ମଠ ମନ୍ଦିର, ସାଧୁସନ୍ଥଙ୍କୁୁ ସୁରକ୍ଷା ଦିଆଯାଉ

ସଂସ୍କୃତି ସୁରକ୍ଷା ମଞ୍ଚର ଦାବି
ଭୁବନେଶ୍ୱର,୭ ।୯(ବୁ୍ୟରୋ): ସରକାର ତୁରନ୍ତ ମଠ ମନ୍ଦିର ସାଧୁ ସନ୍ଥ ଓ ବାବାମାନଙ୍କୁ ସୁରକ୍ଷା ଦିଅନ୍ତୁ ବୋଲି ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ହୋଟେଲ୍ କେଶରୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚ ଦାବି କରିଛି । ବେଆଇନ୍ ଜମି ଦଖଲରେ ଥିବା ଅଣହିନ୍ଦୁ ସମ୍ପ୍ରଦାୟର ଅନୁଷ୍ଠାନଗୁଡିକୁ ଚିହ୍ନଟ କରି ସରକାର ନିଜ ଅଧୀନକୁ ଆଣନ୍ତୁ । ଯେଉଁ ରାଜନେତା, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ମାଲିକ, ଶିଳ୍ପପତି, ନ୍ୟାୟାଧୀଶ ଓ ବ୍ୟବସାୟୀ ପ୍ରମୁଖଙ୍କ ବିରୁଦ୍ଧରେ ଜମି ହଡପ ଅଭିଯୋଗ ନିକଟ ଅତୀତରେ ଆସିଛି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଫୌଜଦାରୀ ମାମଲା ରୁଜୁ ହେବା ସହିତ ସରକାର ସେ ସମ୍ପତ୍ତିକୁ ନିଜ ଅକ୍ତିଆରକୁ ନେବା ପାଇଁ ମଞ୍ଚ ଦାବି କରିଛି । ଏଥିସହିତ ମଠ ମନ୍ଦିର ଓ ଆଶ୍ରମ ଗୁଡିକର ଅଚଳାଚଳ ସମ୍ପତ୍ତିକୁ ସାରା ରାଜ୍ୟରେ କେତେକ ଖଳ ପ୍ରକୃତିର ଲୋକ ବେଆଇନ୍ ଭାବେ ନିଜନାମରେ ରେକର୍ଡ କରିଛନ୍ତି, ସେ ସମ୍ପତ୍ତିକୁ ମୁକ୍ତ କରି ମଠ ମନ୍ଦିର ଓ ଆଶ୍ରମକୁ ଫେରାଇ ଦିଆଯାଉ ବୋଲି ସଂସ୍କୃତି ମଞ୍ଚର ସହ ଆବାହକ ପ୍ରଫୁଲ କୁମାର ରଥ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆବାହକ ଅରୁଣ କୁମାର ପଣ୍ଡା, ସହ ଆବାହକ ଶକ୍ତିଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।