରଜିତ୍ ମିଶ୍ର, ଶାଶୁ ଓ ଶ୍ୱଶୁରଙ୍କ ନାଁରେ ସେ ଏହି ଅଭିଯୋଗ କରିଥିଲେ । ପୁଲିସ୍ ଶାଶୁ ଘର ଲୋକଙ୍କୁ ଡାକି କାଲି ଜେରା କରିଥିଲା । କିଛିଦିନ ହେବ ଅଧିକ ଯୌତୁକ ଦାବି କରି ଶ୍ୱେତପଦ୍ମାଙ୍କୁ ଶାଶୁ ଘର ଲୋକ ନିର୍ଯାତନା ଦେଉଥିଲେ । ନର୍ସିଂହୋମ୍ କରିବାକୁ ଅରଜିତ୍ ୮୦ ଲକ୍ଷ ଟଙ୍କା ଦାବି କରିଥିଲେ । ଏସଂକ୍ରାନ୍ତରେ ଶ୍ୱେତପଦ୍ମା ତାଙ୍କ ପରିବାରକୁ ଜଣାଇଥିଲେ । ଏତେ ପରିମାଣର ଟଙ୍କା ଦେବାକୁ ସମର୍ଥ ନୁହନ୍ତି ବୋଲି ତାଙ୍କ ମା’ କହିଥିଲେ । ଏହାପରେ ଶାଶୁ ଘର ଲୋକ ଶ୍ୱେତପଦ୍ମାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି ମା’ ସ୍ନେହଲତା ଅଭିଯୋଗ କରିଛନ୍ତି ।
ଶାଶୁ ଘର ଲୋକ କରିଥିବା ଅଭିଯୋଗ ଭିତ୍ତିହୀନ । ଶ୍ୱେତପଦ୍ମା ମାନସିକ ରୋଗରେ ପିଡୀତ ଥିଲେ । ୨୦୧୧ରୁ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ତାଙ୍କ ଚିକିତ୍ସା ସମ୍ପର୍କିତ ସମସ୍ତ କାଗଜପତ୍ର ସହିଦନଗର ପୁଲିସ୍କୁ ଦିଆଯାଇଛି ବୋଲି ସ୍ୱାମୀ ଅରଜିତ୍ କହିଛନ୍ତି । ଶ୍ୱେତପଦ୍ମା ରୋଗୀଙ୍କୁ ଚିକିତ୍ସା କରୁଥିଲେ, ଆବଶ୍ୟକ ସ୍ଥଳେ ରୋଗୀଙ୍କର ଅସ୍ତ୍ରପ୍ରଚାର ବି କରୁଥିଲେ । ପରିବାର ଲୋକଙ୍କୁ ରାନ୍ଧିବାଢ଼ି ଖାଇବାକୁ ପିିଇବାକୁ ଦେଉଥିଲେ । ଏପରିସ୍ଥଳେ ସେ କିପରି ମାନସିକ ବିକାରଗ୍ରସ୍ଥ ରୋଗୀ ହେଲେ ବୋଲି ମା’ ସ୍ନେହଲତା ପାଲଟା ପ୍ରଶ୍ନ କରିଛନ୍ତି । ଘଟଣାର ତଦନ୍ତ କରାଯାଇ ଶାଶୁ ଘର ଲୋକଙ୍କୁ ଜେଲ୍ ଦଣ୍ଡ ମିଳିବା ସହ ସ୍ୱାମୀ ଅରଜିତ୍ଙ୍କ ଡାକ୍ତରୀ ଲାଇସେନ୍ସକୁ ବାତିଲ କରାଯିବାକୁ ସ୍ନେହଲତା ଦାବି କରିଛନ୍ତି । ଉଭୟପକ୍ଷଙ୍କ ଅଭିଯୋଗକୁ ଭିତ୍ତି କରି ସହିଦନଗର ଥାନା ପୁଲିସ୍ ତଦନ୍ତକୁ ଜୋର୍ଦାର୍ କରିଛି । ଆପାର୍ଟମେଣ୍ଟର ସିସିଟିଭି ଫୁଟେଜ୍କୁ ପୁଲିସ୍ ଜବତ କରିଛି । ଶ୍ୱେତପଦ୍ମା ୩ ମହାଲାରୁ ୮ ମହଲାକୁ ଯିବା, ଛାତରେ ଚପଲ ଓ ଚଷମା ରଖି ତଳକୁ ଡେଇଁବାର ଦୃଶ୍ୟ ଜବତ ସିସିଟିଭି ଫୁଟେଜ୍ରେ ରହିଛି ।

ସେଆର କରନ୍ତୁ:



Powered by odothemes.com